ପୁଣି ଥରେ ଟ୍ରାଫିକ ଆବୁରୁ ଜାବୁରୁ ଗଳ୍ପ

Monday Blues
Monday Blues
October 31, 2022
vp acharya
ଚାପୁଡ଼ା
November 8, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
କହି ତ ଥିଲି, ମୋ ଗପ ସବୁ ପଢି ଆପଣ ନିଜ ଗପ ପେଡି ମନେ ମନେ ଖୋଲି ବସିବେ l ଏବେ ପୁଣି କିଛି କଥା ମନରେ ଗୁଡେଇ ହେଉଛି I କାଲିର କଥା । ସ୍ୱାମୀ -ସ୍ତ୍ରୀ ଯୁଗଳଟିଏ ସ୍କୁଟରେଟରେ ସବାର ହୋଇ ମୋ ଆଗକୁ ଚାଲିଗଲେ । ମଧ୍ୟ-ବୟସ୍କ ଦମ୍ପତ୍ତି l ଜୀବନର 40-45 ବର୍ଷ ଅତିବାହିତ କରି ସାରିଲେଣି ଅନ୍ତତଃ । ତଥାକଥିତ ସଭ୍ୟ ଓ ଆଧୁନିକ ମାନେ ହେଉଥାନ୍ତି l
ଟ୍ରାଫିକ ପୁଲିସ ନିର୍ଦ୍ଦେଶାନୁସାରେ ଛକରେ ଅଟକିଲେ । କଥାବାର୍ତ୍ତାରେ ମଜ୍ଜି ରହିଥାନ୍ତି । ହଠାତ ଜିନ୍ସ-କୁର୍ତ୍ତା ପରିହିତା ଆଧୁନିକା ସ୍ତ୍ରୀ ଜଣଙ୍କ ରାସ୍ତା ମଝିରେ ଲଣ୍ଡାଏ ହେବ ଛେପ ପକେଇ ଦେଲେ l ଘୃଣାରେ ନାସା କୁଂଚେଇ ହୋଇ ଆସୁ ଆସୁ ସ୍ୱାମୀ ଜଣକ ତାଙ୍କ ଦେଖାଦେଖି କିମ୍ବା ସ୍ୱତଃପ୍ରବୃତ୍ତ ହୋଇ reflexively ପାନ ପିକ ମେଞ୍ଚାଏ ପୁଚ କରି ରାସ୍ତା ମଝିରେ ପକେଇ ଦେଲେ ।
ଟ୍ରାଫିକ ପୁଲିସ ହାତ ଦେଖେଇଲେ ଆଉ ଆଗକୁ ବଢିଗଲେ l ଆଗରେ ଦେଖିଲି ଦୁଇଜଣ କୁଡାଵାଲା ରାସ୍ତା କଡରେ ନିଜ ଝାଡୁ ଚାଳନା କରି ରାସ୍ତାକୁ ଧୂଳି ଓ କଚଡ଼ା ମୁକ୍ତ କରିବାରେ ବ୍ୟସ୍ତ l ମନେ ମନେ ମୁଣ୍ଡକୁ ପିଟି ଦେଇ କହିଲି ,”ଧେତ, ଏମାନେ ତ ସଫେଇ ଵାଲା, କୁଡ଼ାଵାଲା ତ ଆମେ l ସେ ଛେପ ଆଉ ପାନପିକର ଛିଟା ମୋ ଭାରତବର୍ଷର ଭାବମୂର୍ତ୍ତିର ମୁହଁରେ ଯାଇ ଛିଟା ପକେଇଲା ଯେ ! ”
ସ୍ୱାଧୀନତାର 75 ବର୍ଷ ପାହିଲା ପରା, ଭାରତବର୍ଷ ବିଶ୍ଵଗୁରୁ ହେବ ପରା …କେବେ ଆଉ ଆମେ ସଭ୍ୟ ଓ ଶାଳୀନ ହେବା !!

Leave a Reply

Your email address will not be published. Required fields are marked *