ଓଁ ନମୋ ଭଗବତେ ବାସୁଦେବାୟ II

ପ୍ରାଜ୍ଞ ସାବିତ୍ରୀ
July 31, 2024
Aum namo Bhagavate Vasudevaya
July 31, 2024

ସମସ୍ତଙ୍କୁ ସାଦର ପ୍ରଣାମ I ଗତ ଜୁଲାଇ ମାସରେ ମୁଁ ଏହି ବ୍ରଡକାଷ୍ଟ ଗ୍ରୁପ ବନେଇ ଏକା ଥରେ 256 ଜଣଙ୍କୁ ଗୀତା ଭିଡ଼ିଓ ସେୟାର କରିବା ଆରମ୍ଭ କରିଥିଲି I ସେତେବେଳକୁ ଦଶମ ଅଧ୍ୟାୟରେ ଥିଲି I ଅନେକ ଜଣ ଆଗ୍ରହ କରିଛନ୍ତି ମୂଳରୁ ଶୁଣିବା ପାଇଁ I ତେଣୁ ଆଉ ଥରେ ଗୀତଧ୍ୟାନରୁ ନେଇ ଶେଷ ଯାଏଁ ପ୍ରତିଦିନ ଗୋଟିଏ ଲେଖାଏଁ ଭିଡ଼ିଓ ଭିଡ଼ିଓ ସେୟାର କରିବା ପାଇଁ I ସମସ୍ତ ଭିଡ଼ିଓ “Chants By Acharya Sisters” ରେ “Shrimad Bhagwad Gita” playlist ରେ ଯଦିଓ କ୍ରମ ଅନୁସାରେ ସଜା ହୋଇ ରହିଛି , ତେବେ ମଧ୍ୟ କେହି କେହି ଏହା କେମିତି କରା ହେବ ବୁଝି ପାରୁ ନାହାନ୍ତି I ଆଉ କେତେକେ ଖୁସି ହୁଅନ୍ତି ଯେବେ ପ୍ରତିଦିନ ଅଳ୍ପ ମାତ୍ରାରେ କିନ୍ତୁ ନିୟମିତ ଭାବରେ କିଛି ତଥ୍ୟ ପ୍ରାପ୍ତ ହୁଏ I ତେବେ ଆପଣମାନେ ଯଦି ଚାହିଁବେ ଏ ଗ୍ରୁପରୁ ବିଦାୟ ନେବାକୁ, ତେବେ ଦୟାକରି ମୋତେ ଲେଖି ଜଣାଇବେ I କାରଣ ଆମେ ସମସ୍ତେ କିଛି ନା କିଛି କାର୍ଯ୍ୟରେ ବ୍ୟସ୍ତ, ଶ୍ରୀମଦ ଭଗବଦ ଗୀତା ଆମର ପ୍ରଥମ ପସନ୍ଦ ମଧ୍ୟ ନ ହୋଇପାରେ I ମୋର ଏଥିରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ, କେବଳ ଏକ ଉଦ୍ଦେଶ୍ୟ ଏ ମହାନ ଗ୍ରନ୍ଥର ପ୍ରକୃତ ତଥ୍ୟ ସମସ୍ତଙ୍କ ସାମନାକୁ ଆଣିବା ଓ ତଦନୁସାରେ ଏକ ସନ୍ତୁଳିତ ଜୀବନଯାପନ କରିବା I ଶୁଭମସ୍ତୁ II 🙏🏼

Leave a Reply

Your email address will not be published. Required fields are marked *