ମୁଁ କେବେ କାହା ବଗିଚା ରେ ଗୋଲାପ ପରି ଯତ୍ନ ପାଇନି
କି କେହି ମୋତେ ତା ଅଗଣାରେ ସଜେଇ ଦେଇନି କାକଟସ କି କ୍ରୋଟୋନ ଟିଏ ପରି
କେଉଁ ସୁନ୍ଦରୀ ନାରୀ ର ଘନ କୁନ୍ତଳ ରେ ମୁଁ ଶୋଭା ପାଇନି ମଲ୍ଲୀ କି ମାଳତୀ ଫୁଲ ପରି
ହଁ, କେବେ କେବେ ରାସ୍ତାରେ ଗଲାବେଳେ
କେହି କେହି ଆମୋଦିତ ହେଇଛନ୍ତି ମୋ ଗୋଲାପୀ ଚେହେରା ଦେଖି
ମନେ ମନେ କହିଛନ୍ତି ଖୁବ ସୁନ୍ଦର ଲାଗୁଛି
ଏଇ ସିମିଳି ଫୁଲ।
ମୋ ସୁରଭିରେ ହୁଏତ ମୁଁ ପୁଲକିତ କରି ପାରିନି କାହାକୁ
ଜୁଇ, ଜାଇ କି ହେନା ଫୁଲ ପରି
କାମିନୀ ପରି ମତୁଆଲା କରି ପାରିନି କାହାକୁ ମୋ ସୁଗନ୍ଧି ରେ ।।
ଫୁଟିବା ଯଦି ଫୁଲର ଧର୍ମ
ମୁଁ ଫୁଟିଛି , ଫୁଟୁଥିବି ଏମିତି