ଦିନ ପରେ ମାସ , ମାସ ପରେ ୠତୁ
ବରଷେ ଗଡିଲା ଆପଣା ଛାଏଁ,
ସମୟ ସଜୋରେ ସ୍ମୃତିକୁ ଠେଲିଛି
ନତୁବା ହୁଅନ୍ତୁ ବୋଧେ ଉନ୍ମାଦ ପ୍ରାୟ l
ପିତୃ ସ୍ଥାନେ ରଖି ଭାଇଂକୁ ମୋହର
ଅବଜ୍ଞl ନ କଲୁ ଆଦେଶ ତୁମର
ହେଲେ ଆମ ଇଚ୍ଛI ତ ତୁମେ ନ ରଖିଲ ଆଉ
ଭାଉଜଂକ ପଛେ ବାଛିନେଲ ତୁମେ ପଥ ଆପଣାର !
ଠକି ଦେଲ କି ଆମକୁ ବଂଚିବାର ଆଶା ଦେଇ
ଦଉଡି ଦଉଡି ନ ପାରିଲି ତ ଅଟକାଇ !
ହଜାଇ ବସିଲୁ ଆଦର୍ଶଂକୁ ଆମ
ଭାଉଜଂକ ପ୍ରେମ ସତେ କି ନେଲା ଡୋରୀ ଲଗେଇ I
ଅଭିମାନେ ଆଜି ସଜଳ ଆମ ଆଖି
ଦେଖିଲନି ଥରେ ଆମ ଶ୍ରଦ୍ଧା ତ ପରଖି
ପୁଅ , ଝିଅ , ଭାଇ , ଭଗିନୀ ସଭିଏଁ
ରହିଲେ ପଛରେ; ଥରେ ହେଲେ ଥା’ନ୍ତ ଆମକୁ ଦେଖି I
ଜନମ କାଳରେ ନାମ ତ ନ ଥାଏ ,
ଚାଲିଗଲେ ଖାଲି ନାମ ରହିଯାଏ
ପିତ୍ରୁ ଦତ୍ତ ନାମ ସାର୍ଥକ କରିଛ
ରାଜେନ୍ଦ୍ରାସନେ ସତେ ରାଜେନ୍ଦ୍ର ହୋଇ l
କର୍ମକ୍ଷେତ୍ରେ ନୁହେଁ , ଧର୍ମକ୍ଷେତ୍ରେ ମଧ୍ୟ
ଢାଳିଲ ପ୍ରାଣ ତୁମ ମାନବ ସେବାର
ଭାଉଜ ତ ମୋ ଲକ୍ଷ୍ମୀ , ସ୍ନେହରେ ମୋହିଲେ
ପାଦରେ ମିଶାଇ ପାଦ ତୁମର I
ସମଦୃଷ୍ଟି , ସମଚିତ୍ତ ରଖି ଆଦରି ନିଅନ୍ତି
ଦୁହେଁ ସତେ ଆପଣାର ,
ଯାହାକୁ ପଚାର, ସେ କହେ ନିଶ୍ଚୟ
ମୁଁ ପରା ଥିଲି ତାଂକ ଏକା ନିଜର!
ରକତ ଢାଳିଣ ରକତ ଯୋଗାଡି
କୁନି କୁନି ମୁହେଁ ହସ ଫୁଟାଇଣ
ପିତା ମାତା କୁଣ୍ଢ ମୋଟା କରି ଦେଇ
କେଜାଣି କୁଆଡେ ଗଲ ?
ଆଜି ବି ପଚାରେ , ‘ଇଶ୍ବର କାହିଁକି ଏଡିକି ନିର୍ଦୟ ହେଲ ?
ମାଂ’କୁ ତ ନେଲ, ଏଡେ ଛାଏଁ କାହିଁ
ବାପ ଛେଉଣ୍ଡ ବି କଲ ?’
ଆଜି ବି ଲାଗଇ ପାଖରେ କୋଉଠି
ଭାଇ ଭାଉଜ ମୋ ଥାଇ ,
ଡାକିଦେଲେ ପର ‘ଓ ‘ ଟେ କରିବେ
ଆତୁରେ ଆସିବେ ଧାଇଁ I
ଆଜି ବି ଲାଗଇ ପାଖରେ କୋଉଠି
ଭାଇ ଭାଉଜ ମୋ ଥାଇ ,
ଡାକିଦେଲେ ପର ‘ଓ ‘ ଟେ କରିବେ
ଆତୁରେ ଆସିବେ ଧାଇଁ I
ପରଲୋକେ ଥାଇ ଦେଖୁ ଥା’ ଆମକୁ
ଆଶିଷ ଟିକକ ରହୁ
ମାନବ ଜୀବନ ଆଉ ସମ୍ଭବ ନୁହେଁ ତ ,
ଉର୍ଦ୍ଧ୍ବକୁ ଗମିବା ହେଉ I
ଇତି II
ତୁମ ସ୍ନେହଭିଲାଷୀ ଭଉଣୀ
ଆରତି