କାର୍ତ୍ତିକ ସୋମବାର ର ଶୁଭେଚ୍ଛା
ମହାବିଷୁବ ସଂକ୍ରାନ୍ତି
April 13, 2022
Best wishes to all on Odia new year, Maha Vishuva Sankranti and Pana Sankranti
Best wishes to all on Odia new year, Maha Vishuva Sankranti and Pana Sankranti
April 15, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ସ୍ମୃତି , ମୁଠାଏ ଅବିର ପରି

ରଙ୍ଗେଈ ଯାଏ ମନମାନସ କୁ

ତୁମପାଇଁ ଗୋ

ଭୁଲିଯାଏ ମୁଁ ମୋ ନିଜକୁ ….

ସ୍ମୃତି ‘ , ମୁଠାଏ ଝରାଫୁଲ ପରି

ମହକାଇ ଦିଏ ଚିତ୍ତବନକୁ

ତୁମସୁରଭିକୁ ବିଞ୍ଚିଯାଏ ମୁଁ

ଭୁଲିଯାଏ ନିଜେ ନିଜକୁ |

ତୁମ ‘ ( ବାଙ୍କ ) ଚାହାଣି ପାଇଁ ଆତୁର

ତୁମ ସ୍ପର୍ଶ ପାଇଁ ଅଧୀର

ତୋଳିନିଅ ତୁମ ବାହୁପାଶେ  ଗୋ

ଭାଙ୍ଗିଯାଏ ବନ୍ଧ ମୋ ଧୈର୍ଯ୍ୟର |

ସୁଖ ସ୍ବପ୍ନ ସବୁ ସାଉଁଟି ନିଜେ ମୁଁ

ନିଦ ଭାଙ୍ଗିଲା ପରେ ବି

କଡ ଲେଉଟାଇ ସ୍ବପ୍ନରେ ଜିଇଁଯାଏ

ସୂର୍ଯ୍ୟୋଦୟ ପର କିଛି କ୍ଷଣଟି |

ସୂର୍ଯ୍ୟଙ୍କ ଲାଲିମା ଉତୁରିଆସେ ଗଣ୍ଡଦେଶକୁ

ଅଦିନ ମେଘ ଧୋଇଯାଏ କେଶରାଶିକୁ

ସେତେବେଳେ ମନେପଡ଼ ଗୋତୁମେ

ତୁମେ ଆଉ କେବଳତୁମେ‘ |


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *