ଗୋଧୂଳି ଲଗନରେ
ନିଘଂଚ ବନରେ
ଛିଡା ମୁଁ ହୋଇ
ମୂକଟିଏ ହୋଇ ଆନମନା ହୋଇ
ଭାବୀ ଚାଲିଥାଇଁ …………
ମିଶିଯା‘ନ୍ତି ମୁହିଁ
ଆକାଶର ଶୂନ୍ୟତାରେ
ଖେଳିଯା‘ନ୍ତି ପୁଣି ବନ ସବୁଜିମାରେ
ଚଳିଯା‘ନ୍ତି ମୁଁ ପବନ ସାଥୀରେ
ମିଶିଯା‘ନ୍ତି ପୁଣି ଧୂଳି କଣିକାରେ ।
ଯେହ୍ନେ ଦେଖୁଥିଲେ
ଦିଶୁଥାଏ ମୁହିଁ
ହାତ ବଢାଇଲେ କେହ୍ନେ ନ ଥାଇଁ ।
ଶୂନ୍ୟ ମୁଁ, ଅରୂପ ମୁଁ
ମୋତେ ନ ପାଅ କାହିଁ
ହେଲେ ତୁମ ଅଗୋଚରେ
ତୁମ ପାଶେ ମୁଁ ଥାଇଁ ।
ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ