Best wishes to all on Odia new year, Maha Vishuva Sankranti and Pana Sankranti
Best wishes to all on Odia new year, Maha Vishuva Sankranti and Pana Sankranti
April 15, 2022
HAPPY DAUGHTER'S DAY
HAPPY DAUGHTER’S DAY
April 15, 2022

ପଞ୍ଚମ ଶ୍ରେଣୀରୁ ମେଡିକାଲ ପାଠ ସାରିବା ଯାଏଁ ସାଥି ଦେଇଛି I ଏଇ ଗୋଟିଏ ମାତ୍ର ଜ୍ୟାମିତି ବାକ୍ସ ବୋଧେ ମୋ ପାଇଁ କିଣା ହୋଇଥିଲା I କିଣିବାର ସାଧ୍ୟ ନ ଥିଲା, ସେମିତି ତ ନୁହେଁ, ତେବେ ବର୍ଷେ ଦୁଇ ବର୍ଷ ପରେ ନିଜର ନିଜର ପରି ଲାଗିଥିଲା I କୌଣସି ନାମୀ କମ୍ପାନୀର ନ ଥିଲା, ତେଣୁ କାହା ସହ ମେଳ ଖାଉ ନ ଥିଲା…ବାସ ସେତିକି ବି ଯଥେଷ୍ଟ କାରଣ ତାକୁ ତ୍ୟାଗ ନ କରିବାକୁ I

ଧୀରେ ଧୀରେ “ଲକ୍କି ଚାର୍ମ” ବି ବୋଧେ ହୋଇଗଲା I ସର୍ବୋପରି କୁବେରଙ୍କ ଦେଶର ଲୋକ ନା ଆମେ, ଡିସପୋଜେବଲ ଗ୍ଳାସକୁ ବି ତିନି ଥର ବ୍ୟବହାର ନ କଲେ ଛାଡ଼ୁନା …ଆଉ ଇଏ ତା ଜ୍ୟାମିତି ବାକ୍ସ I

ରବିବାର ଦେଖି କଳଙ୍କି ନ ଲାଗୁ ବୋଲି କଳା ରବର ପେଣ୍ଟ ବି ବୋଳା ହେଇଛି I ପେନସିଲ ସୀସାର ଦାଗ ରେ ମସିଆ ନ ହେଉ, ସେଥିପାଇଁ ଧଳା କାଗଜ ପକା ହେବ ଆଉ ପେଂସିଲ କୁ ୟୁଜ ଆଣ୍ଡ ଥ୍ରୋ ପେନର ଟୋପି ପିନ୍ଧା ହେବ I ସାଇକଲ ପଙ୍କଚର ହେଲେ ଅଧିକରୁ ଅଧିକ କେତେ …ଦୁଇ ଟଙ୍କା ସେଥିପାଇଁ ରଖା ହେଇଥିବ I

କେବେ ଅଭାବୀ ଲାଗିନି ନିଜକୁ …କାରଣ ମୋ ନନା ବୋଉ ଆମକୁ ସବୁଠୁ ବଡ ଧନ ଦେଇଥିଲେ …”ସନ୍ତୁଷ୍ଟି ” ଧନ I ଆଗକୁ ବଢ …କାହା ସହ ତୁଳନା କର ନାହିଁ I ଶିକ୍ଷକମାନେ କହିଲେ …ନିଜ ସହ ପ୍ରତିଯୋଗିତା କର …ଆଉ କାହା ସହ ନୁହେଁ I
ଏତେ ଦିନର ସାଥୀ …ଏବେ ବି ସଯତ୍ନେ ସାଇତା ହୋଇ ରହିଛି, ଆହୁରି କିଛି ଏମିତି ଛୋଟ ଛୋଟ ସ୍ମୃତିଚିହ୍ନ ସହ …..
————————————————-
ଡ଼ଃ ବିୟତପ୍ରଜ୍ଞା ଆଚାର୍ଯ୍ୟ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *