ଚିରାନନ୍ଦ ସଂଧାନେ

ଏମିତି ଥିବି
April 16, 2022
ଚର୍ମ –ମର୍ମ
April 16, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ବ୍ୟଭିଚାର ତାର କଳାପଣତକୁ ବେଢ଼ାଇ ରଖିଛି

ନିତି ନିତି ଧର୍ଷିତା ନାରୀର ବିଳାପ

ପ୍ରତିଫଳିତ ଖବରକାଗଜରପହିଲି ପୃଷ୍ଠାରେ

ଆତଙ୍କବାଦ ଓ ହିଂସାର ବହ୍ନି ଖେଳିଯାଏଚତୁର୍ଦ୍ଦିଗେ

ବିଛିନ୍ନତାର ଦାନବରସ୍ୱରରେ କମ୍ପିଉଠେ ଧରଣୀ

ଏଠି ଯେ ଧର୍ମ ହୁଏ କିଣାବିକା

ଧର୍ମନିରପେକ୍ଷତା ଜନ୍ମ ଦିଏ ଧର୍ମବିବାଦ !

 

ରେ ରେ ମୁଢ ନର !

ବୁଝି ପାରୁନା କି ତୋ ମନୁଷ୍ୟତ୍ୱର ମହତ୍ତ୍ୱ ?

କିମ୍ପା କଳହେ  ହୋଇଛୁ ପ୍ରମତ୍ତ

ତୋ ବାସଭୂମି ପରା ପୂଣ୍ୟଭୂମି ଭାରତ ?

ଭୁଲି ଗଲୁ  ସେ ଅମରବାଣୀ

” ଅହିଂସା ପରମୋଧର୍ମ “?

ଭୁଲିଗଲୁ କି ସେ ଶାନ୍ତିର ବାର୍ତ୍ତା

ଭୁଲି ଗଲୁ କି ତୋ ପ୍ରାଚୀନ ଐତିହ୍ୟ ?

 

ଉଠ, ଜାଗ୍ରତ ହୁଅ ହେ ଭାରତବାସୀ

ଅପେକ୍ଷା କରିଛି ଏକ ସୁନେଲି ସକାଳ

ସତ୍ୟର ଅନୁଗାମୀ ହେବାକୁ ଦିଏ ସେ ନିର୍ଦେଶ

ଜୀବନ ଯନ୍ତ୍ରଣାର ସମାପ୍ତି କାହିଁ ?

କେଉଁଠି ଶେଷ ଏହାର , ସୀମା କାହିଁ ଏହାର ,

କହିପାରିବ କି , ପାରିବକି କହି ??

 

ମିଥ୍ୟାବରଣ ତେଜି ଚାଲିଆସ ବାହାରକୁ

ଫୋପାଡ଼ି ଦିଅ ସେ ମଳିନ ଜୀର୍ଣ୍ଣ ପରିଧାନକୁ

ସତ୍ୟକୁ ଧାରଣ କରି ଶରୀରେ ତୁମର

ଚିରାନନ୍ଦ ସନ୍ଧାନେ ହୁଅରେ ଅଗ୍ରସର |

**********************************************

Leave a Reply

Your email address will not be published. Required fields are marked *