ଆକାଶ ଟା ଆଜି କାନ୍ଦୁଛି
ବୁକୁ ଫଟାଇ କାନ୍ଦୁଛି
ଭାରି ଅବୁଝା ଏକା
କା’ କଥା ଶୁଣୁନି
ଧରଣୀ ମା’ ର ବୁକୁ ଭିଜାଇ ଦେଉଛି |
ତା’ ସୁନେଲି ପେଣ୍ଡୁ ଟା ଛଡାଇ ନେଇ
କିଏ କଳାମେଘ ଚାଦର ଘୋଡାଇ ଦେଇଛି
ଭାରି ଅବୁଝା ଏକା
କାନ୍ଦି କାନ୍ଦି ଧରଣୀ ମା’ କୁ
ଓଦା ଜୁଡୁବୁଡୁ କରି ଦେଇଛି |
ଜମା ବୁଝୁନି ଆକାଶଟା
ବେଳକୁ ବେଳ କାନ୍ଦ ତାର ବଢୁଛି ;
ମା ‘ ତା’ କାନିକୁ ମଝିରେ ମଝିରେ
ପବନରେ ଝାଡ଼ି ଶୁଖାଉଛି |
ଏତେବେଳେ କିଏ ବଢ଼ାଇଦେଲା
ସୁନା ପେଣ୍ଡୁ ଟିକୁ ଆକାଶ ହାତକୁ,
ମୁହଁ ଟା ତାର ଉଜ୍ଜ୍ୱଳି ଉଠୁଛି
ଖୁବ ସୁନ୍ଦର ଦିଶୁଛି |
ଏଥର ଆକାଶଟା ହସୁଛି,
ତା’ ସହ ଧରଣୀ ମା ‘ ବି
ଆଜି ସବୁ ଖୁବ ସୁନ୍ଦର ଦିଶୁଛି |
ଲୋକେ କୁହନ୍ତି କବିମାନେ କୁଆଡେ ଭାରି ଭାବୁକ , ବର୍ଷାକୁ ଭଲ ପା’ନ୍ତି …ହେଲେ ମୁଁ ତ ବର୍ଷା ପରର ଖରାର ପ୍ରେମରେ, ଶୀତରେ ଜଳୁଥିବା ଧୁନୀ ଧୂନରେ…ଝରକା ଖୋଲି ଦିନବେଳା ଆକାଶ ର ନୀଳିମାରେ ହଜିବାକୁ ଭଲ ପାଉଥିବା ମଣିଷଟିଏ, ସେଇମିତି ହଜି ହଜି ସ୍ୱପ୍ନରେ ଭାସିଯିବା ଭାବୁକଟିଏ , ମେଘମାଳାକୁ ପ୍ରେମର ବାର୍ତ୍ତାବହ ନ ଭାବି ସେଥିରୁ ଜିରାଫ, ହରିଣ, ଡାଇନୋସର ଛବି ଖୋଜୁଥିବା ଶିଶୁଟିଏ ….