ରଦ୍ଦି

रुके ना हम – हारे ना हम
May 2, 2022
Crocodile tears
Crocodile tears
May 30, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
##############vpacharya
ପରୀକ୍ଷା ସରୁ ନ ସରୁଣୁ ଅଜା ଘରକୁ ଧାଇଁବାର ଯୋଜନା ….ପଢା ହଉ ନ ହଉ ସାଙ୍ଗରେ କିଛି ବହି ପୁଣି ଯିବ I ସେ ବହି ସବୁ ପୁଣି କାହାର ? ବଡ଼ ଭାଇ ଭଉଣୀର ବହି ତଳ ଭାଇ/ଭଉଣୀ ପଢିବେ…ନ ହେଲେ ଚିଠି ଲେଖି ଆଗରୁ କୁହ ହୋଇଥିବ, ମାମୁ , ମାଉସୀ ଅବା କକା, ଦଦା କାହାର ବହି ଥିଲେ ରଖିଥିବ l ବର୍ଷ ବର୍ଷ ଧରି ବହି ବଦଳୁ ନ ଥିଲା କିମ୍ବା ଶିକ୍ଷା ବ୍ୟବସ୍ଥା ମଧ୍ୟ ବଦଳୁ ନ ଥିଲା l ପଢା ଖର୍ଚ୍ଚ ପ୍ରାୟ ନ ଥିଲା କହିଲେ ଚଳେ I
ଏବେ ପରୀକ୍ଷା ସରିବାର ସପ୍ତାହେ ଭିତରେ ନୂଆ ବର୍ଷ ପାଇଁ ପାଠ ପଢା ଆରମ୍ଭ ହେଇ ଯାଉଛି I ମାସେ ଛୁଟି ଭିତରେ 15 ଦିନ ପାଇଁ Holiday Homework ମଧ୍ୟ ମିଳୁଛି I
ବହି ନ ବଦଳୁଥିଲେ ମଧ୍ୟ ନୂଆ ସେଟ ବହିଟିଏ କିଣିବାକୁ ସମସ୍ତେ ବାଧ୍ୟ l CBSE ମିଡ଼ିଅମ ପାଇଁ ବହି ଯାହା ଦିଆ ହଉଛି, ତା’ କାହା ମନକୁ ଯାଉନି I ଚକଚକିଆ, ଚିତ୍ର ବିଚିତ୍ର ଆଉ ବହୁତ ଅଧିକ ପାଠ ଥିବା ବହି କିଣିବାକୁ ସମସ୍ତେ ବାଧ୍ୟ I
ତେବେ କୁଆଡେ ଯିବା ପୁରୁଣା ବହି ସବୁ !
ଗଣେଶ ପୂଜା ଆଉ ସରସ୍ବତୀ ପୂଜା ରେ ଯେଉଁ ମାଗି ମାଗି ବିଦ୍ୟା ଭର୍ତ୍ତି କରେଇ ଥିଲି, ତାକୁ କ’ଣ ଚେନାଚୁର ଵାଲା ଠୁଙ୍ଗା ବନେଇ ଭୂଲୁଣ୍ଠିତ କରିବ !
ନା ! ଯାଏ ପୁରୁଣା-ନୂଆ ବହି ଦୋକାନକୁ l ସେଠି ବିକି ପଇସା ଯାହା ପାଏ ନ ପାଏ ପଛେ ଅନ୍ତତଃ କେଉଁ ଗରିବ ବିଦ୍ୟାର୍ଥୀ ପାଖକୁ ତ ଯିବ !
ହେଲେ ହାୟ ! ଅର୍ଦ୍ଧାଧିକ ପୁସ୍ତକ ରଦ୍ଦି ବୋଲି ଘୋଷଣା କଲା l ମୁଁ ଆଁ କରି ଅନେଇ ରହିଲି …”ଭାଇ, କାରଣ କ’ଣ ?”
ସେ କହିଲା, “ମ୍ୟାଡ଼ାମ, ପ୍ରତି ସ୍କୁଲର ଅଲଗା ଅଲଗା ବହି I ଏ ଗୁଡା କେହି ନେବେନି l”
ଆଶା ଛାଡ଼ିନି, କାହାକୁ କମ୍ପ୍ୟୁଟର ବହି, କାହାକୁ ଗ୍ରାମାର ବହି ଯାଚିକି ଦେଉଛି I ବାକି ବୋଧେ ସତରେ ରଦ୍ଦିକୁ ଯିବ I😞

Leave a Reply

Your email address will not be published. Required fields are marked *