ଝୁମନ୍ତି ମସ୍ତମନେ ଆଜି ତରୁଲତିକା
ନାଲି ଅଧରୁ ହସ ଝରାଏ କଳିକା
ଧରଣୀ କୋଳାଏ ମୋତେ ହାତ ତୋଳିକା ;
ତୁମରି ଆଗମନର କି କାରଣ ଏ
ମନେ ମୋ ସଂଚରେ ଏକ ଆଶା ଲତିକା ॥
ମେଘମାଳା ଛୁଇଁ ଯାଏ ଅଦ୍ରିରାଜକୁ
ଭ୍ରମର ଚୁମୁଥାଏ ନବକଳିକୁ
କୁହୁତାନେ ମସ୍ତ କୋକିଳ ପାଗଳା ;
କି ଏକ ଅଦ୍ଭୁତ ଅଳସତା ଘୋଟେ
ମନେ ପ୍ରଶ୍ନ ଉଠେ ; ସତ ଅବା ଏ ମରୀଚିକା !!
ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ