ଚଉଷଠି ଯୋଗିନୀ ମନ୍ଦିର ଓ ବାବୁଗିରି

ଚାରି ଟଙ୍କା
June 19, 2022
“ଇଏ କି?” ସିଣ୍ଡ୍ରୋମ
June 19, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

*********************

 

ବହୁ ଆକାଂକ୍ଷିତ ଚଉଷଠି ଯୋଗିନୀ ମନ୍ଦିର ଦର୍ଶନ ଭାଗ୍ୟରେ ଜୁଟିଲା କରୋନା ମହାମାରୀ ଯୋଗୁଁ l ଭୁବନେଶ୍ୱରକୁ ଆସିବା ପରେ ମୋର ଇଛା ଥିଲା ପ୍ରତି ରବିବାର ଭୁବନେଶ୍ୱର ଗୋଟିଏ ଗୋଟିଏ ମନ୍ଦିର ବୁଲିବି ତା ଉପରେ ଗୋଟିଏ ଗୋଟିଏ ସନ୍ଦର୍ଭ ଲେଖିବି l ହାଏ ! ମୁଁ ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇବା ପାଇଁ କେମିତି ଭାବି ଦେଲି ? ଘର, ପରିବାର, ସମ୍ପର୍କୀୟମାନଙ୍କ କଥା ବୁଝୁ ବୁଝୁ ଭିତରେ ବର୍ଷ ବିତିଗଲା l ବର୍ଷ ଶେଷ , ଛୁଟି ଅଳ୍ପ ବଳିଛି ; କାରଣ ଏଥର କୌଣସି କନଫରେନ୍ସ ଯାଇନି l ମହାମାରୀ ଯୋଗୁଁ ବେଶୀ ଦୂର ବୁଲାବୁଲି ବି ମନା I ଏତେ ଦିନ ପରେ ମଉକା ମିଳିଲାପିଲାଙ୍କ ନା ନୁକୁର ପରେ ମଧ୍ୟ ଆମେ ଗୁଗୁଲ ଭାଇନାଙ୍କ ସହାୟତାରେ ଗନ୍ତବ୍ୟ ସ୍ଥଳରେ ପହଂଚିଗଲୁ I

ଦୁର୍ଭାଗ୍ୟ! ତାଲା ବନ୍ଦ ! ଆହୁରି ସରକାରୀ ଅର୍ଡର ଆସିନି ମନ୍ଦିର ଖୋଲିବା ପାଇଁ I ପାଖରେ ଏକ ବଡ ପୋଖରୀ, ବରଗଛ, ଯାତ୍ରୀ ବିହୀନ ଥିବାରୁ ସବୁ ଖୋଲା ଖୋଲାବାସ ମନ ଖୁସି ହୋଇଗଲା I

ଭାବିଲି ଦେବଦେବୀଙ୍କର ବୋଧେ ଦର୍ଶନ ପାଇଁ ଯୋଗ ନାହିଁହଉ ଠିକ ଅଛି, ପ୍ରଭୁଙ୍କ ଇଛା I ବୋଧେ ଆଉ ଥରେ ଏଠିକି ଆସିବାକୁ ଯୋଗ ଅଛି I ଏମିତି ଭାବୁ ଭାବୁ ଘାଏଁ କରି ଏକ ବଡ ଆମ୍ବାସଡର ଗାଡ଼ି ଆମକୁ ମଡ଼େଇ ଦେଲା ପରି ଆସି ପାଖରେ ବ୍ରେକ ଦେଲା I କଳା ସୁଟ ପ୍ୟାଣ୍ଟ ପରିହିତ ବାବୁ ଜଣେ ଗାଡ଼ିରୁ ସଦର୍ପେ ଓହ୍ଲେଇଲେ ସସ୍ତ୍ରୀକ I ମୁଁ ଗାଢ଼େଇ କି ଡ୍ରାଇଭରକୁ ଅନେଇଲି ଏମିତି ଗାଡି ଚଳାଉଛି ବୋଲି , ହେଲେ ସେ ଶିବଙ୍କ ବୃଷଭ ଭଳି ମନେ ହେଲା I

ବାବୁ ଜଣଙ୍କ ବେଶ ବଡ ଅଫିସର ହେଇଥିବେ ପରା ! ସଦର୍ପେ ମାଡି ଗଲେ ଗେଟ ପାଖକୁ I ଜଗୁଆଳିକୁ କହିଲେ, ତାଲା ଖୋଲ , ମୁଁ ହୋମ ଡିପାର୍ଟମେଣ୍ଟରୁ ଆସିଛି , ଚେକ ଚାକ କରିବି , ସବୁ ଠିକ ଅଛି କି ନାହିଁ I

ମୁଁ ମୋ ଗାଡି ପାଖକୁ ଯାଉ ଯାଉ ଟିକିଏ ଅଟକି ଗଲି I ଆଶା ଥିଲା , ଯଦି ବାବୁଙ୍କ ଲାଗି ଗେଟ ଖୋଲିବା ଆମେ ବି ଟିକେ କରିବୁଟିକେ କୌତୁହଳ ବି ଥିଲା ଦେଖିବାକୁ ବାବୁ ମିଛ କହି ଜିଣୁଛନ୍ତି କି ନାହିଁ I ଆମ ପରେ ପରେ କିଛି ଛାତ୍ର ଛାତ୍ରୀଙ୍କର ପିକନିକ ଦଳ ବି ଠିଆ I ଆଗରୁ କହିଛି, ଆମେ ସମସ୍ତେ ଦୁର୍ନୀତି ହେଉଛି ବୋଲି ପାଟି କରୁ , ହେଲେ ମଉକା ମିଳିଲେ କେହି ସେତକ କରିବାକୁ ପଛାଉ ନାହିଁ I

ଏଥର ଦେଖିଲୁ ଯୁକ୍ତି ତର୍କ ଆରମ୍ଭ ହେଲା ଜଗୁଆଳୀ ବାବୁଙ୍କ ଭିତରେ I ବାବୁ ବୋଧେ ସ୍ତ୍ରୀ ଙ୍କ ଆଗରେ ଆଗରୁ ବାହାସ୍ଫୋଟ ମାରିଛନ୍ତି ଯେମିତି ହେଲେ ମନ୍ଦିର ଦର୍ଶନ କରେଇବେ I ଏବେ ଛାର ଜଗୁଆଳି ତାଙ୍କୁ ଭିତରକୁ ଛାଡ଼ୁନିଆହା କି ବିକଳ ଅବସ୍ଥା ବାବୁଙ୍କର ! ଏଥର ନିଜ ଆଇକାର୍ଡ କାଢି ଦେଖେଇଲେଜଗୁଆଳି ନଛୋଡବନ୍ଧା I ତା ପରେ ଫୋନ ଲଗେଇ ଉପରିସ୍ଥ ଅଫିସରଙ୍କ ସଂଗେ କଥା ହେବାକୁ କହିଲେତାକୁ ବି ଜଗୁଆଳି ବେଖାତିର କଲା I

ସଂଘର୍ଷ ଆଉ ତିକ୍ତ ହେବl ଆଗରୁ ମୁଁ ସେ ସ୍ଥାନ ଛାଡି ପଳେଇ ଆସିଲି I

ମନରେ କିଛି ପ୍ରଶ୍ନ ଉଦ୍ରେକ ହେଲା :

  1. ନିଜ କ୍ଷମତା ବଳରେ କିଛି କାମ ହାସଲ କରିବାକୁ ଏତେ ତଳକୁ ବି ଖସିବାକୁ ପଡେ?
  2. କିଏ ଜିତିଥିବ ସେ ଦିନ? ଯଦି ଜଗୁଆଳି, ତେବେ ଧର୍ମର ଜୟ ଆଉ ସତ୍ୟ ଉପରେ ବିଶ୍ୱାସ ଜନ୍ମିଥିବ I ଯଦି ବାବୁ ଜିତିଥିବେ, ତେବେ ସେ ଦିନ କେହି ତା ଅଭିମାନ ସତ୍ୟ ପ୍ରତି ବିଶ୍ୱାସ ହରେଇଥିବ I
  3. ଏଠି ପତ୍ନୀଙ୍କର କଣ କର୍ତ୍ତବ୍ୟ ଥିଲା ସବୁ ମୂକସାକ୍ଷୀ ସାଜିବା, ଅଥବା ଦେଶର ଏକ ସୁନାଗରିକ ଭାବେ ନିୟମ ମାନି ବାହାରେ ଥାଇ ହାତ ଯୋଡ଼ି ମୁଣ୍ଡିଆଟିଏ ମାରି ବାହୁଡ଼ିବା?

Leave a Reply

Your email address will not be published. Required fields are marked *