ମା‘ରେ ବାହାରିଲଲୁଣି ତ?
ବରଯାତ୍ରୀ ଆସିଲେଣି ।
ೱೱೱೱ
ଓହୋଃ ! ଆଉ କେତେ ଡେରୀ ?
ଗ୍ୟାଲେରୀ ଭର୍ତ୍ତି ଅତିଥି ।
ೱೱೱೱ
ଶାଢୀ ପିନ୍ଧିଛୁ , ଆଉ ଚୁଡି?
ପାଦରେ ଅଳତା ନାଆ
ମୁଣ୍ଡରେ ସିନ୍ଥୀ ଭୁଲିଗଲୁ ଯେ !
ೱೱೱೱ
ଆରେ ଟାହିୟ। ସଜାଅ
କାନେ ଝୁମୁକା, ଗଳାରେ ହାର ଦିଅ ।
ೱೱೱೱ
ପାଦରେ ପାଉଁଜି ହାତରେ ଶଂଖ।
କି ସୁନ୍ଦର ସାଜେ ଲୋ ମା‘ !
ೱೱೱೱ
ପାଦେ ଘୁଂଗୁର ବାନ୍ଧିବୁନି କି ?
ೱೱೱೱ
ଆଖିର କଜ୍ଜଳ ଗାରେ , ଓଠର ଲାଲିମ। ଧାରେ
ମନେ ସଂଚରିତ ଆଶା ଅସୁମାରୀ
ଟିପି ଟିପି ଚନ୍ଦନେ, ଅଳତା ଗାରେ ଗାରେ
ଚିତ୍ରିତ ମୋ ଭାଗ୍ୟର ରେଖା
ଅଭିନୟ ଏଠି ବି , ଅଭିନୟ ସେଠି ବି
ସଫଳ ହେବି ତ ପ୍ରଭୁ ??
ମୃଦଂଗର ତାଳେ ତାଳେ
ନୂପୁର ନିକ୍ବଣ ଧ୍ବନି
ତ୍ରିଭଂଗ ଠ।ଣୀ ପୁଣି ବାଂକ ଚାହାଣୀ
ସତେଲୋ ମନ କି ପାରିବି ଜିଣି?
ମନ୍ତ୍ରର ତାଳେ ତାଳେ
ଯଜ୍ଞ ର ଆହୂତି ବଳେ
ଆତ୍ମୀୟକୁ ପର ଜାଣି
‘ସାଥୀ‘ ତୁମ ହାତ ଧରି
ପାରିବି ତ ହୃଦୟ ଜିଣି?
“ଅଭିନୟ” ଖାଲି ନୁହେଁ , ସେ ତ ଉପାସନାର ମାର୍ଗ
“ଜୀବନ” ବି ଅଳୀକ ନୁହେଁ , ସେ ତ ସାଧନାର ମାର୍ଗ
ତବ ହାତେ କ୍ରୀଡନକ ପ୍ରଭୁ !
ପ୍ରାର୍ଥନା ସଫଳ କର
ଜୀବନ-ଅଭିନଏ ଉତ୍ତୀର୍ଣ ହୁଏ ମୁଁ
ତା ହିଁ ହେବ ମୋର ପରମ ସୌଭାଗ୍ୟ ।
ଡଃ ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ