ପଦେ ଗଜଲ୍
April 16, 2022
ଶୃଙ୍ଖଳ
April 16, 2022

ମୁଁ କେବେ କାହା ବଗିଚା ରେ ଗୋଲାପ ପରି ଯତ୍ନ ପାଇନି

କି କେହି ମୋତେ ତା ଅଗଣାରେ ସଜେଇ ଦେଇନି କାକଟସ କି କ୍ରୋଟୋନ ଟିଏ ପରି

 କେଉଁ ସୁନ୍ଦରୀ ନାରୀ ଘନ କୁନ୍ତଳ ରେ ମୁଁ ଶୋଭା ପାଇନି ମଲ୍ଲୀ କି ମାଳତୀ ଫୁଲ ପରି

ହଁ, କେବେ କେବେ ରାସ୍ତାରେ ଗଲାବେଳେ

କେହି କେହି ଆମୋଦିତ ହେଇଛନ୍ତି ମୋ ଗୋଲାପୀ ଚେହେରା ଦେଖି

ମନେ ମନେ କହିଛନ୍ତି ଖୁବ ସୁନ୍ଦର ଲାଗୁଛି

ଏଇ ସିମିଳି ଫୁଲ

ମୋ ସୁରଭିରେ ହୁଏତ ମୁଁ ପୁଲକିତ କରି ପାରିନି କାହାକୁ

ଜୁଇ, ଜାଇ କି ହେନା ଫୁଲ ପରି

କାମିନୀ ପରି ମତୁଆଲା କରି ପାରିନି କାହାକୁ ମୋ ସୁଗନ୍ଧି ରେ ।।

ଫୁଟିବା ଯଦି ଫୁଲର ଧର୍ମ

ମୁଁ ଫୁଟିଛି , ଫୁଟୁଥିବି ଏମିତି


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *