ସତ୍ୟର ସଂଧାନେ

ଶ୍ରଦ୍ଧାଂଜଳୀ ସୁମନ
April 16, 2022
ପ୍ରତିକ୍ଷ୍ୟା କେବଳ ତୁମ ପାଇଁ
April 16, 2022

ବ୍ୟଭିଚାର ତାର କଳାପଣତକୁ ବେଢ଼ାଇ ରଖିଛି

ନିତି ନିତି ଧର୍ଷିତା ନାରୀର ବିଳାପ

ପ୍ରତିଫଳିତ ହୁଏ ଖବରକାଗଜରେ

ଆତଙ୍ଗବାଦ ଓ ହିଂସାର ବହ୍ନି ଖେଳିଯାଇ ଚତୁର୍ଦିଗେ

ବିଛିନ୍ନତାର ଦାନବ ହସିଉଠେ ଧରଣୀ କମ୍ପାଇ

ଏଠି ଯେ ଧର୍ମ ହୁଏ କିଣାବିକା

ଧର୍ମନିରପେକ୍ଷତା ଜନ୍ମ ଦିଏ ଧର୍ମବିବାଦ |

ରେ ରେ ମୁଢ ନର

ବୁଝି ପାରୁନା କି ତୋ ମନୁଷ୍ୟତ୍ୱର ମହତ୍ୱ ?

କିମ୍ପା କହହେ ଆଜି ତୁ ପ୍ରମତ୍ତ

ତୋ ବାସଭୂମି ପରା ପୂଣ୍ୟଭୂମି ଭାରତ ?

ଭୁଲି ଗଲୁ  ସେ ଅମରବାଣୀ

” ଅହିଂସା ପରମୋଧର୍ମ “

ଭୁଲିଗଲୁ କି ସେ ଶାନ୍ତିର ବାର୍ତ୍ତା

ଭୁଲି ଗଲୁ କି ତୋ ପ୍ରାଚୀନ ଏତିହ୍ୟ ?

ଉଠ ଜାଗ୍ରତ ହୁଏ ହେ ଭାରତବାସୀ

ଅପେକ୍ଷା କରିଛି ଏକ ସୁନେଲି ସକାଳ

ସତ୍ୟର ଅନୁଗାମୀ ହେବାକୁ ଦିଏ ସେ ନିର୍ଦେଶ

ଧର୍ଷଣ ନିର୍ଯାତନା ଏ ସମସ୍ତର ସମାପ୍ତ କାହିଁ ?

କେଉଁଠି ଶେଷ ଏହାର , ସୀମା କାହିଁ ଏହାର ,

କହିପାରିବ କି , ପାରିବକି କହି ??

ମିଥ୍ୟାବରଣ ମଧ୍ୟୁ ଚାଲିଆସ ବାହାରକୁ

ଫୋପାଡ଼ି ଦିଅ ସେ ମଳିନ ଜୀର୍ଣ୍ଣ ପରିଧାନକୁ

ସତ୍ୟକୁ ଧାରଣ କରି ଶରୀରେ ତୁମର

ଚୀରାନନ୍ଦ ସନ୍ଧାନେ ହୁଅରେ ଅଗ୍ରସର |

Leave a Reply

Your email address will not be published. Required fields are marked *