Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ (୫)
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ (୫)
April 12, 2022
କାର୍ତ୍ତିକ ସୋମବାର ର ଶୁଭେଚ୍ଛା

“ଏ ବାବୁ, ଦେ ରେ | ଚାଲ ଚାଲ”, କାହାର କର୍କଶ ସ୍ୱର ଶୁଣି ଟ୍ରାଫିକ ଛକରେ ଏପଟ ସେପଟ ବୁଲି ଅନେଇଲି | ଲମ୍ବା ଧାଡି ଗାଡି ଲାଗିଛି –ଆଗରେ ବି, ପଛରେ ବି | ସ୍କୁଟର, ମୋଟର ସାଇକଲ, କାର, ଜିପ, ଅଟୋ | ସେଥିରେ ଗଳି ପଶି ଦୁଇ ଜଣ କିନ୍ନର ସମସ୍ତଙ୍କୁ ପଇସା ମାଗି ଚାଲିଛନ୍ତି |

ଉଭୟଙ୍କ ହାତରେ ୧୦ ରୁ ୧୦୦ ଟଙ୍କିଆ ନୋଟ ସବୁ ଲମ୍ବା ଲମ୍ବା ଭାଙ୍ଗି ଚାରି ଆଙ୍ଗୁଳି ମଧ୍ୟରେ ଚାପି ରଖିଥାନ୍ତି | ସେମାନଙ୍କର ସ୍ଵକୀୟ ରୀତିରେ ତାଳି ବଜେଇ ବଜେଇ ଲୋକଙ୍କୁ ପଇସା ମାଗୁଛନ୍ତି | ଆଉ ନଦେଲେ ଅଶ୍ରାବ୍ୟ ଗାଳି ଦେଇ ଆଗକୁ ବଢି ଯାଉଛନ୍ତି | ମୋ ଆଡକୁ ଆସିଲାରୁ ମୁହଁ ବୁଲେଇ ଦେଲି |

ଆପାତତଃ ସ୍ତ୍ରୀ ଲୋକମାନେ ସେମାନଙ୍କ ଠୁ ଅଭିଶାପ ପ୍ରାୟ ପା’ନ୍ତି ନାହିଁ, କି ସେଥିକୁ ଖାତର କରନ୍ତି ନାହିଁ, ଅବଶ୍ୟ କୋଳରେ ଛୋଟ ଛୁଆ ଥିଲେ କଥା ଅଲଗା| ତଥାପି ସେ ବୁଡୁ ବୁଡୁ ହୋଇ କଣ କହି ଆଗେଇଗଲା | ପୁରୁଷ ଯାତ୍ରୀମାନେ ଡରରେ ୧୦ ବା ତଦୁର୍ଦ୍ଧ ଟଙ୍କା ଗଣି ପକାଉଥିଲେ |

ପାଖରେ ନଜର ପଡିଲା – ‘ No Tolerance Zone ‘ …………ମାନେ ଏଠି କୌଣସି ଅପରାଧର କ୍ଷମା ନାହିଁ | ଏହି ଏକା ଛକରେ ମୁଁ ଦୁଇ ଦୁଇ ଥର ଫାଇନ ଗଣିଛି | ପ୍ରଥମେ ମୁଁ ଡ୍ରାଇଭ କରୁଥିଲା ବେଳେ ମୋ ପାଖ ସିଟରେ ବସିଥିବା ମୋ ସ୍ୱାମୀ ସିଟ ବେଲ୍ଟ ଲଗାଇବାକୁ ଭୁଲି ଯାଇଥିଲେ | ଆଉ ଥରେ ଆମ ନମ୍ବର ପ୍ଲେଟ ରେ RTO ନିର୍ଦ୍ଧାରିତ ଲେଖା ଶୈଳୀ ବହିର୍ଭୁତ ଢାଞ୍ଚା (font) ରେ ନମ୍ବର ଲେଖା ଯାଇଥିବାରୁ ଫାଇନ ଗଣିବାକୁ ହୋଇଥିଲା |

” ହଇହୋ ” – ଏବେ କଣ ତୁମ ପୋଲିସ ମାନଙ୍କ ଆଖିରେ ପୋକ ପଶିଛି କି?

ଏତେ ଲୋକ ଟ୍ରାଫିକ ଲାଇଟ ସବୁଜ ହେଲା ମାତ୍ରେ ଛାଟିପିଟି ହୋଇ ଖସି ଯିବାକୁ ଚାହୁଁଛନ୍ତି , ଆଉ ଏମାନେ ଯେ ଯାତ୍ରୀ ମାନଙ୍କୁ ଛନ୍ଦୁଛନ୍ତି, ଏସବୁ ତ ବେଶ ସହ୍ୟ କରୁଛନ୍ତି ଆପଣମାନେ , ନପୁଂସକ କାହାକୁ କହିବା ?

ମନରେ ବଡ କ୍ଷୋଭ ଆସିଲା | ଇତିହାସରେ ଏଭଳି କିନ୍ନରମାନେ ମହାଯୋଦ୍ଧା ଥିବାର ନଜିର ଅଛି | ମହାଭାରତର ଶିଖଣ୍ଡୀ, ଆଲାଉଦ୍ଦିନ ଖିଲଜିର ସଖା ମାଲିକ କାଫୁର ମନେ ପଡିଲା | ଏମାନଙ୍କ ପାଖରେ ଶତସିଂହର ବଳ | ଏ ବଳକୁ ଦେଶ ସକାଶେ ଉତ୍ସର୍ଗ କଲେ ହୁଅନ୍ତାନି ! ସେନାବାହିନୀରେ ସ୍ୱତନ୍ତ୍ର regiment ହେଲେ କ୍ଷତି କଣ !
କାର୍ଯ୍ୟାଳୟରେ ପହଞ୍ଚି ସୋସିଆଲ ମିଡ଼ିଆରେ ଏ ବିଷୟରେ ଲେଖିଲି | ମନ ଭରିଲାନି – ଟ୍ୱିଟ କଲି କିଛି ଉଚ୍ଚ ପଦାଧିକାରୀଙ୍କୁ | ଭାବିଲି, ଲେଖିଦେଲି, ମନକଥା କଲମ ମୂନକୁ ଢାଳିଦେଲି ଆଉ ସୋସିଆଲ ମିଡ଼ିଆରେ କିଛି ବାହାବା ପାଇଲି | ସତରେ କ’ଣ ଅବସ୍ଥା ସୁଧୁରିବ?

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଠିକ ତା’ ପରଦିନଠୁ କିନ୍ନର ମାନଙ୍କର ସେ ଛକରେ ଭିକ୍ଷାବୃତ୍ତି ବନ୍ଦ ହୋଇଗଲା | କେଜାଣି ଆଜି କିଛି କାରଣ ଥିବ ପରା ! ନା— ପ୍ରାୟ ତିନି ମାସ ପର୍ଯନ୍ତ ସେଭଳି ଚାଲିଲା | ଏ ଭିତରେ ସୁଖବର ଦେଖିଲି – ସେମାନଙ୍କୁ BMC ପାର୍କିଙ୍ଗ ସ୍ଥଳରେ ଟଙ୍କା ଆଦାୟ କରିବାକୁ ନିଯୁକ୍ତ କରାଯାଇଛି | ସେମାନଙ୍କୁ ଜୀବିକା ଯୋଗାଇବାରେ ସରକାର ମଧ୍ୟ ଚେଷ୍ଟିତ |

କୁକୁର ଲାଙ୍ଗୁଡ଼ ବଙ୍କା | ହୁଏତ ଏ ଭିକ୍ଷାବୃତ୍ତି ବହୁତ ସହଜ | ପୁଣି ଥରେ ଭିକ୍ଷାବୃତ୍ତି ଆରମ୍ଭ ହେଲା ସେଠି… ପୁଣି ଲେଖିଲି | ପୁଣି ବନ୍ଦ ହେଲା ଭିକ୍ଷାବୃତ୍ତି |
ଆଉ ଏକ ସୁଖବର ଦେଖିଲି ଅଳ୍ପଦିନ ତଳେ | ପୁଲିସ ବିଭାଗରେ ଭର୍ତ୍ତି ହେବେ କିନ୍ନର ମାନେ | ଆତ୍ମତୃପ୍ତିର ହସଧାରେ ଖେଳିଗଲା |

ଆମେ ଭେଷଜ ବିଜ୍ଞାନରେ ପାଠପଢି ଯେତିକି ଜାଣିଛୁ ସେଥିରେ ଦୁଇ ପ୍ରକାର କିନ୍ନର ଦେଖାଯା’ନ୍ତି – କିଛି ଜଣ ଶାରୀରିକ ଭାବେ ଦୁଇ ପ୍ରକାର ଜନନାଙ୍ଗ ଧାରଣ କରି ଜନ୍ମ ହୋଇଥାନ୍ତି ଓ ଆଉ କେତେ ଜଣ ମାନସିକ ଭାବେ ନିଜର ପ୍ରକୃତିଦତ୍ତ ଲିଙ୍ଗକୁ ଗ୍ରହଣ କରି ପାରନ୍ତି ନାହିଁ l

ଜମାରୁ ଏହା ଏକ ସାଧାରଣ କଥା ନୁହଁ , ତେବେ ଅସାଧାରଣ କରି ଜଗତକୁ ଜଣେଇବା ମଧ୍ୟ ଦରକାର ନାହିଁ | ଅନେକ ପରିବାରରେ ସମସ୍ତ ସୁବିଧା ସୁଯୋଗ ପାଇ ଏଭଳି ସନ୍ତାନମାନେ ବଡ ହୋଇ ଶଲ୍ୟ ଚିକିତ୍ସା ଦ୍ୱାରା ନିଜ ମନମୁତାବକ ଲିଙ୍ଗ ଧାରଣ କରିଛନ୍ତି | ଅନେକେ ବିଭିନ୍ନ କ୍ଷେତ୍ରରେ ଜୀବନରେ ଅଶେଷ ସଫଳତା ହାସଲ କରିଛନ୍ତି ମଧ୍ୟ, କେହି ଟିଭିରେ ଆଜି ଉପସ୍ଥାପିକା, କେହି ଜଜ, କେହି ନାମୀ ଫ୍ୟାସନ ମଡେଲ, କେହି ପୋଲିସ ଅଫିସର ….
ତେବେ ଏଭଳି ବେଶ ପୋଷାକ ଧାରଣା କରି ସେମାନଙ୍କୁ ଭିକ୍ଷାବୃତ୍ତି ବା ଦେହଜୀବୀ କରିବାକୁ ବାଧ୍ୟ କରିବା କଣ ନିତାନ୍ତ ଜରୁରୀ ? ସେମାନଙ୍କୁ ହାତ ଦେଇ ଉପରକୁ ଉଠାଇ ଆଣିବା ଆମ କର୍ତ୍ତବ୍ୟ ନୁହେଁ କି ? ଆମେ କେହି ବି ସମ୍ପୂର୍ଣ୍ଣ ନୋହୁଁ | ତା ବୋଲି ଆମେ କଣ ନିଜେ ନଜର ତାମସା କରୁ ?
ଆଶା , ଆଗକୁ ଟ୍ରାଫିକ ଛକ ମାନଙ୍କରେ କୌଣସି ପ୍ରକାର ଭିକ୍ଷାବୃତ୍ତି ଦେଖିବାକୁ ନ ମିଳୁ |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି

Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *