ସମଗ୍ର ଜୀବନ ହେଉ ଲଷ୍ମୀପୂଜା

ଶତାବ୍ଦୀର ଶେଷ ସନ୍ଧ୍ୟା
November 20, 2023
ବ୍ୟାଣ୍ଡ, ବାଜା, ବାରାତ
December 15, 2023

ସମଗ୍ର ଜୀବନ ହେଉ ଲଷ୍ମୀପୂଜା==ମାର୍ଗଶିର ଗୁରୁବାରରେ ସମସ୍ତଙ୍କୁ ଅଶେଷ ଅଭିନନ୍ଦନ ==
ସକାଳୁ ପୂଜା ତ ଅତି ଆଗ୍ରହରେ କରିଥିବେ, କେହି କେହି ଓପାସ ମଧ୍ୟ କରିଥିବେ I ସକାଳୁ ସକାଳୁ ବ୍ୟତିବ୍ୟସ୍ତ ହୋଇ ପିଲା ଆଉ ସ୍ୱାମୀଙ୍କୁ ଗାଳି ଗୁଲଜ କରି ନାହାନ୍ତି ତ ? ଓପାସ କହି ଏସିଡ଼ିଟି କୁ ଆବାହନ କରି ନାହାନ୍ତି ତ ? ବହୁତ କିଛି ଯୋଜନା କରି ଦେଇ କେହି ସାହାଯ୍ୟ କଲେନି ବୋଲି ଝଗଡା ଝାଟି କରି ନାହାନ୍ତି ତ ?
ମା’ ଅଶେଷ କରୁଣାମୟୀ I ଯେଉଁଠାରେ ଶାନ୍ତି, ଶୃଙ୍ଖଳା, ସ୍ନେହ ଓ ପ୍ରେମ ଭରା ବାତାବରଣ ମା’ ସେଇଠି ସର୍ବଦା ବିରାଜମାନ I ଘରଦ୍ୱାର ସଫା ରଖନ୍ତୁ I ଚାଳ ଘର ପାଇଁ ଯାହା ସବୁ ବ୍ୟବସ୍ଥା ଥିଲା ତା’ ଠାରୁ ମାର୍ବଲ ମୋଜାଇକ ଘରର ବ୍ୟବସ୍ଥା ଅଲଗା ହେବ ନିଶ୍ଚୟ I ମା’ ଆପଣଙ୍କୁ ନିଜ ହିସାବରେ ବିଚାର କରି ନିଜ ନିଷ୍ପତ୍ତି ନେବାର ବୁଦ୍ଧିମତ୍ତା ମଧ୍ୟ ଦେଇଛନ୍ତି I ମା’ ଙ୍କୁ ଭଲ ପାଇ ପୂଜା କରନ୍ତୁ ….ଭୟ ପାଇ ନୁହେଁ I ସେ ବି ସନ୍ତାନର ସ୍ନେହ ପାଇବାକୁ ରଂକୁଣି I
ଆଜି ଆମ ଓଡ଼ିଆ ଜାତି ଖାଇ ଖାଇ ରୋଗିଣା I ସୁଗୃହିଣୀ ହିସାବରେ ବିଚାର କରି ଯଥାଯଥ ଭାବେ ସ୍ୱାସ୍ଥ୍ୟପ୍ରଦ ସୁଷମ ଖାଦ୍ୟ ରାନ୍ଧି ମା’ଙ୍କୁ ସମର୍ପଣ କରନ୍ତୁ I ମା’ଙ୍କ ନାଁ ରେ ନିଜ ଜିହ୍ୱା ଲାଳସା ଚରିତାର୍ଥ କରିବା କିମ୍ବା ନିଜ ରନ୍ଧା କୌଶଳର ପ୍ରଦର୍ଶନ କରି ଘରେ ବାତାବରଣକୁ କଳହ କଳୁଷିତ କରନ୍ତୁ ନାହିଁ I
ଆମ ସମଗ୍ର ଜୀବନ ହେଉ ଲଷ୍ମୀପୂଜା I
==ଶୁଭମସ୍ତୁ ==

Leave a Reply

Your email address will not be published. Required fields are marked *