ବାଲିଘାଇ, ପୁରୀ ଆଡୁ ଭୁବନେଶ୍ୱର ଆସିବା ପାଇଁ ସୁଗମ ବାଟଟି ହେଉଛି ତୋଷାଳୀ ସ୍ୟାଣ୍ଡସ ପରେ ଓଭରବ୍ରିଜଟି ଯାହା ମାଳତୀପାଟପୁରରେ ସରେ I ହେଲେ ଏଥର ମହାମହିମ ରାଷ୍ଟ୍ରପତିଙ୍କ ପୁରୀ ଆଗମନ ହେତୁ ସେ ବାଟଟି ବନ୍ଦ I ଖାଲି ବନ୍ଦ ନୁହେଁ, ମାତ୍ରାଧିକ ଭାବେ ଚଳଚଞ୍ଚଳ ପୋଲିସ ବାହିନୀ ଆମକୁ ଖେଦି ଆସିଲେ I ଗାଡି ଅଟକାଇ କାରଣ ପଚାରିବାକୁ ବି ତର ନାହିଁ I ଟିକିଏ ଅଧିକ ସମୟ ନେଇ ଅଠରନଳା ବାଟେ ଫେରିଲି ସିନା, ହେଲେ ମନରେ ପ୍ରଶ୍ନ ଉଠିଲା, ପୂର୍ବତନ ସରକାର ସୁନ୍ଦର କରିଡର ବ୍ୟବସ୍ଥା କରି ମନ୍ଦିର ପରିସର ପରିଚ୍ଛନ୍ନ କରିଦେଲେ, ଏ ସରକାର ଚାରି ଦ୍ୱାର ଖୋଲି ଦେଲେ ହେଲେ ମୁଖ୍ୟ ମନ୍ଦିରରେ ତ ସେହି ଦଳା ଚକଟା ଭିଡ I ଆମ ଓଡ଼ିଆ ଲୋକଙ୍କୁ ଟିକିଏ ଶୃଙ୍ଖଳିତ ହେବାକୁ ଭଲ ଲାଗେ ନାହିଁ କାହିଁକି?
ପୂର୍ବ ସନ୍ଧ୍ୟାରେ ମୁଁ ମନ୍ଦିର ଦର୍ଶନ କରି ଆସିଥିଲି I ଜଣେ ପରିଚିତଙ୍କୁ ପଚାରି ଯାଇଥିଲି, ସେ ଆଗରୁ ଡରେଇଥିଲେ ଯେ ପ୍ରବଳ ଭିଡ I ମୁଁ ପ୍ରାୟ ଦେଢ଼ ବର୍ଷ ପରେ ଦର୍ଶନ କରିବାକୁ ଯାଉଥିଲି, ଯାଉଥିଲି କ’ଣ ସେ ହିଁ ବାଟ କଢ଼େଇ ନେଇ ଯାଉଥିଲେ I ସେଠି ପହଂଚି ଭୁଲରେ ଠିକ କାମଟିଏ କରିଦେଲି …ଗୋଟିଏ ପ୍ରାଇଭେଟ ପାର୍କିଙ୍ଗରେ କାର ଥୋଇଲି, ଯାହା ମୋ ପାଇଁ ବହୁତ ସୁବିଧା ଥିଲା I
ମନ୍ଦିର ପାଖେ ପହଂଚି ଦେଖିଲୁ, କିଛି ଧାଡି ନାହିଁ I କି ଅଦ୍ଭୁତ ସତେ! ସନ୍ଧ୍ୟା ସମୟ, ଅଥଚ ମୁଖ୍ୟ ମନ୍ଦିର ଯାଏଁ କିଛି ବି ଭିଡ ନାହିଁ I ଶେଷରେ କିନ୍ତୁ ମୁଖ୍ୟ ମନ୍ଦିର ଭିତରେ ପ୍ରବଳ ଭିଡ I ଭିଡ ମାନେ, କହିଲେ ନ ସରେ I ଦେହବୋଧ ତ୍ୟାଗ କରି ଅଗତ୍ୟା ସେଇ ଭିଡ ଭିତରେ ହିଁ ଠେଲି ହୋଇ ଆଗକୁ ଚାଲିଲୁ l ସେଠି ଆଉ ଚାଲିବା ବି ଦରକାର ନାହିଁ I ଭିଡରେ ଆପେ ଠେଲି ହୋଇ ଛେକେ ଛେକେ ହୋଇ ଯାଇ ଠାକୁରଙ୍କ ଆଗରେ ଠିଆ ହେଲୁ I କେମିତି କେଜାଣି କାଠ ପାଖେ କିଛି ଫାଙ୍କ ଜାଗା ଥିଲା ଯେଉଁଠି ଠିଆ ହୋଇ ପ୍ରଭୁ ଜଗନ୍ନାଥଙ୍କ ପୂର୍ଣ୍ଣ ରୂପ ଦେଖିଲି I କିଛି ସମୟ ସେ ରୂପକୁ ମୋ ଆଖି କ୍ୟାମେରାରେ ତୋଳି ଆଣି ସନ୍ତୁଷ୍ଟିର ସହ ବାହାରକୁ ଆସିଗଲି I ଆଗାମୀ ବର୍ଷେ ଦୁଇ ବର୍ଷ ଯାଏଁ ମେଲାଣି ମାଗି ଆସିଲି I
କେଜାଣି କାହିଁକି ପିଲାଦିନୁ ଆଜିଯାଏଁ ମୁଁ ଏ ଭିଡକୁ ସହଜରେ ଗ୍ରହଣ କରି ପାରେ ନାହିଁ , ଦକ୍ଷିଣ ଭାରତରେ ରହିଲା ପରେ ତ ଆହୁରି ଅସହ୍ୟ ମନେ ହୁଏ I ଏ କି ପ୍ରକାର ଭାବ ? କ୍ଷମା କରିବେ ମୋତେ ଏ ଭିଡ ବେଶୀ ଅଶ୍ଳୀଳ ଆଉ ବିଶୃଙ୍ଖଳିତ ହିଁ ଲାଗେ I ଆମ ଓଡିଶା ମନ୍ଦିର ଗୁଡିକରେ ସ୍ୱଚ୍ଛତାର ଅଭାବ ଓ ଦର୍ଶନ ବେଳେ ଏ ଠେଲା ପେଲା ମୋତେ ବଡ ବ୍ୟଥିତ କରେ l ଯେବେ ମୋ ବନ୍ଧୁ ମାନେ ବାହାର ରାଜ୍ୟରୁ ଆସନ୍ତି, କ’ଣ ଧାରଣା ନେଇ ଯାଉଥିବେ, ସହଜେ ଅନୁମେୟ I ଦୁଃଖର କଥା ଯେ, ଆମ ପାଖରେ ଏହାର ସମାଧାନ ଅଛି I ଏ ବିଷୟରେ ମୁଁ କିଛି ସମାଧାନ କିଛି ଜଣଙ୍କ ପାଖେ ପହଞ୍ଚାଇବାକୁ ଚେଷ୍ଟା ମଧ୍ୟ କରିଛି I କିନ୍ତୁ ଏ ଯାଏଁ କିଛି ପରିବର୍ତ୍ତନ ଦେଖି ତ ପାରିଲିନି I
ନିମ୍ନୋକ୍ତ ସମାଧାନ ଚୁମ୍ବକରେ ଇଂରାଜୀରେ ଦେଲି I ଆପଣମାନେ ମଧ୍ୟ ନିଜ ମତାମତ ଏଥିରେ ଯୋଡନ୍ତୁ I ଦେଖିବା ପ୍ରଭୁ ଏଥିକୁ ସାହାଯ୍ୟ କରୁଛନ୍ତି କି ନାହିଁ I ଜୟ ଜଗନ୍ନାଥ, ଜୟ ଓଡିଶା I
1. There should be online booking of slots and also at offline counters at the traffic chowk. The booking system, the entry gates and the inside of the temple should be interfaced and by AI the crowd will be regulated. Inside of the main temple somewhat in the following manner the crowd can be controlled (diagram attached). There should be 5 automated gates, controlled by the AI system which will be auto-adjusted with timers calculating the crowds at the 4 gates and entry point of main temple.
A taller pedestal should be kept near the pillar inside the main temple, so that while waiting for the gate opening people will get chance to get a hearty darshan from the front. Again, when they will come to the forefront they can have the darshan for a second time. There should be two rows, one for women and kids and one for men.
This is a rough sketch and idea. The pros and cons and the possibilities etc can be discussed with detail meetings with IT team, administrators and servitors. There should be coupon system for different pujas e.g. only lamp lighting, puja, abhishek etc and the funds collected should be given as salaries to the servitors. That’ll be their “Dakshinaa”. People may add few more bucks in the hundi.
2. Salary of servitors: Had the Brahmanas stuck to their dakshinaa i.e. the fee for the puja karmakaandas, they should not be hankering after daana which can range from Rs. 100 to anything nowadays. Their Dakshina should be as much as any gazetted officers and only the qualified ones from Sanskrit universities should be chosen for doing the work. The petty affairs of luring the devotees for few bucks in Srimandira and misbehaving with them if things do not go as per their wish, is infamously famous everywhere in India. This story of Puri Jagannath darshan is never heard anywhere else and it brings lot of shame and shows our indiscipline behaviour before other states.
3. A designated space for doing meditation should be assigned where people can actually sit for sometime and meditate in the sacred place.
Hopefully, the message reaches the appropriate authorities and some good moves may be inculcated.
Prof DrViyatprajna Acharya
Medical Biochemist.