ଏ ଧୂନଟି ମୋ ପାଇଁ ଖୁବ ଖାସ I ଯେତେବେଳେ ମୋ ବଡ ଝିଅ ଶିଶୁ ଥିଲା, ତାକୁ ଶୁଆଇଲା ବେଳେ ଗାୟତ୍ରୀ ମନ୍ତ୍ର ବୋଲୁଥିଲି, ଆଉ ସେଇଟା ହିଁ ତା ପାଇଁ ଲୋରି ହୋଇ ଯାଇଥିଲା I ଶୋଇବା ସମୟ ଆସିଲେ ମୋ ଗୋଡ ଦୁଇଟା ଯୋଡ଼ି, ନିଜେ ତକିଆ ଧରି ଶୋଇ ପଡିବ ଆଉ କହିବ …ଭୁର..ଭୁର I ସମୟର ଅଭାବ ଯୋଗୁଁ, ଛୁଆଙ୍କୁ ଶୁଏଇବା, ଧ୍ୟାନ ଆଉ ସଂଗୀତ ସାଧନାକୁ ଏହି ରୂପେ ଏକାଠି ଗୁନ୍ଥି ଦେଇଥିଲି I
ତେବେ ସାନ ଝିଅ ବେଳକୁ ଏହି ଧୂନଟି ଗାଉଥିଲି ପ୍ରାୟ l “ଓଁ ନମଃ ଶିବାୟ”ର ଅନେକ ପ୍ରକାର ସ୍ଵରରୁ ଏ ସ୍ୱର ଟା ତାର ବେଶୀ ପସନ୍ଦ ଥିଲା ବୋଧେ I ତେବେ ଅଦ୍ଭୁତ ଭାବରେ ଯେବେ ଦେଢ଼ ବର୍ଷ ବେଳକୁ ସେ ଭଲଭାବେ ଶବ୍ଦ ସବୁ ଉଚ୍ଚାରଣ କରି ପାରୁ ନ ଥିଲା, ସେତେବେଳେ ହଠାତ ଦିନେ “ଓଁ ନମଃ ଶିବାୟ ” କହି ପକେଇଲା I ଏହା ଆମ ଭେଷଜ ବିଜ୍ଞାନରେ ଏକ ନିର୍ଦ୍ଦିଷ୍ଟ ମାଇଲଖୁଣ୍ଟ (milestone), ଯାହା ଖୁବ ଆଗୁଆ ଆରମ୍ଭ ହୋଇ ଯାଇଥିଲା l
ସେଥିରୁ ଜଣା ପଡିଲା ଯେ, କ୍ରମାଗତ ଅଭ୍ୟାସ ଯୋଗୁଁ ଅସାଧ୍ୟ ସାଧନ କରାଯାଇପାରେ l ଶିଶୁମାନଙ୍କ ଧାରଣୀ ଶକ୍ତି ମାତୃଗର୍ଭରୁ ବିକଶିତ ହୋଇ ସାରିଥାଏ, ତେବେ କେଉଁ ପିତାମାତା ତାହାକୁ ସମ୍ପୂର୍ଣ୍ଣ ବିକାଶର ସୁଯୋଗ ଦିଅନ୍ତି, ତାହା ତାଙ୍କ ଉପରେ ନିର୍ଭର କରେ I
ଅଭିମନ୍ୟୁଙ୍କ କାହାଣୀ ଶୁଣିଲେ କେହି କେହି ହସି ଉଡେଇ ଦେଇ ପାରନ୍ତି, ତେବେ ପୂରା କାଳରେ ସନ୍ତାନ ପ୍ରଜନନ ବିଜ୍ଞାନ ଓ ସେମାନଙ୍କ ମାନବୀୟ ସାମର୍ଥ୍ୟର ସମ୍ପୂର୍ଣ୍ଣ ବିକାଶ ପାଇଁ ଅନେକ ବିଦ୍ୟା ଓ ତତ-ଜନିତ ଅଭ୍ୟାସ ପାଇଁ ବିଶେଷ ପ୍ରଶିକ୍ଷଣ ଜାରି ରହିଥିଲା l
ଶ୍ରୀମାଙ୍କ ଅନେକ ଲେଖାରେ ଏହାର ଝଲକ ମିଳେ I ରାଷ୍ଟ୍ର ଗଠନ ପାଇଁ କେବଳ ଶାରୀରିକ ଭାବେ ସୁସ୍ଥ ଶିଶୁ ନୁହେଁ, ମାନସିକ ଭାବେ ଉତ୍କୃଷ୍ଟ ଶିଶୁ ପ୍ରଜନନ ସର୍ବଥା ବିଧେୟ I ଗର୍ଭଧାରଣ ପୂର୍ବରୁ ଏକ ଉନ୍ନତ ଆତ୍ମାର ଆବାହନ ଠାରୁ ଆରମ୍ଭ କରି ସନ୍ତାନମାନଙ୍କୁ ଗର୍ଭସ୍ଥ ଅବସ୍ଥାରୁ ଉନ୍ନତ ଚେତନାରେ ଗଢିବା ଓ ଜନ୍ମ ପରଠାରୁ ସମାଜ ଓ ଦେଶର ସେବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବା, ପିତାମାତାଙ୍କର କର୍ତ୍ତବ୍ୟ I
ଆପଣମାନଙ୍କର ମଧ୍ୟ ଏ ଭଳି ଅସୁମାରୀ ଅନୁଭବ ଥିବ …ଏଠି ସେ ବିଷୟରେ ଲେଖିଲେ ଖୁସି ହେବି I