ସବୁଜ ବିନ୍ଦୁ

Dr. VP Acharya
Unsung heroine of freedom movement in India- Maa Ramadevi
July 25, 2022
The make over
The Make-over
September 7, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ଆଳୁ-1 କେଜି , ପିଆଜ -1 କେଜି , ବୁଟ ଡାଲି – ଅଧା କେଜି , ଧନିଆ ପତ୍ର, କଞ୍ଚା ଲଙ୍କା

ରୋହନ – ହେଃ ! ଏ ଗୁଡା କଣ ବେ !

ରୀନା – ଓଃ ! ତୁ ବଞ୍ଚିଛୁ ? ମୁଁ ତ ଭାବିଲି ତୁ କେବେଠୁଁ ଆରପାରିକୁ ଚାଲି ଗଲୁଣି l

ରୋହନ – ଓଃ ! ତୁ ରାଗିଛୁ କିଲୋ ?

ରୀନା – ନା ରେ I କାହା ଉପରେ ମୋର କିଛି ରାଗ ନାହିଁ I ତୁ କୋଉ ପାରିଥାନ୍ତୁ କହିଲୁ ଏ ଘର ଗୃହସ୍ଥି ? ତୁ ଯାଯାବର ହିଁ ଭଲ I ଏତେ ଦିନ ହେଲା last seen ସେଇ 15 ଅଗଷ୍ଟ ହିଁ ଦେଖାଉଥିଲା I ଭାବିଲି ମୋ ବାହାଘର କଥା ଶୁଣି ଆତ୍ମହତ୍ୟା କରି ମରିଗଲୁ I

ରୋହନ – କ’ଣ, ତୋ ବାହାଘର ? କେବେ ହେଲା ?
ମୁଁ ମରିନି ବେ, ସାଙ୍ଗମାନଙ୍କ ସାଙ୍ଗେ ଟ୍ରେକିଙ୍ଗରେ ଯାଇଥିଲି I ସମସ୍ତେ ଚବର ଚବର କରି ମୋ ମୁଣ୍ଡ ଖାଉଥିଲ, ସେଥିପାଇଁ ସମସ୍ତଙ୍କୁ ବ୍ଲକ କରିଥିଲି I
ଏଇ ଡାର୍ଲିଂଗ ! ଆସେ ନା ଦେଖା କରିବାକୁ I
ରୀନା – ମୁଁ କୋଉଠେ last seen, କୋଉଠେ ଗ୍ରୀନ ଡଟ , ମୋ reply ର double tick ନୀଳ ରଙ୍ଗ ହେଲା କି ନାହିଁ, ଏ ସବୁ ଦେଖି ଦେଖି ବର୍ଷେ ହେଲା ଲୁହ ଗଡେଇ ବସିଥିଲି I
ଯା ହଉ, ଭଗବାନ ମୋତେ ଉଦ୍ଧାର କରିଦେଲେ ଆଉ ଆଜି ମୁଁ ମୋ ବ୍ୟାଙ୍କର ସ୍ୱାମୀଙ୍କର ରାଣୀ ହୋଇ ବସିଛି l ତୋ ପରି ମଦୁଆ ଗଞ୍ଜୋଡ଼ର ଅତ୍ୟାଚାର ସହିବାରୁ ମୋତେ ରକ୍ଷା କରିଦେଲେ I କେଜାଣି କେଉଁ ଦୁର୍ବୁଦ୍ଧି ମୋତେ ଘାରିଥିଲା ଯେ ତୋ ଭଳି ପିଲାକୁ ମନ ଦେଇ ବସିଥିଲି I
ରୋହନ : ଶଃ ! ବହୁତ କଥା କହି ଶିଖିଲୁଣି ତ ! ଦେଖା ହେଲେ …
ରୀନା – ରଖ ତୋ ଗାଳି ତୋ ପାଖେ I ଏବେ ମୁଁ ତୋତେ ସବୁ ଜାଗାରୁ ବ୍ଲକ କରୁଛି I ଆଉ ତୋ ପ୍ରୋଫାଇଲେ ରେ ଏମିତି ସଉଦା ଲିଷ୍ଟ ହିଁ ଲେଖିବି I
Blocked !!!

Leave a Reply

Your email address will not be published. Required fields are marked *