ଅଧ ମିଲିମିଟର୍ ଖୋଳ
ହଁ , କିଛି ମେଲାନିନ୍ ର ଖେଳ ।
ଦେବତା ଗୋଲାମ୍, ଦାନବ ଗୋଲାମ୍
ମଣିଷ ଅବା କି ଛାର !
କମିଲେ ଦେବତା, ବଢିଲେ ଦାନବ
କମିଲେ ପଶ୍ଚିମ , ବଢିଲେ ପୂରୁବ
ଅଜବ ରଂଗର ଏ ଖେଳ
ହଁ , କିଛି ମେଲାନିନ୍ ର ଖେଳ । ୧|
ରଂଗେ ରାଜନୀତି
ରଂଗେ ଅର୍ଥନୀତି
ରଂଗ କୁ ନେଇ ତ ଜାତି
ରଂଗ ର ଯୁଦ୍ଧରେ ଧରି ତଲବାର୍
ରକ୍ତେ ରଂଜିଛି ମାଟି,
ଅଜବ୍ ଦେଖ ଏ ଖେଳ
ହଁ , ମାତ୍ର ଅଧ ମିଲିମିଟର୍ ଖୋଳ l୨l
ପ୍ରାଣ କାନ୍ଦୁଥାଇ
‘କାଳିଆ‘ ‘କାଳିଆ ‘
ମନ ପୂଜୁଥାଇ
‘ଶିବା‘ ‘ଶ୍ୟାମା‘ କୁ
ହେଲେ ମୋ ସଂଗିନୀ
ହୋଇବ ଗୋରୀ
କିଏ ବା ଚାହିଁବ କାଳୀକୁ ??
ଅଜବ୍ ରଂଗର ଏ ଖେଳ
ଇଏ ପରା ମେଲାନିନର ଖେଳ I ୩I
ସୌନ୍ଦର୍ଯч ଏ ଅଧ ମିଲିମିଟର ର
ସହଳେ ହୋଇବ ଶୀଥିଳ
ହୃଦ ଟି ସୁନ୍ଦର , ଗଉର ବର୍ଣର
ହେଲେ ହିଁ ଜୀବନ ଉଜ୍ଜଳ
ଜାଣି ରଖ ଏ ଖେଳ ,
ଏ ତ ଛାର ଅଧ ମିଲିମିଟର୍ ର ଖୋଳ I୪I