******* ଭାଙ୍ଗିଗଲା ….ଠିକ ସମୟରେ ସାଥି ଛାଡିଦେଲା …ଷ୍ଟେଜ କୁ ଠିକ ଚଢିବା ଆଗରୁ ଦଗା ଦେଇଦେଲା …ନା, ବୋଧେ କାଳ ପୁରିଗଲା I
ତେବେ ମନରେ କିଛି କଥା ଉଙ୍କି ମାରୁଥିଲା I
ହଁ ଝାପ୍ସା ଦିଶୁଥିଲା … ହେଲେ ସବୁ ସଫା ସଫା ଦିଶିବା ବି କୋଉ ଦରକାର ଯେ ! କଣ ଯଥେଷ୍ଟ ସଂସାର ଦେଖା ହେଇନି କି ? ସବୁ ସଫା ଦିଶିଲେ ବି ମନରେ କଣ ଚାଲିଛି, କେଉଁ ଆବିଳତା ରହିଛି ସେ କୋଉ ଦିଶୁଛି ଯେ ! ଆଉ ଏ ଶାଢ଼ୀ, ଚୁଡ଼ି, ସୌନ୍ଦର୍ଯ୍ୟ, ସମ୍ଭାର ….ଏତେ ଦିନ ଦେଖିଲା ପରେ ମନ ତ ଅତିମାତ୍ରାରେ ସଂତୃପ୍ତ I
ସମୟ ଏମିତି ଆସିପାରେ ଯେତେବେଳେ ସବୁଠୁ ଭଲ ସାଥିଟି ହାତ ଛାଡି ଚାଲି ଯିବାକୁ ବାଧ୍ୟ ହୁଏ ଅବା କାଳର କରାଳ ଗତି ତାକୁ ନିଜ ଭିତରକୁ ଲେଉଟାଇ ନିଏ I ଆମେ ଯେତେ ଭିଡ ଭିତରେ ରହିଲେ ମଧ୍ୟ ସମ୍ପୂର୍ଣ୍ଣ ଏକା ହୋଇ ଯିବାର ସମ୍ଭାବନା, ସବୁବେଳେ ଆମ ମୁଣ୍ଡ ଉପରେ ଖଣ୍ଡା ପରି ଝୁଲି ରହିଛି I ତେବେ ନିଜକୁ ସୁଦୃଢ କରି, ସ୍ଥୈର୍ଯ୍ୟ ଓ ଧୈର୍ଯ୍ୟର ସହ ଆଗେଇବାକୁ ହିଁ ପଡିବ I
ସମୟ ବିତୁଛି ନା ଆମେ ବିତୁଛେ ଆଉ ସମୟ ସେଇମିତି ସ୍ଥିର …କିଏ ଅବା କହିବ ??
ଭଲ ହେଲା ନ ଖରାପ ହେଲା …..ତା ତ ମୋ ଦୃଷ୍ଟିକୋଣ ସ୍ଥିର କରିବ ….ଭାବୁଛି ଥରେ ମୋ ସାଥୀଟିକୁ ତା ICU ରେ (ଚଷମା ଦୋକାନ) ରେ ଦେଖେଇ ପୁନର୍ଜୀବିତ କରିବାର ଶେଷ ଚେଷ୍ଟାଟିଏ କରିବି, ନଚେତ ବିଦାୟ ଦେଇ ନୂଆ ସାଥୀଟିଏ ଆଣିବି I ଯାଏଁ …..
**ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ I