Happy Samba dashami
Happy Samba Dashami
April 12, 2022
Toys and innovations
Toys and innovations
April 12, 2022
Dr VP Acharya

ଇଂରାଜୀ ବର୍ଷ ସରିଲା, ପୁରୁଣା କ୍ୟାଲେଣ୍ଡର ଓହ୍ଲେଇଲେ ଆଉ ନୂଆ ମାନ ସେମାନଙ୍କ ସ୍ଥାନ ମଣ୍ଡନ କଲେ I ହେଲେ ବର୍ଷଯାକ ପୁରୁଣା କ୍ୟାଲେଣ୍ଡରମାନଙ୍କରେ ଥିବା ଦେବାଦେବୀ ମାନଙ୍କୁ ଯେ ଆମେ ଧୂପ ବୁଲେଇ, ଦୀପ ଦେଖେଇ ଜୀବନ୍ତ କରି ଦେଇଛୁ I କେତେ ଅବା ଜାଗା କାନ୍ଥରେ ! ଏ ପୁରୁଣା କ୍ୟାଲେଣ୍ଡରସମୂହ ଆମର ଭକ୍ତି, ବିଶ୍ୱାସ ଆଉ କିଛି ଭୟ ମଧ୍ୟଏବଂ କିଛି ପ୍ରେମ ଯୋଗୁଁ ଏବେ ଯେମିତି ଜୀଅନ୍ତା ହୋଇ ଉଠିଛନ୍ତି, କୋଉଠେ ଥୁଆ ହେବେ, ଜଣl ପଡନ୍ତିନି ।
ଠାକୁରଙ୍କ ଫୋଟୋ ସବୁ ଖରାପ ହେଲେ ଆମେ ନଦୀରେ ବିସର୍ଜନ କରୁ I କିଛି ଲୋକ ମନ୍ଦିର ପାଖରେ ଥୋଇ ଦେଇ ଆସନ୍ତି l ବେଳେବେଳେ ଲାଗେ ଜାରଜ ସନ୍ତାନ ଟିଏ କେହି ଯେମିତି ଛାଡି ଦେଇ ଯାଇଛି I ଠାକୁର ଠାକୁରାଣୀମାନେ ମନ୍ଦିର ଠାକୁରଙ୍କ ହେପାଜତରେ ! ହାଏ ରେ ମଣିଷ !
ତେବେ ଏ ଭଳି ଏକ ଚିନ୍ତା ମନକୁ ଆସୁଥିଲା, ଯଦି କୌଣସି ସଂସ୍ଥା ଏ ଭଳି ପୁରୁଣା ଦେବାଦେଵୀ କ୍ୟାଲେଣ୍ଡର ସବୁକୁ ନେଇ ଉଚିତ ଭାବେ କର୍ମକାଣ୍ଡ ଦ୍ୱାରା ବିସର୍ଜନ କରନ୍ତି, ତେବେ ଲୋକଙ୍କ ପାଇଁ ଏହା ସୁବିଧାଜନକ ହୁଅନ୍ତା I


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *