ଆମେ ଆମ ଉତ୍ତରପିଢିର ଭାଗ ମଧ୍ୟ ଖାଇ ଚାଲିଛୁ

ଗୀତା ଆବୃତ୍ତିର ଇତିକଥା
July 20, 2024
Kalki-2898AD review
July 31, 2024

ବସ୍ତୁବାଦକୁ ପ୍ରୋତ୍ସାହନ, ମନୁଷ୍ୟର କ୍ରମାଗତ ବର୍ଦ୍ଧିଷ୍ଣୁ ଲୋଭ, ଅର୍ଥନୀତିର ବୃଦ୍ଧିର ମିଥ୍ୟା ପ୍ରଲୋଭନ ସମ୍ଭବତଃ ଆମ ଧରଣୀ ମା’ କୁ ଝୁଣି ଖାଉଛି I ବୃଥା ଅଭିଜାତ୍ୟର ଖୋଳ ପିନ୍ଧି ଚା କପରେ ମୁନ୍ଦେ ଚା ଛାଡି ଦେବା, ଜନ୍ମଦିନରେ କେକ କାଟି ତାକୁ ମୁହଁରେ ଲେସି ଲାସି ଫୋପାଡ଼ି ଦେବା, ଭୋଜିରେ 101 ବ୍ୟଞ୍ଜନ ନ ପରଶା ହେଲେ ଇଜ୍ଜତ ଧାପେ ତଳକୁ ଖସିଯିବା, ଘରେ ଥିବା କାରର ଦାମ ଆପଣଙ୍କ ମୂଲ୍ୟ ନିର୍ଦ୍ଧାରଣ କରୁଥିବା, ଶୀତତାପ ନିୟନ୍ତ୍ରିତ କମରାରେ ବସି ପରିବେଶ ସୁରକ୍ଷାର ଭାଷଣ ଦେବା …ଏଇୟା ହିଁ ତ ଚାଲିଛି । ଆମେ କୁବେରଙ୍କ ଦେଶର …କାଦୁଅରୁ ସାଉଁଟି ଧାନ ଗୋଟେଇ ରଖିବା …ଦରକାର ବେଳେ ସେଇ କାଦୁଅରୁ ଶଗଡ଼ ଚକ ଉଠେଇବାକୁ ବସ୍ତା ବସ୍ତା ଧାନ କୁଢ଼େଇ ଦେବା …ଏଇ ଆମ ସଂସ୍କୃତି I ଅଥଚ ଆଜି ଆମେ ଲେଡୀଗୁଡ଼କୁ କହୁଣୀ ଯାଏଁ ବୁହେଇ SDG goals ଉପରେ ଚର୍ଚ୍ଚା କରୁଛେ I ଆମ ଭବିଷ୍ୟତ ଉତ୍ତରାଧିକାରୀଙ୍କ ଭାଗର ପ୍ରାକୃତିକ ସାଧନ ମଧ୍ୟ ଖାଇ ବସିଲେଣି ।
ଆଧ୍ୟାତ୍ମିକତା ବୋଇଲେ ଯଦି ଆମେ ଭାବୁ ମାଳା ଗଡେଇ କେବଳ ଧ୍ୟାନରତ ରହିବା, ସେଇଠେ ଆମେ ଭୁଲ କରିବସେ I ଆମ ପୂଜ୍ୟ ଗୁରୁଦେବ କହନ୍ତି –our need is less, greed is more. ପଞ୍ଚେନ୍ଦ୍ରିୟର ତାଡ଼ନାରେ ଆଜି ଯେ ମଣିଷ ଜାତି ଉତ୍ଶୃଙ୍ଖଳ, ସେତକ ହୋଇଛି ବିଜ୍ଞାନକୁ ଅଧ୍ୟାତ୍ମଠାରୁ ଦୂର କରିବାରୁ I ଯଦି ବିଜ୍ଞାନର ବିକାଶରେ ପ୍ରତ୍ୟେକ ପଦକ୍ଷେପରେ ପ୍ରଶ୍ନ କରା ହୁଅନ୍ତା, “ଏଥିରେ ସମାଜର ହିତ ଅଛି ତ ? ଦରକାରଠାରୁ ଅଧିକ ସଂସାଧନ ବ୍ୟବହାର କରିନେ ତ ?” ଯେଉଁ ବିଜ୍ଞାନର ଅଭିବୃଦ୍ଧି କରା ହେଉଛି ସେଥିରେ ଖାଉଟି ପଣିଆ ହିଁ ବଢୁଛି, ନ ବଢିଲେ ବିଜ୍ଞାପନ ଦେଇ ପ୍ରଲୋଭିତ କରାଯାଇ ବିକ୍ରି ବଢ଼ା ଯାଉଛି I ଏ ବିଜ୍ଞାନ ଆସୁରିକ ବିଜ୍ଞାନରେ ପରିଣତ ହୋଇଛି I ସମୟ ଥାଉ ଥାଉ ଏକ ସନ୍ତୁଳନ ରକ୍ଷା ନ କଲେ ଆଗକୁ ଏ date ଆହୁରି ଆଗୁଆ ଘୁଂଚି ଆସିବ I ଭାରତବର୍ଷ ଅନ୍ୟ ଦେଶମାନଙ୍କୁ ଅନୁକରଣ ନ କରି ନିଜେ ନିଜର ନୀତି ନିର୍ଦ୍ଧାରଣ କରୁ ।
IIଶୁଭମସ୍ତୁ II
ଅଭିମତ: ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
#environmentalawareness #EarthOvershootDay #odiablogger
#drvpacharya
*************************
ଜୁଲାଇ ୨୫, ୨୦୨୪: ପୃଥିବୀ ସୀମା ଲଙ୍ଘନ ଦିବସ
———————————————
ପ୍ରକୃତି ର ନିୟମ ଅନୁସାରେ ପ୍ରତି ବର୍ଷ ପ୍ରାକୃତିକ ସମ୍ପଦ ସ୍ବତଃ ସୃଷ୍ଟି ହୁଏ। “ପୃଥିବୀ ଓଭରଶଟ୍ ଡେ” ବା “ପୃଥିବୀ ସୀମା ଲଙ୍ଘନ ଦିବସ” ସେହି ଦିନକୁ ଇଙ୍ଗିତ କରେ ଯେତେବେଳେ ଏକ ବର୍ଷରେ ମାନବ ସମାଜର ଆବଶ୍ୟକୀୟ ମାନବ ସମ୍ବଳ ଚାହିଦା ପୃଥିବୀ ଯାହା ପୁନଃ ନିର୍ମାଣ କରିପାରିବ ତାହାଠାରୁ ଅଧିକ ଅଟେ | ଅର୍ଥାତ ପ୍ରାକୃତିକ ସମ୍ପଦ ପୁନଃ ସୃଷ୍ଟି ଠାରୁ ଅଧିକ ବିନିଯୋଗ ର ଆବଶ୍ୟକତା।
ଗ୍ରହକୁ ଏକ ବିଶାଳ ବ୍ୟାଙ୍କ ଭାବରେ କଳ୍ପନା କର ଯେଉଁଠାରେ ଟଙ୍କା ବଦଳରେ ଆମେ ବଞ୍ଚିବାକୁ ଆବଶ୍ୟକ କରୁଥିବା ସମସ୍ତ ପ୍ରାକୃତିକ ସମ୍ପଦ ଯଥା ଜଳ, ବାୟୁ, ବୃକ୍ଷ ଲତା ଇତ୍ୟାଦି ଗଛିତ ରଖାଯାଇଥାଏ |
୨୦୨୩ ମସିହାରେ ପୃଥିବୀ ସୃଷ୍ଟି କରିଥିବା ସମଗ୍ର ପ୍ରାକୃତିକ ସମ୍ପଦ ଅଗଷ୍ଟ ୨ ରେ ଶେଷ ହୋଇଗଲା। ଅର୍ଥାତ ଅଗଷ୍ଟ ୩ ଠାରୁ ସେହି ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ପ୍ରାକୃତିକ ସମ୍ପଦ ନିଅଣ୍ଟ ହେଲା। ତେଣୁ ୨୦୨୩ ପାଇଁ ପୃଥିବୀ ସୀମା ଲଙ୍ଘନ ଦିବସ ହେଲା ଅଗଷ୍ଟ ୨ ତାରିଖ |
ଏହି ତାରିଖ ପ୍ରତିବର୍ଷ ଘୁଞ୍ଚି ଘୁଞ୍ଚି ଯାଉଛି, କିନ୍ତୁ ଆବଶ୍ୟକ ଠାରୁ ଅଧିକ ପ୍ରାକୃତିକ ସମ୍ପଦ ବ୍ୟୟ ଧାରା ଆମର ବନ୍ଦ ହେଉ ନାହିଁ| ଆମର ବଢୁଥିବା ଭୋକ ଏବଂ ଲୋଭର ବିସ୍ତାର ହେତୁ ୧୯୭୦ ଦଶକ ପରଠାରୁ ପୃଥିବୀ ସୀମା ଲଙ୍ଘନ ଦିବସ କ୍ରମଶ ପରିବର୍ତ୍ତନ ହୋଇ ଚାଲିଛି, ଅର୍ଥାତ ପଛକୁ ପଛକୁ ଘୁଞ୍ଚି ଚାଲିଛି। (ସାଙ୍କେତିକ ଭାବରେ କହିବାକୁ ଗଲେ ଉପଭୋକ୍ତା ମାନଙ୍କର ଚାହିଦା ର ଅତ୍ୟଧିକ ବୃଦ୍ଧି ଘଟିଛି)
ଏହି ଦିବସଟି ପାଳନ କରିବା ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ସମ୍ପଦର ଅପବ୍ୟୟରୁ କ୍ଷାନ୍ତ ରହିବା ଏବଂ ନିହାତି ଆବଶ୍ୟକ ଅନୁସାରେ ବ୍ୟୟ ବା ବ୍ୟବହାର କରିବା। ପ୍ରାକୃତିକ ସମ୍ପଦ ଉପରେ ଚାପ ସୃଷ୍ଟି କରିବା ମୁଖ୍ୟ ଅପରାଧୀମାନେ ହେଉଛନ୍ତି ବଦଖର୍ଚୀ ଖାଉଟିମାନେ |
ଏହି ଦିବସଟି କେବଳ ପ୍ରାକୃତିକ ସମ୍ପଦ ଉପରେ ଅତ୍ୟଧିକ ଚାପ ବିଷୟରେ ନୁହେଁ; ବରଂ ଆମ ଗ୍ରହର ଭବିଷ୍ୟତ ବିଷୟରେ ଚିନ୍ତା କରିବାର ଏକ ସୁଯୋଗ | ଏହା ଏକ ସନ୍ତୁଳନ ଖୋଜିବା ବିଷୟରେ ଯାହା ଆମ ପୃଥିବୀର ସମ୍ପଦ ଓ ସ୍ବାସ୍ଥ୍ୟ ସୁସ୍ଥ ଏବଂ ସପୂର୍ଣ୍ଣ ରହିବାକୁ ସୁନିଶ୍ଚିତ କରେ, କେବଳ ଆମ ପାଇଁ ନୁହେଁ ବରଂ ଆମର ସମସ୍ତ ଭବିଷ୍ୟତ ପିଡି ପାଇଁ |
ବ୍ରିଟେନର ନ୍ୟୁ ଇକୋନୋମିକ୍ସ ଫାଉଣ୍ଡେସନର ଚିନ୍ତାନାୟକ ଆଣ୍ଡ୍ରିୟୁ ସିମ୍ସଙ୍କ ଉଦ୍ୟମରେ ଆର୍ଥ ଓଭରଶଟ୍ ଡେ ପାଳନ ଆରମ୍ଭ ହୋଇଛି। ସେ ଆଗେଇ ଆସିଲେ ଏହି ଧାରଣା ସହିତ, ଏବଂ ୨୦୦୬ ରେ, ଗ୍ଲୋବାଲ୍ ଫୁଟ୍ ପ୍ରିଣ୍ଟ୍ ନେଟୱାର୍କ ଫାଉଣ୍ଡେସନ୍ ସହିତ ମିଳିତ ହୋଇ ପ୍ରଥମ ଆର୍ଥ ଓଭରଶଟ୍ ଡେ ଅଭିଯାନ ଆରମ୍ଭ ହେଲା | ୨୦୦୭ ପରଠାରୁ ବିଶ୍ୱ ବନ୍ୟଜୀବ ପାଣ୍ଠି (WWF) ମଧ୍ୟ ଏଥିରେ ଜଡିତ ଅଛି |
ପୃଥିବୀ ସୀମା ଲଙ୍ଘନ ଦିବସ ତାରିଖ ନିର୍ଣ୍ଣୟ କରିବାପାଇଁ ପୃଥିବୀର ବାୟୋକାପ୍ୟାସିଟି (ଆମ ଗ୍ରହ ଗୋଟିଏ ବର୍ଷରେ ଯାହା ଯୋଗାଇପାରେ) ସେହି ଉତ୍ସଗୁଡିକ ପାଇଁ ମାନବିକତାର ଚାହିଦା ଦ୍ଵିରା ବିଭକ୍ତ କରି ଗଣନା କରାଯାଏ, ତାପରେ ୩୬୫ (ଏକ ବର୍ଷରେ ଦିନ ସଂଖ୍ୟା) ରେ ଗୁଣନ କରାଯାଏ।
ବର୍ଷ ବର୍ଷ ଧରି ପୃଥିବୀ ଓଭରଶଟ୍ ଦିବସର ଗତି ପରିବର୍ତ୍ତନ ହୋଇ ଚାଲିଛି | ପ୍ରାରମ୍ଭିକ ବର୍ଷ ମାନଙ୍କରେ ଡିସେମ୍ବର ମାସରେ ପଡୁଥିବା ଏହି ଦିବସ ବର୍ତ୍ତମାନ ଅଗଷ୍ଟକୁ ସ୍ଥାନାନ୍ତରିତ ହୋଇଛି, ଯାହା ପୃଥିବୀର ପ୍ରାକୃତିକ ସମ୍ପଦ ପାଇଁ ଆମର ଅଧିକ ଚାହିଦାକୁ ପ୍ରତିଫଳିତ କରିଛି | ଉଦାହରଣ ସ୍ୱରୂପ ଏହି ଦିବସ, ୨୫ ଡିସେମ୍ବର ୧୯୭୧ ତାରିଖରୁ ଅଗଷ୍ଟ ୨, ୨୦୨୩ କୁ ଘୁଞ୍ଚି ଆସିଲାଣି|
ବର୍ତ୍ତମାନ ବିଶ୍ଵ ସ୍ତରରେ, ଆମେ ଏକ ନିଅଣ୍ଟିଆ ସ୍ଥିତିରେ ଅଛୁ, ପୃଥିବୀ ର ପ୍ରାକୃତିକ ସମ୍ପଦର ପୁନଃ ଉତ୍ପାଦନ ଠାରୁ ଅଧିକ ବ୍ୟୟ ବ୍ୟବହାର କରୁଛୁ| ଏହି ଅତ୍ୟଧିକ ପ୍ରାକୃତିକ ସମ୍ପଦ ବ୍ୟବହାର ହେତୁ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ଜମା ହେବା ଭଳି ବିଭିନ୍ନ ପ୍ରଭାବ ରହିଛି, ଜଳବାୟୁରେ ବ୍ୟାପକ ଅନିୟମିତତା ଏବଂ ପରିବର୍ତ୍ତନ ଜନିତ ସମସ୍ୟା ବଢି ଚାଲିଛି|
ଅଧିକ ସ୍ଥାୟୀ ଭାବରେ ବଞ୍ଚିବା ପାଇଁ ବିଶ୍ଵ ବ୍ୟାପୀ ସମ୍ପ୍ରଦାୟଗୁଡିକ କାର୍ଯ୍ୟକାରୀ କରୁଥିବା ଅଭିନବ ସମାଧାନଗୁଡିକ ଅନୁସନ୍ଧାନ କର | ଅକ୍ଷୟ ଶକ୍ତିର ବ୍ୟବହାର କର, ଉଦ୍ଭିଦ ଭିତ୍ତିକ ଖାଦ୍ୟକୁ ଆପଣେଇ ନିଅ। ସେଭଳି ଚାଲିବା, ବାଇକ୍ ଚଳାଇବା, କାରପୁଲ୍ କରିବା ଅର୍ଥାତ ଏକାଠି ମିଶି ମଟର ଗାଡି ରେ ଯାତାୟତ କରିବା କିମ୍ବା ସର୍ବସାଧାରଣ ପରିବହନ ବ୍ୟବହାର କରିବା ଭଳି ଅଭ୍ୟାସ ବଦଳାଇ ନିଜର ଅଙ୍ଗାର ପଦଚିହ୍ନ ହ୍ରାସ କର। ପୋଷାକ, ଖାଦ୍ୟ କିମ୍ବା ଦୈନନ୍ଦିନ ଜିନିଷ ସଂଗ୍ରହ କ୍ଷେତ୍ରରେ ପରିବେଶ ଅନୁକୂଳ ଦ୍ରବ୍ୟ କ୍ରୟ କର|
ସ୍ଥାନୀୟ ପାର୍କ, ବେଳାଭୂମି, କିମ୍ବା ପଡ଼ୋଶୀ ସ୍ଥାନଗୁଡିକ ସଫା ସୁତୁରା ରଖି ପରିବେଶକୁ ସୁସ୍ଥ ରଖ ଏବଂ ସାମାଜିକ ବନ୍ଧନକୁ ଦୃଢ କର |
“ସମସ୍ତଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ପୃଥିବୀରେ ପର୍ଯ୍ୟାପ୍ତ ସମ୍ବଳ ଅଛି, କିନ୍ତୁ ଜଣେ ବ୍ୟକ୍ତିର ଲୋଭକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ |” – ମହାତ୍ମା ଗାନ୍ଧୀ
(ଇଂରାଜୀ ଅନୁବାଦ: ସୁନ୍ଦର ନାରାୟଣ ପାତ୍ର)

Leave a Reply

Your email address will not be published. Required fields are marked *