ଖରାପ ହିଁ ଖବର
April 16, 2022
ଯନ୍ତ୍ରାୟିତ
April 16, 2022

ମା‘ରେ ବାହାରିଲଲୁଣି ତ?

ବରଯାତ୍ରୀ ଆସିଲେଣି ।
    ೱೱೱೱ
ଓହୋଃ ! ଆଉ କେତେ ଡେରୀ ?

ଗ୍ୟାଲେରୀ ଭର୍ତ୍ତି ଅତିଥି ।

    ೱೱೱೱ

ଶାଢୀ ପିନ୍ଧିଛୁ , ଆଉ ଚୁଡି?
ପାଦରେ ଅଳତା ନାଆ
ମୁଣ୍ଡରେ ସିନ୍ଥୀ ଭୁଲିଗଲୁ ଯେ !

ೱೱೱೱ

ଆରେ ଟାହିୟ। ସଜାଅ
କାନେ ଝୁମୁକା, ଗଳାରେ ହାର ଦିଅ ।

ೱೱೱೱ

ପାଦରେ ପାଉଁଜି ହାତରେ ଶଂଖ।
କି ସୁନ୍ଦର ସାଜେ ଲୋ ମା‘ !

ೱೱೱೱ

 ପାଦେ ଘୁଂଗୁର ବାନ୍ଧିବୁନି କି ?

ೱೱೱೱ

ଆଖିର କଜ୍ଜଳ ଗାରେ , ଓଠର ଲାଲିମ। ଧାରେ
ମନେ ସଂଚରିତ ଆଶା ଅସୁମାରୀ
ଟିପି ଟିପି ଚନ୍ଦନେ, ଅଳତା ଗାରେ ଗାରେ
ଚିତ୍ରିତ ମୋ ଭାଗ୍ୟର ରେଖା

ଅଭିନୟ ଏଠି ବି , ଅଭିନୟ ସେଠି ବି

ସଫଳ ହେବି ତ ପ୍ରଭୁ ??

ମୃଦଂଗର ତାଳେ ତାଳେ
ନୂପୁର ନିକ୍ବଣ ଧ୍ବନି
ତ୍ରିଭଂଗ ଠ।ଣୀ ପୁଣି ବାଂକ ଚାହାଣୀ

ସତେଲୋ ମନ କି ପାରିବି ଜିଣି?

ମନ୍ତ୍ରର ତାଳେ ତାଳେ
   ଯଜ୍ଞ ର ଆହୂତି ବଳେ
ଆତ୍ମୀୟକୁ ପର ଜାଣି
‘
ସାଥୀ‘ ତୁମ ହାତ ଧରି
ପାରିବି ତ ହୃଦୟ ଜିଣି?
 

“ଅଭିନୟ” ଖାଲି ନୁହେଁ ,  ସେ ତ ଉପାସନାର ମାର୍ଗ
“ଜୀବନ” ବି ଅଳୀକ ନୁହେଁ , ସେ ତ ସାଧନାର ମାର୍ଗ

ତବ ହାତେ କ୍ରୀଡନକ ପ୍ରଭୁ !
ପ୍ରାର୍ଥନା ସଫଳ କର
ଜୀବନ-ଅଭିନଏ ଉତ୍ତୀର୍ଣ ହୁଏ ମୁଁ

ତା ହିଁ ହେବ ମୋର ପରମ ସୌଭାଗ୍ୟ   ।

ଡଃ  ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *