କୁହେଳିକା ମୁଁ

ଶୂନ୍ୟ !!!
April 16, 2022
ତୁମ ଅପେକ୍ଷାରେ
April 16, 2022

ମୋତେ ବୁଝିବାକୁ ଚାହଁ ପରା ?
ବୁଝି ଦେଖ ତ ;
ମୋତେ ଛୁଇଁ ଦେଖ ଥରେ–
ବର୍ଷା ହୋଇ ଝରିଯିବି
ଗନ୍ଧ ହୋଇ ପବନେ ଖେଳିଯିବି
ଚୁର୍ଣ ହୋଇ ଧୂଳିରେ ମିଶିଯିବି
ଅନନ୍ତ ହୋଇ ଆକାଶରେ ହଜିଯିବି ।

ମୋତେ ବୁଝିବାକୁ ଚାହଁ ପରା ?
ବୁଝି ଦେଖ ତ ;
ଖୋଜି ଦେଖ ତ  ଥରେ-
ଝଡ ହୋଇ ବୋହିଯିବି,
ଲାଭା ହୋଇ ଜାଳିଦେବି
ଝାଂଜି ହୋଇ ପୋଡିଯିବି
ଉତ୍ତାଳ ସାଗର ହୋଇ ଗ୍ରାସିଯିବି ।
ଆସନା, କେହି ମୋ ନିକଟକୁ  ଆସନା

ବୁଝନା କେହି ମୋ ଅବୁଝା ମନକୁ
କୁହେଳିକା ମୁଁ ……
ଶୁଣନା କେହି ମୋ ଅକୁହା କଥାକୁ …
ଆସିଛି ଏକା, ଯିବି ମୁଁ ଏକା
ଅନନ୍ତରୁ ସ୍ୄଷ୍ଟି ମୋର
ପୁଣି ସେଇଠି ହଜି ଯିବି,
ମାଟିରେ ମିଶି ଯିବି ॥

ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ

Leave a Reply

Your email address will not be published. Required fields are marked *