ଶ୍ରଦ୍ଧାଂଜଳୀ ସୁମନ

ଶୃଙ୍ଖଳ
April 16, 2022
ସତ୍ୟର ସଂଧାନେ
April 16, 2022

ଦିନ ପରେ ମାସ , ମାସ ପରେ  ୠତୁ

ବରଷେ ଗଡିଲା ଆପଣା ଛାଏଁ,

ସମୟ ସଜୋରେ ସ୍ମୃତିକୁ ଠେଲିଛି

ନତୁବା ହୁଅନ୍ତୁ ବୋଧେ ଉନ୍ମାଦ ପ୍ରାୟ l

ପିତୃ  ସ୍ଥାନେ ରଖି ଭାଇଂକୁ ମୋହର

ଅବଜ୍ଞl ନ କଲୁ ଆଦେଶ ତୁମର

ହେଲେ ଆମ ଇଚ୍ଛI ତ ତୁମେ ନ ରଖିଲ ଆଉ

ଭାଉଜଂକ ପଛେ ବାଛିନେଲ ତୁମେ ପଥ ଆପଣାର !

ଠକି ଦେଲ କି ଆମକୁ ବଂଚିବାର ଆଶା ଦେଇ

ଦଉଡି ଦଉଡି ନ ପାରିଲି ତ ଅଟକାଇ !

ହଜାଇ ବସିଲୁ ଆଦର୍ଶଂକୁ ଆମ

ଭାଉଜଂକ ପ୍ରେମ ସତେ କି ନେଲା ଡୋରୀ ଲଗେଇ I

ଅଭିମାନେ ଆଜି ସଜଳ ଆମ ଆଖି

ଦେଖିଲନି ଥରେ ଆମ ଶ୍ରଦ୍ଧା ତ ପରଖି

ପୁଅ , ଝିଅ , ଭାଇ , ଭଗିନୀ ସଭିଏଁ

ରହିଲେ ପଛରେ; ଥରେ ହେଲେ ଥା’ନ୍ତ ଆମକୁ ଦେଖି I

ଜନମ କାଳରେ ନାମ ତ ନ ଥାଏ ,

ଚାଲିଗଲେ    ଖାଲି ନାମ   ରହିଯାଏ

ପିତ୍ରୁ ଦତ୍ତ ନାମ ସାର୍ଥକ କରିଛ

  ରାଜେନ୍ଦ୍ରାସନେ  ସତେ ରାଜେନ୍ଦ୍ର ହୋଇ l

କର୍ମକ୍ଷେତ୍ରେ ନୁହେଁ ,  ଧର୍ମକ୍ଷେତ୍ରେ ମଧ୍ୟ

ଢାଳିଲ ପ୍ରାଣ ତୁମ ମାନବ ସେବାର

ଭାଉଜ ତ ମୋ ଲକ୍ଷ୍ମୀ , ସ୍ନେହରେ ମୋହିଲେ

ପାଦରେ ମିଶାଇ ପାଦ ତୁମର I

ସମଦୃଷ୍ଟି , ସମଚିତ୍ତ ରଖି ଆଦରି   ନିଅନ୍ତି

ଦୁହେଁ ସତେ ଆପଣାର ,

ଯାହାକୁ ପଚାର, ସେ କହେ ନିଶ୍ଚୟ

ମୁଁ ପରା ଥିଲି ତାଂକ  ଏକା  ନିଜର!

ରକତ ଢାଳିଣ ରକତ ଯୋଗାଡି

କୁନି କୁନି ମୁହେଁ  ହସ ଫୁଟାଇଣ

ପିତା ମାତା କୁଣ୍ଢ ମୋଟା କରି ଦେଇ

କେଜାଣି କୁଆଡେ ଗଲ ?

ଆଜି ବି ପଚାରେ , ‘ଇଶ୍ବର କାହିଁକି ଏଡିକି  ନିର୍ଦୟ ହେଲ ?

ମାଂ’କୁ  ତ ନେଲ, ଏଡେ ଛାଏଁ କାହିଁ

ବାପ ଛେଉଣ୍ଡ ବି କଲ ?’

ଆଜି ବି ଲାଗଇ ପାଖରେ କୋଉଠି

ଭାଇ ଭାଉଜ ମୋ ଥାଇ ,

ଡାକିଦେଲେ ପର ‘ଓ ‘ ଟେ କରିବେ

ଆତୁରେ ଆସିବେ ଧାଇଁ I

ଆଜି ବି ଲାଗଇ ପାଖରେ କୋଉଠି

ଭାଇ ଭାଉଜ ମୋ ଥାଇ ,

ଡାକିଦେଲେ ପର ‘ଓ ‘ ଟେ କରିବେ

ଆତୁରେ ଆସିବେ ଧାଇଁ I

ପରଲୋକେ ଥାଇ ଦେଖୁ ଥା’ ଆମକୁ

ଆଶିଷ ଟିକକ ରହୁ

ମାନବ ଜୀବନ ଆଉ ସମ୍ଭବ ନୁହେଁ ତ ,

ଉର୍ଦ୍ଧ୍ବକୁ ଗମିବା ହେଉ I

ଇତି II

ତୁମ ସ୍ନେହଭିଲାଷୀ ଭଉଣୀ

ଆରତି

Leave a Reply

Your email address will not be published. Required fields are marked *