ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ସ୍ମୃତି , ମୁଠାଏ ଅବିର ପରି
ରଙ୍ଗେଈ ଯାଏ ମନମାନସ କୁ
‘ ତୁମ ‘ ପାଇଁ ଗୋ
ଭୁଲିଯାଏ ମୁଁ ମୋ ନିଜକୁ ….
‘ ସ୍ମୃତି ‘ , ମୁଠାଏ ଝରାଫୁଲ ପରି
ମହକାଇ ଦିଏ ଚିତ୍ତବନକୁ
‘ ତୁମ ‘ ସୁରଭିକୁ ବିଞ୍ଚିଯାଏ ମୁଁ
ଭୁଲିଯାଏ ନିଜେ ନିଜକୁ |
‘ ତୁମ ‘ ( ବାଙ୍କ ) ଚାହାଣି ପାଇଁ ଆତୁର
ତୁମ ସ୍ପର୍ଶ ପାଇଁ ଅଧୀର
ତୋଳିନିଅ ତୁମ ବାହୁପାଶେ ଗୋ
ଭାଙ୍ଗିଯାଏ ବନ୍ଧ ମୋ ଧୈର୍ଯ୍ୟର |
ସୁଖ ସ୍ବପ୍ନ ସବୁ ସାଉଁଟି ନିଜେ ମୁଁ
ନିଦ ଭାଙ୍ଗିଲା ପରେ ବି
କଡ ଲେଉଟାଇ ସ୍ବପ୍ନରେ ଜିଇଁଯାଏ
ସୂର୍ଯ୍ୟୋଦୟ ପର କିଛି କ୍ଷଣଟି |
ସୂର୍ଯ୍ୟଙ୍କ ଲାଲିମା ଉତୁରିଆସେ ଗଣ୍ଡଦେଶକୁ
ଅଦିନ ମେଘ ଧୋଇଯାଏ କେଶରାଶିକୁ
ସେତେବେଳେ ମନେପଡ଼ ଗୋ ‘ତୁମେ‘
ତୁମେ ଆଉ କେବଳ ‘ତୁମେ‘ |