Mo Bus menace
Mo Bus menace
November 13, 2024
Contribution to mother earth
My mal contribution to mother earth
December 12, 2024
Artificial Intelligence

କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏକ ଶିଶୁ ପରି ଧୀରେ ଧୀରେ ଯେ କୌଣସି ବିଦ୍ୟାକୁ ଶିକ୍ଷା କରେ I ଆପଣ ଯଦି ଗୋଟିଏ ଭୁଲକୁ ବାରମ୍ବାର ଟାଇପ କରିବେ, ତେବେ ସେ ଭୁଲକୁ ହିଁ ଠିକ ଭାବିବା ଆରମ୍ଭ କରି ଦେବ ଆଉ ତା ପରେ ଆପଣ ସେ ଶବ୍ଦ ଅଧା ଟାଇପ କଲା ବେଳକୁ ସେ ଆଗରୁ ଶିଖିଥିବା ଭୁଲ ଶବ୍ଦକୁ ହିଁ ଆପଣଙ୍କୁ ଟାଇପ କରେଇ ଦେଇ ଦେବ I ଧରନ୍ତୁ “ଭରସା”, ଆପଣ ଭୁଲ ବଶତଃ ଏହାକୁ ଭରଷା ବୋଲି ଲେଖି ଆସିଛନ୍ତି I ତେଣୁ ଆପଣ ଭ …ର ..ଟାଇପ କଲା ବେଳକୁ ସେ ଆପଣାକୁ ଭରଷା ବୋଲି ଲେଖି ଦେଖେଇ ଦେବ ଓ ଆପଣ ତାକୁ enter ଟିପି ଲେଖି ଦେବେ I ଖାଲି ଆପଣଙ୍କୁ ନୁହେଁ ସେ ଅନ୍ୟ ମାନଙ୍କୁ ମଧ୍ୟ ଏହି autotype କରିକି ଦେଖେଇବ I ଭୁଲଟି ଗାଢ଼ ରୁ ଗାଢ଼ତର ହୋଇ ଚାଲିବ I ଏଥିରେ ସାହିତ୍ୟିକମାନଙ୍କ ଦାୟିତ୍ୱ ସବୁଠୁ ଅଧିକ I “ଭାବକୁ ଦେଖ, ଶବ୍ଦ ବା ବନାନକୁ ନୁହେଁ” କହି ନିଜ ମୁଣ୍ଡରୁ ଅଠା ଛଡ଼େଇବା ନୀତି ଆଦୌ ଗ୍ରହଣୀୟ ନୁହେଁ I

କେତେକ ସ୍ଥଳରେ ସନ୍ଦେହ ଉତ୍ପନ୍ନ ହୁଏ; ଏଇ ଯେମିତି ଅବଶୋଷ ନା ଅବସୋସ …ଅନେକ ଯୁକ୍ତି ତର୍କ ପରେ ଉଭୟ ଠିକ ବୋଲି ଗ୍ରହଣ କରାଗଲା I ତେବେ ବନାନ ଅଶୁଦ୍ଧି ବେଳେବେଳେ ଆଖିରୁ ଖସି ମଧ୍ୟ ଯାଏ, ତେଣୁ ତାହାକୁ ଯଦି କେହି ଦର୍ଶାଇ ଦିଅନ୍ତି, ତେବେ କୃତଜ୍ଞତା ଜଣେଇ ସଂଶୋଧନ କରିନେବା ଉଚିତ I ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ମୂଳଦୁଆ ବହୁତ ସବଳ, ଏହାକୁ ଆହୁରି ଉନ୍ନତ କରିବା ତଥା ଡିଜିଟାଲ ମାଧ୍ୟମରେ ମଧ୍ୟ ଏହାକୁ ପରିଚିତ କରାଇବା ଆମ ସମସ୍ତଙ୍କର ଦାୟିତ୍ୱ I
#odia #ArtificialIntelligence #typing #spelling #responsibility #drvpacharya

Leave a Reply

Your email address will not be published. Required fields are marked *