ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ମୁକ୍ତ ଏକ ବିହଂଗ ମୁଁ ଆଜି
ଉଡିଚାଲେ ମୁକ୍ତିର ପଥେ
କେହି ମୋ ପାଇଁ ଅପେକ୍ଷାରତ
ଦୂରେ ବହୁ ଦୂରେ ॥
କାମନାରୁ ମୁକ୍ତ ମୁଁ
ବାସନାରୁ ମୁକ୍ତ ;
ନିର୍ବାଣ ପ୍ରାପ୍ତି ପଥେ
ଗମେ ମୁଁ ସତ୍ଵରେ ॥
‘ପ୍ରଭୁ ‘ ମୋ ସାଥେ ଆଜି
ପଥେ ମୋ ବୃକ୍ଷ ସାଜି
ଛାୟା କେବେ ବର୍ଷୁଥାନ୍ତି
ସିଂଚନ୍ତି କେବେ ପୁଣି
ଘନ ଘୋର ଘଟାରେ ॥