ଖରାପ ହିଁ ଖବର

ଖୁବ ସୁନ୍ଦର ଦିଶୁଛି
April 16, 2022
ଜୀବନ – ଅଭିନୟ
April 16, 2022

ଖାଲି ଖରାପ ହେଲେ ହିଁ ଖବର???

କଟକରେ ମଶା,

କୁକୁଡାଂକ ଦୁର୍ଦ୍ଦଶା,

ଟ୍ରକ୍ ଓଲଟିଲା,

କେହି ଆତ୍ମହତ୍ୟା କଲା,

କିଛି ଆହତ

କିଛି ନିହତ !

ଖାଲି ଖରାପ ହେଲେ ହିଁ ଖବର !!

ନେତାଂକ ଦୁର୍ନୀତି

ସରକାର ପଖ୍ୟପାତୀ

କେଉଁଠି ଘୋଟାଲା

କେଉଁଠି ତାଲା

ନାହିଁ ନାହିଁ ଏଠି

ନାହିଁ ନାହିଁ ସେଠି

କାହିଁ ସେ ଉଦିତ ସୂର୍ଯ୍ୟ

ଅନ୍ଧାରେ ଆଲୋକର ଛଟା,

କାହିଁ ସେ ଶିଶୁ ଓଠର ହସ

କାହିଁ ନୃତ୍ୟାଂଗନାର ଲାସ୍ୟ?

ଶିଲ୍ପୀର କାରୁକାର୍ଯ୍ୟ ଶେଷ ପୃଷ୍ଠାରେ

କୃତୀଛାତ୍ର କେଉଁ ପୃଷ୍ଠା କୋଣରେ !!

ଖାଲି ଖରାପ ହେଲେ ହିଁ ଖବର !

କେବେ ଲିଭିବ ସେ ନାହିଁ ନାହିଁର ସୁର

ପଂଗୁ ମାନସର ସେ ଆର୍ତ୍ତ ଚିତ୍କାର,

ମନ୍ଦିର ଦେବତାଂକୁ ପଥର ଜାଣି

ତନୁ-ମନୁ ଦେବତାଂକୁ କେବେ ଜଗେଇବା?

ଉଦିତ ସୂର୍ଯ୍ୟ ତୁମ ହୃଦ-ଦୁଆରେ

ଜାଗ, ଉଠ, ଖୋଲ ବଂଦ ଝର୍କା ତୁମ

ନୂତନ ଯୁଗର ଶୁଭାରମ୍ଭ ଏ

ପ୍ରଳୟ ଆହୁରି ଅନେକ ଦୂରରେ

ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ

Leave a Reply

Your email address will not be published. Required fields are marked *