ପଖାଳ ଦିବସର ଶୁଭେଚ୍ଛା

Make-over
The Make-over
April 10, 2022
Dr VP Acharya
Pastry
April 12, 2022
ପଖାଳ ଦିବସର ଶୁଭେଚ୍ଛା

“ହଇ ଲୋ, କଣ ଖାଇକି ଆସିଛୁ ?”
“ଚା ଆଉ ପାଉଁରୁଟି l” ମୋ କାମବାଲୀ ଉତ୍ତର ଦେଲା l
ମୁଁ ଟିକିଏ ବିରକ୍ତ ହୋଇ କହିଲି, “ଧେତ, ତୋ ପାଇଁ ମୁଁ ଚା ରଖୁଛି ପରା ସବୁ ଦିନ ! ତୁ ମୁଠେ ପଖାଳ ଖାଇ ଆସନ୍ତୁନି !”
“ହିଁ ହିଁ ହିଁ …ସକାଳୁ କିଏ ପଖାଳ ଖାଏ ?” ଲମ୍ବା ଅଉଡ଼ି ଗୋଟେ ମାରି କାମରେ ଲାଗିଲା l
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

“ଆଣ୍ଟି ଈସେ କ୍ୟା ବୋଲତେ ହୈଁ?” ମୋର ଜଣେ ହିନ୍ଦୀ ସାଙ୍ଗ ପଚାରିଲା l
ବୋଉ ହସି ହସି କହିଲେ, “ପଖାଲ” l

ତା ପରେ ଚାଲିଲା ପଖାଳ ଉପରେ ଚର୍ଚ୍ଚା l କେମିତି ବନେ, କେତେ ପ୍ରକାର ର …ଆଉ ତା’ ପରେ ସେ ନିଜେ କହିଲା ଏଇଟା ତା ଆମ ଉତ୍ତର ଭାରତର ଗରମ ପାଇଁ ପୂରା ଉତ୍ତମ l ଘରକୁ ଗଲେ ମୋ ମା’ ଙ୍କୁ କହିବି ବନେଇବାକୁ l
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“ଦେଖା ଶିଖା ଓଡିଶା” କାହିଁକି ବୋଲିବା, ସମସ୍ତେ ସମସ୍ତଙ୍କଠୁ କିଛି ନା କିଛି ଶିଖନ୍ତି l ଶିଖନ୍ତି ବୋଲି ବଢନ୍ତି l ତେବେ ଶିଖିବା ମାନେ ନୁହେଁ ଯେ ନିଜର ସବୁ ଭଲ ଜିନିଷ ତକ ବି ପଛରେ ଛାଡି ଆସିବା l

ଧନ୍ୟବାଦ ଦେବି ଅମରେଶ ଦାଶଙ୍କୁ#Amaresh dash #e-odisha.org ଯିଏ “ପଖାଳ ଦିବସ ” ପ୍ରଥମ କରି ପାଳନ ଆରମ୍ଭ କଲେ l ନ ହେଲେ ଗାଁ ଗହଳିରେ ବି ପଖାଳ କଥା ଶୁଣିଲେ ନାକ ଟେକୁଥିଲେ l

ବାବୁ ଭାୟା ମାନେ ପଖାଳ ଖିଆ ଛାଡିଲେ ନିଜର ବର୍ତ୍ତୁଳାକାର ପେଟକୁ ଆଗକୁ ଆଉ ବଢିବାକୁ ନ ଦେବା ପାଇଁ …ଆମେ ଡାକ୍ତରମାନେ ହିଁ କହିଲୁ ଯେ, ଭାତର ଅତ୍ୟଧିକ ଶର୍କରା ପେଟରେ ଚର୍ବି ହୋଇ ଜମା ହୁଏ ବୋଲି l

ତେବେ ଲୋକେ ପଖାଳ ଖିଆ ଛାଡି ଦେଇ ବାକି ସବୁ ଖାଇବା ଜାରି ରଖିଲେ l କାହାକୁ ତୋରାଣି ହାପୁଡିବାରୁ ଆଲର୍ଜି ହେଲା ତ କାହାକୁ ବୋହି ଯାଉଥିବା ତୋରାଣି ଅସନା ଲାଗିଲା l କିନ୍ତୁ ଏପଟେ ଚାରି ପ୍ରକାର ଆମିଷ ଖିଆ ଚାଲିଲା , ସାଦା ଦିନ 6 ପ୍ରକାର ଭଜାଭଜି ନ ହେଲେ ପାଟିକୁ ଭାତ ରୁଚିଲାନି l
ପଖାଳ ଉପରେ AIIMS ଡାକ୍ତରମାନେ କିଛି ରିସର୍ଚ୍ଚ କରି ଦେଖେଇଲେ ଯେ ଏହା ଇମ୍ମ୍ୟୁନିଟି ମଧ୍ୟ ବଢାଏ l

ତେବେ ସିଧା କଥା କହିଲେ, ଯେହେତୁ ପ୍ରାୟ ସମସ୍ତେ ଆଜିକାଲି ଶାରୀରିକ ପରିଶ୍ରମ କମେଇ ଦେଇଛନ୍ତି, ତେଣୁ ଅତ୍ୟଧିକ ଶର୍କରାଯୁକ୍ତ ଖାଦ୍ୟ ଖାଇବା ବାରଣ କରାଯାଏ l ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀୟମାନେ ସେମାନଙ୍କ କ୍ୟାଲସିଅମ ଓ ଆଇରନ ଭାତ ଓ ରୁଟିରୁ ହିଁ ପାଇଥାନ୍ତି l ପଖାଳ ଆପଣଙ୍କ ଶରୀର ଜଳ ତତ୍ତ୍ୱର ମଧ୍ୟ ଯତ୍ନ ନିଏ l

ବାସି ପଖାଳରେ ଅଳ୍ପ fermentation ଯୋଗୁଁ ସୁରlସାର ପ୍ରଭାବରେ ଶକ୍ତି ମଧ୍ୟ ପ୍ରାପ୍ତ ହୁଏ, ଯାହା ଯୋଗୁଁ ଖଟିଖିଆ ଲୋକେ ସ୍ଫୁର୍ତ୍ତି ସହ କାମ କରନ୍ତି ଓ ଆମମାନଙ୍କ ପରି କମ ଶାରୀରିକ ପରିଶ୍ରମ କରୁଥିବା ଲୋକେ ନିଦ୍ରାଦେବୀଙ୍କ ଶରଣାଗତ ହୁଅନ୍ତି l

ପଖାଳ ସଂଗେ ଫୋଟୋ ଉଠେଇବାକୁ ଯଦି 5 ପ୍ରକାର ଭଜା ଦେଖାଉଛନ୍ତି, ତେବେ ଚଳିବ, ହେଲେ ସବୁଦିନେ ଏତିକି ଦରକାର କଲେ ପଖାଳର ସୁପ୍ରଭାବରୁ ବଂଚିତ ହେବେ l ଛୋଟ ଛୁଆମାନଙ୍କୁ ଏହା ନିଶ୍ଚିତ ଭାବେ ଦିଅନ୍ତୁ, ଯଦ୍ଦ୍ଵାରା ସେମାନଙ୍କର ଲୁଣ ଓ ଜଳ ତତ୍ତ୍ୱ ଠିକ ଭାବେ ସମ୍ଭାଳି ହେବ l ଗ୍ରୀଷ୍ମ ପ୍ରଧାନ ରାଜ୍ୟ ଗୁଡିକରେ ଏହାର ପ୍ରଚଳନ ବହୁଳ ଭାବେ ହେବା ଚାହି l ପଖାଳ ପିଆଜ ଗରିବ ଲୋକର ଖାଦ୍ୟ ନୁହେଁ ବରଂ ଆମ ପାଣିପାଗକୁ ଚାହିଁ ଏହାର ପ୍ରଚଳନ କରା ଯାଇଥିଲା l

ହଁ, ମୋ କଥା …ଆମର ବି ପଖାଳ ଖୁବ ଚାଲେ ଘରେ କିନ୍ତୁ ଗୋଟିଏ ମାତ୍ର ଭଜା କି ତରକାରୀ ସହ …କିନ୍ତୁ ଗିନାଏ ସାଲାଡ଼ ସବୁ ଦିନ ନିଧାର୍ଯ୍ୟ —ଚୋପା ଛଡା ନ ହେଇଥିବା କାକୁଡି ସହ ଅନ୍ୟାନ୍ୟ ସାଲାଡ଼ ଫଳ …ଆଉ ସାଲାଡ଼ କଟା ଦାୟିତ୍ତ୍ୱଟା ମୋ ସର୍ଜନଙ୍କର l
#happypakhaladivas #goodnessofpakhala

Leave a Reply

Your email address will not be published. Required fields are marked *