ମନର କୋଣେ କୋଣେ
ଅଶ୍ରୁର କଣେ କଣେ
ମୋର ଭାବନା ଯେ ଇତଃସ୍ତତଃ ;
ଆଗରେ ମରଣ
ପଛରେ ଜୀବନ
ମଝିରେ ମୋର
ଆଶାର ଆକାଶ ତାରକିତ ॥
ମନର କୋଣେ କୋଣେ
ଅଶ୍ରୁର କଣେ କଣେ
ମୋର ଭାବନା ଆଜି ଧୂମାୟିତ;
ସମ୍ମୁଖେ ପ୍ରାନ୍ତର
ପଶ୍ଚାତେ ବନାନୀ
ମଝିରେ ମୋ
ବର୍ତ୍ତମାନ ପ୍ରଶ୍ନାୟିତ ॥
ଦୁଃଖର ଛୁରୀକାଘାତେ
ସୁଖର ଉଲକାପାତେ
ଜୀବନଟା ମୋ ଅବାନ୍ତର ;
ବକ୍ଷ ମୋ ବିଦୀର୍ଣ
ସ୍ବପ୍ନ ମୋ ବିଚୁର୍ଣ
ଚଳତ୍ ହୀନ ମୁଁ , ଚାଲିଛି
ହୋଇଛି ମୁଁ ଯନ୍ତ୍ରାୟିତ ॥
ଡଃ ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ