ଅହଂ ବ୍ରହ୍ମାସ୍ମି
April 16, 2022
ଏମିତି ଥିବି
April 16, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ପ୍ରଭାତି କିରଣେ ଖୋଜେ ସୂର୍ଯ୍ୟଙ୍କ ସ୍କେଲିଟନ

ତନ୍ତୁରେ ତନ୍ତୁରେ ‘ଆନାଟୋମି’

ବାଇ ହେଲା କି ମୋ ମନ ?

ସକାଳର ଚା କପରେ ଖୋଜେ

 “ବାୟୋକେମିଷ୍ଟ୍ରି” ସମୀକରଣ

କାନେ ବାଜିଯାଏ

“ଫିଜିଓଲୋଜି” ମଧୁର ନିକ୍ୱଣ II

ଲେଖନୀ ମୋ ବନ୍ଦୀ ଆଜି “ମାଇକ୍ରୋ”

“ପାଥୋ” କବଳରେ,

“ଅପରାଧବିଜ୍ଞାନୁଁ” ମାଗି ଫୁରୁସତ

ଦଉଡ଼ି ଚାଲିଯାଏ ଯେବେ ,

“ଫାର୍ମା” ଭିଡ଼ିନେଇ ପଛୁ

ବାନ୍ଧିରଖେ ଆପଣା ପାଶରେII

ଝରଣା କୂଳେ ବସି ମନେପଡେ

“ମେଡ଼ିସିନ” ଓ “ସର୍ଜରୀ”

ଆଖିରେ ଆଖିରେ ହଜି ମନେ ପଡେ

“ଆଇ” ଓ “ଇ .ଏନ . ଟି”II

ବତ୍ସକୁ ମା’ ସାଥେ ଦେଖି ମନେପଡେ

“ଗାଇନୀକ” ଓ “ପେଡିଆଟ୍ରିକ୍ସ”

“ଏସ .ପି .ଏମ” ତ ସାଥୀ ଏବେ

 କ୍ଷଣେ କ୍ଷଣେ ମୋହରିII

ହଂସରାଳୀର ବୁଡ଼ାଣ ଦେଖି ମଜ୍ଜିଥିଲି

କେବେ ମନେ  ନାହିଁ,

ଦୂର ଦିଗବଳୟେ ହଜିଥିଲି କେବେ

 ମନେ ମୋ ନାହିଁ

ସ୍ମୃତିପଟୁଁ ସଯୋରରେ ନିଶ୍ଚିହ୍ନ କରିଛି ତାକୁ

ପଡି କେଉଁ ମିଛ ମାୟାରେII

‘କି ଲେଖିବି’ ‘କି ଲେଖିବି’

ଚିନ୍ତାରେ ଜଡ଼ ନିଥର ସାଜି

କବୀ ମନକୁ ମୋ

ଦୂରକୁ ତେଜି

ମିଶିଯାଏ ପୁଣି

ରୋଗୀ ଓ ଭୋଗୀ ଗହଳେ II


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *