ଚର୍ମ –ମର୍ମ

ଚିରାନନ୍ଦ ସଂଧାନେ
April 16, 2022
ଚା
April 16, 2022

ଅଧ ମିଲିମିଟର୍ ଖୋଳ

ହଁ , କିଛି ମେଲାନିନ୍ ର ଖେଳ

ଦେବତା ଗୋଲାମ୍, ଦାନବ ଗୋଲାମ୍

ମଣିଷ ଅବା କି ଛାର !

କମିଲେ ଦେବତା, ବଢିଲେ ଦାନବ

କମିଲେ ପଶ୍ଚିମ , ବଢିଲେ ପୂରୁବ

ଅଜବ ରଂଗର ଏ ଖେଳ

ହଁ , କିଛି ମେଲାନିନ୍ ର ଖେଳ |

ରଂଗେ ରାଜନୀତି

ରଂଗେ ଅର୍ଥନୀତି

ରଂଗ କୁ ନେଇ ତ ଜାତି

ରଂଗ ର ଯୁଦ୍ଧରେ ଧରି ତଲବାର୍

ରକ୍ତେ  ରଂଜିଛି ମାଟି,

ଅଜବ୍ ଦେଖ ଏ ଖେଳ

ହଁ , ମାତ୍ର ଅଧ ମିଲିମିଟର୍ ଖୋଳ ll

ପ୍ରାଣ କାନ୍ଦୁଥାଇ

କାଳିଆ‘ ‘କାଳିଆ

ମନ ପୂଜୁଥାଇ

ଶିବା‘  ‘ଶ୍ୟାମାକୁ

ହେଲେ ମୋ ସଂଗିନୀ

ହୋଇବ ଗୋରୀ

କିଏ  ବା ଚାହିଁବ କାଳୀକୁ ??

ଅଜବ୍ ରଂଗର ଏ ଖେଳ

ଇଏ ପରା ମେଲାନିନର ଖେଳ I I

ସୌନ୍ଦର୍ଯч ଏ ଅଧ ମିଲିମିଟର ର

ସହଳେ ହୋଇବ ଶୀଥିଳ

ହୃଦ ଟି ସୁନ୍ଦର , ଗଉର ବର୍ଣର

ହେଲେ ହିଁ ଜୀବନ ଉଜ୍ଜଳ

ଜାଣି ରଖ ଏ ଖେଳ ,

ଏ ତ ଛାର ଅଧ ମିଲିମିଟର୍ ର ଖୋଳ II

Leave a Reply

Your email address will not be published. Required fields are marked *