ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ (ଛ’)

ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ (୭)
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ (୭)
April 12, 2022
Margashira Gurubar Laxmi Puja
Margashira Gurubar Laxmi Puja
April 12, 2022
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ (ଛ')

ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ
———————

ଯିବି, ଯିବିନି …ଯିବି, ଯିବିନି….
କାଇଁ ମାମୁଁ କାହାନ୍ତି …ଓହୋଃ ! ମାନେ ଟ୍ରାଫିକ ପୋଲିସ I ଆଜି ହଳଦିଆ ଲାଇଟ ପିକ ପିକ କରୁଛି I ମୁଁ ଥାଏ ସବା ପଛକୁ I କିଏ ରହି ଯାଉଛି ତା କିଏ ମାଡି ଯାଉଛି I ଆରେ ବାବୁ ! ମୁଁ ଯିବି ନା ରହିବି ? ଆଗ, ପଛ, ଦୁଇ ପାଖ ଟ୍ରାଫିକ କୁ ଦେଖିବି ନା ପୋଲିସ କୁ ଖୋଜିବି l ମାଡିଯାଇ ଛକ ମଝା ମଝି ହେଲା ବେଳକୁ ଦେଖିଲି ମାଟିଆ ପୋଷାକ ଧାରୀ ସାଦା ପୋଲିସ I ଓହୋ …ତେବେ ଆଜି କୋଉଠେ ରାଲି କି ଭି. ଆଇ .ପି ପ୍ରୋଗ୍ରାମ ଚାଲିଛି l ହଉ ଚାଲୁ, ହେଲେ ଏମିତି ପୋଷାକ ଉପରେ ଧଳା ଜ୍ୟାକେଟଟେ ଭଲା ଗଳେଇ ଦିଅନ୍ତେ I ଆମେ ଥା ଥା ମା ମା ହେଇ ଭୁଲ ଭାଲ କରି ପକେଇଲେ ଆମର ଚାଲାଣ କଟିଯିବ ଯେ !
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

ବିକ୍ରମ ବିକ୍ରମ ବିକ୍ରମ …………………. ବେତାଳ ତାଲ ତାଲ
ବିକ୍ରମ ବିକ୍ରମ ବିକ୍ରମ …………….
ମୁଣ୍ଡ ଭିତରେ ଗୁଞ୍ଜି ଚାଲିଥାଏ ପିଲାଦିନେ ଦୂରଦର୍ଶନର ଏକମାତ୍ର ଟିଭି ଚ୍ୟାନେଲରେ ଆସୁଥିବା ଧାରାବାହିକ ନାଟକ “ବିକ୍ରମ ବେତାଳ”ର ଶୀର୍ଷକ ଗୀତ | ହଠାତ ଏତେ ଦିନ ତଳର ଦୃଶ୍ୟ ଓ ଗୀତ ଭଲା କାହିଁକି ମାନସପଟରେ ଉଭୁରିଲା ?

ହେଃ ……ହେଃ ……..ହେଃ !
ମୋ ସାମନାରେ ଯେଉଁ ବାଇକ ଯାଉଥିଲା ତା ପୁଚ୍ଛଟା ୭୫ ଡ଼ିଗ୍ରୀ ଟେକି ହେଇ ରୁହେ | କହିବା ବାହୁଲ୍ୟ , ସେଇଠି ଯିଏ ବସିବ ସେ ଚାଳକ ଉପରେ ଲଦି ହୋଇ ବସିବ | ସତେ ଯେମିତି ଏହା କେବଳ ପ୍ରେମିକ ପ୍ରେମିକାଙ୍କ ପାଇଁ ବନିଛି | ମୋ ଆଗରେ ଯାଉଥିବା ଏକ ପୁଚ୍ଛଟେକା ବାଇକ ରେ ଯେଉଁ ଯୁଗଳ ବସିଥାନ୍ତି ଲୋକଲଜ୍ଜାକୁ ନିଶ୍ଚିତ ଖାତିର ନଥାଏ | ଝିଅଟି ନିଜ କେଶରାଶିକୁ କୃତ୍ରିମ ଭାବରେ ସିଧା କରି ଠିକ ଘୋଡା ପୁଚ୍ଛ ପରି କରିଥାଏ | ତା ସହ ତାକୁ ଗଞ୍ଜା ଚୂଳ ପରି କଳା, ନେଳି, ମାଟିଆ , ଖଇରିଆ ଏମିତି କେତେ ରଙ୍ଗରେ ରଙ୍ଗେଇଥାଏ | ଆମେ ଦେଖୁଥିବା ବେତାଳର କେଶରାଶି ସମ୍ପୂର୍ଣ୍ଣ ଶୁକ୍ଲବର୍ଣ୍ଣ | ହେଲେ ଇଏ ତ ଏକବିଂଶ ଶତାଦ୍ଦୀର ନୂତନ ବେତାଳୀ!
ମୋ ମା’ ବର୍ଷକୁ ୨ – ୩ ଥର ମୋ ବାପାଙ୍କ ସ୍କୁଟର ପଛରେ ବସି ମାର୍କେଟ ଯା’ନ୍ତି | ଲୋକ ଲୋଚନରେ ସ୍ୱାମୀ ସ୍ତ୍ରୀ ଏକାଠି ହାତ ଧରିବା , ପାଖାପାଖି ଚାଲିବା ମଧ୍ୟ ଏକରକମ ନିଷିଦ୍ଧ ଥିଲା | ସେ ଦିନ ସବୁରୁ ଆଜି ଦିନ | ନାରୀ ସ୍ୱାଧୀନତା ତ ନିଶ୍ଚୟ ବଢିଛି, ତେବେ ଊଚ୍ଛୃଙ୍ଖଳତା ମଧ୍ୟ ବଢିଛି | ଆମେ ଯୁଗ ଯୁଗ ଧରି ଅପର ଦେଶ ମାନଙ୍କୁ ଲକ୍ଷ କରି ନିଜର ଉନ୍ନତି ଓ ଅବନତିର ମାନକ ନିର୍ଦ୍ଧାରଣ କରୁ | ହେଲେ ଆମେ ଯେ ୧୪୦ କୋଟିର ଏକ ବିଶାଳ ଦେଶ, ଏକ ସର୍ବପୁରାତନ ସଭ୍ୟତା ଓ ସମୃଦ୍ଧ ସଂସ୍କୃତିକୁ ଧାରଣ କରୁ, ଆମେ ବିଶ୍ୱ ପାଇଁ ଦିଗବାରେଣି , ଏ ବିଷୟଟା ଯେପରି ଭୁଲି ନ ଯାଏଁ |

Leave a Reply

Your email address will not be published. Required fields are marked *