ଚର୍ମ –ମର୍ମ
April 16, 2022
ଅପେକ୍ଷମାଣା
April 16, 2022

କିଏ କହେ
ଗରମ ପାଣି ମୁନ୍ଦେ
ଅବା ନିଶାର ବୁନ୍ଦେ
ବକ୍ବାସ୍ କିଏ କହେ
କିଏ କହେ ହାଏ !
ଚା ତ ମୋ ଜୀବନ .

କପ୍ ଟିଏ ଚା
ଆଉ ଦିନର ଶୁଭାରମ୍ଭ
ଆଳ ସେ ତ ….
କିଛି କଥାଭାଷାର
ପ୍ରେମ ଆଦାନ ପ୍ରଦାନର
ସାଂଗ ସାଥୀ ମେଳର
କିଛି ନ ହେଲେ ….
ବାସ୍ ଏମିତି‘….
ଦରକାର କଣ  ଆଳର  !

କପ୍ ଟିଏ ଚା ….
ଅଂକ କଷେ , ନବବଧୂର ହାତ ପରଷ
ଘରଣୀ ମନର ଆକ୍ରୋଶ
ସ୍ବାମୀନ୍କ   ମନର ସରସ
ଗରମାଗରମ ଛକଖଟିର ହରଷ

କପ୍ ଟିଏ ଚା …..
ଚର୍ଚା ନେଇ ଥୁଏ ଅର୍ଥନୀତିରେ
ଚାରଣାରୁ ଆରମ୍ଭ ହୁଏ
ଛିଡ଼େ ଯାଇ ଆମେରିକାନ୍ ଡଲାରରେ
ଚର୍ଚା କରାଏ ସ୍ବାସ୍ଥ୍ୟର
ଏସିଡିଟୀ ଅଲସର୍ ର
ଦୁର୍ନୀତି ଗ୍ରସ୍ତ ଡାକ୍ଟର୍ ର
କପ୍ ଟିଏ ଚା ….
କୁଆଡେ ଜୋଶ୍ ଜଗାଏ
ଦୁର୍ନୀତି ବିରୋଧରେ ସ୍ବର ଉଠାଏ
ପତି ବଡ଼  ହେଲେ ଜୋଶ୍ ବି ବଡ଼
କେତେବେଳେ ତାଜାକରାଏ ,
କେତେବେଳେ ପୁଣି ଅଗ୍ନିବର୍ଷାଏ
କପେ ଚା ରେ
ମୁଣ୍ଡ ବିନ୍ଧା ଭଲ
କଫ ତରଳ
ଅଫିସରଂକୁ ତେଲ
ଫାଇଲର ବୁଲଚାଲ
ଚା …..
ଅଦା ଚା , ନାଲି ଚା
ସବୁଜ ଚା, ଔଷଧୀ ଚା
ଭଳିକି  ଭଳି ରୂପରେ ସାଜେ
ରୂପ ବଦଳେ , ନାଁ ବଦଳେ
ଅଳପ ହେଲେ ବି
ମୁଁ ତାନିଶା କବଳେ

Leave a Reply

Your email address will not be published. Required fields are marked *