ବିକ୍ରୀ

ଏକ ରକ୍ତାକ୍ତ ସୂର୍ଯ୍ୟାସ୍ତର ଦୃଶ୍ୟ
June 21, 2022
ଜନ୍ମ -ମୃତ୍ୟୁ ଚକ୍ର
June 22, 2022

(ଅଣୁଗଳ୍ପ)
ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ

ମା’ ର ଅନେକ ଚିନ୍ତା | ଏକମାତ୍ର ପୁତ୍ର ସନ୍ତାନ ଲାଗି କନ୍ୟାଟିଏ ଲୋଡ଼ା | ଅନେକ ଜାଗାରେ କନ୍ୟା ଦେଖିଲେଣି ହେଲେ କେଉଁଠି ଝିଅର ରୂପଗୁଣ ପସନ୍ଦ ନାହିଁ ତ କେଉଁଠି ଯୌତୁକ ପରିମାଣ ମନକୁ ପାଉନି | ଶେଷରେ କନ୍ୟାଟିଏ ମିଳିଲା | ସୁନ୍ଦର ରୂପ ତଥା ଲୋଭନୀୟ ପରିମାଣର ଯୌତୁକ ମିଳିବାର ପ୍ରତିଶ୍ରୁତି –ହେଲେ ଏ କ’ଣ! ପୁଅ ଯେ ଏଣେ ଜିଦ ଧରି ବସିଛି ବିନା ଯୌତୁକରେ ବିବାହ କରିବାପାଇଁ | ମା’ ପୁଅ ଭିତରେ ତର୍କ ଚାଲେ | ଶେଷରେ ପୁଅ ଅସ୍ତ୍ରତ୍ୟାଗ କରି ବୋହୂ ସହ ଯୌତୁକ ମଧ୍ୟ ଘରକୁ ଆଣେ | କିନ୍ତୁ ଧୀରେ ଧୀରେ ପୁଅର ପରିବର୍ତ୍ତନ ଲକ୍ଷ କରେ ମା’ | ଏଣିକି ପୁଅ ଆଉ ବେଶୀ ସମୟ କଟାଏ ନାହିଁ ଘରେ | ବୋହୂ ସହ ତା ଶଶୁର ଘରେ ଅଧିକାଂଶ ସମୟ କାଟେ |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

ମା’ ମୃତ୍ୟୁ ଶଯ୍ୟାରେ— ହେଲେ ପୁଅର ଦେଖାନାହିଁ | ମା’ ଅନେକ କାକୁତି ମିନତି କରି ପୁଅକୁ ଡକାଇ ପଠାଏ | ପୁଅ ଆସେ | ମା’ ମନ ଦୁଃଖ କରି କହେ – ” ପୁଅରେ ଏତେ କଷ୍ଟ କରି ତତେ ବଡ କରିଥିଲି , ଶେଷକୁ ଏ ଦିନ ଦେଖିବାକୁ ! ”
ପୁଅ ଦୀର୍ଘ ନିଃଶ୍ୱାସ ଛାଡି କହେ – “ମା’ , ତୁ ମତେ ଏ ଅଡ଼ି କାର , ଏ ବଙ୍ଗଳା , ସୁନା ରୂପା ହୀରା ବଦଳରେ ବିକ୍ରୀ କରି ଦେଇଛୁ ଯେ!”

Leave a Reply

Your email address will not be published. Required fields are marked *