Jay Jagannath
ଜଗନ୍ନାଥେ ହୋ ….
January 22, 2025
କାଶ୍ମୀର ଅନୁଚିନ୍ତନ
କାଶ୍ମୀର ଅନୁଚିନ୍ତନ
May 7, 2025
Bad politics of Social Media

ଜଣେ ହ୍ଵାଟ୍ସଆପ ଗ୍ରୁପରେ ପଚାରିଲେ, “ଆଚ୍ଛା, କିଛି ହାଲୁକା ଫୁଲୁକା ସିନେମାର ନା ଦେଲ, ଦେଖିବି I” ଏକା ସାଙ୍ଗେ ମୁଁ ଓ ଆଉ ଜଣେ, ଦକ୍ଷିଣ ଭାରତର ତିନୋଟି ସିନେମା ନାଁ କହିଲୁ I

ସେ ପଚାରିଲେ -“ହିନ୍ଦୀ ସିନେମା କିଛି ନାହିଁ କି ?” ମୁଁ ଉତ୍ତର ଦେଲି -“କଣ ଦେଖିବୁ ସେଠି ? କୋଉ ହିରୋଇନ କେତେ ନଗ୍ନ ହୋଇପାରେ, ତାର ପ୍ରତିଯୋଗିତା ଲାଗିଛି ସେଠି I ଦେଖିବୁ ମଦ ପିଆ, ଡ୍ରଗସ ଶୋଷଡା, ନଗ୍ନ ନୃତ୍ୟ ଆଉ ସମଲିଙ୍ଗୀ ସମ୍ପର୍କ …ଆଉ ଗଣ୍ଡେ ମା’ ଭଉଣୀ ଗାଳି l”
ଆବଶ୍ୟକ ଥାଉ ଅବା ନ ଥାଉ, ଭିଡି ଓଟାରି ଏତିକି ପୂରେଇ ଦିଆ ଯାଉଛି I

ଫଳାଫଳ ? ଆମ ଛୁଏ ଏ ସବୁକୁ ଅତି ସାଧାରଣ ବୋଲି ଭାବି ନେଲେଣି ଆଉ ସତସତିକା ନିଜ ଜୀବନରେ ଆଦରି ନେବାକୁ ମଧ୍ୟ ଉତ୍କଣ୍ଠିତ I ଅପର ପକ୍ଷରେ ଦକ୍ଷିଣ ଭାରତ ସିନେମାରେ ସେଇ ପୂର୍ବ ଧାରାନୁଯାୟୀ ପୋଷାକରେ ଶାଳୀନତା, ସଂଭୋଗର ଦୃଶ୍ୟକୁ ସେମିତି ଆଗ ଭଳି ଉହ୍ୟ ରଖି ଚତୁରତାର ସହ ଶାଳୀନତା ରକ୍ଷା କରି କାହାଣୀକୁ ଆଗେଇ ନେଉଛନ୍ତି I ଲିଭ-ଇନ, ସମଲିଙ୍ଗୀ ସମ୍ପର୍କକୁ ଯଥା ପର୍ଯ୍ୟନ୍ତ ଦୂରେଇ ରଖୁଛନ୍ତି ଅବା ଭାରତୀୟ ଚିନ୍ତାଧାରାରେ ତାହାର ଖଣ୍ଡନ କରୁଛନ୍ତି I
ସତରେ କଣ କଳାକାରୀ ଏ ସବୁ ବିହୁନେ ପଙ୍ଗୁ ? ନିହାତି ଦରକାର ଏ ସବୁ ? ଦିନେ ଯାହା ମନରେ ସ୍ବପ୍ନ ବୁଣୁଥିଲା, ଏବେ ପାଶବିକ ଚିନ୍ତାଧାରା ବୁଣି ଚାଲିଛି I

କାଳେ କାଳେ ବଲିଉଡ଼ ଆମ ଭାରତୀୟ ସମାଜ ଓ ସଂସ୍କୃତିକୁ ବିବିଧ ଭାବେ ପ୍ରଭାବିତ କରେ, କିଛି ଭଲ, କିଛି ମନ୍ଦ I ଏବେ ବୈଦ୍ୟୁତିକ ଗଣ ମାଧ୍ୟମର ସ୍ୱଚ୍ଛନ୍ଦତା ଯୋଗୁଁ ଏ ପ୍ରଭାବ ଆହୁରି ବଳଶାଳୀ ହୋଇ ଚାଲିଛି, ପେଣ୍ଡୁଲମ ଅପର ଦିଗକୁ ଦୋଳି ଚାଲିଛି I ଏଥର ସାଧାରଣ ଜନତା ଯଦି ଭାବୁଛନ୍ତି ଯେ, ଏ ଗଣ ମାଧ୍ୟମ ସବୁ ସୀମା ଲଙ୍ଘି ଚାଲିଛନ୍ତି, ତେବେ ଏକ ସେନସର ବୋର୍ଡ ଓ କିଛି ନୂତନ ରଣନୀତି, ନିୟମ ଅଣାନ୍ତୁ, ଯଦ୍ଦ୍ଵାରା ଆମର ଗୌରବଶାଳୀ ଭାରତୀୟ ସଂସ୍କୃତି, ପରମ୍ପରା ଆଦି ଅକ୍ଷୁଣ୍ଣ ରହିବ I
xxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ I ପ୍ରଫେସର ବାୟୋକେମିଷ୍ଟ୍ରି , କୀମସ
#odiablogger #amasahitya #drvpacharya


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *