patient care first
ଯାଦୁ କି ଝପ୍ପୀ
June 30, 2024
Return of Jagannath
ଜଗନ୍ନାଥେ ଫେରିଲେ
July 20, 2024
Return of Jagannath

୧. ପେଟ କମ, ମାଂସପେଶୀ ବେଶି ଥିବା ସେବାୟତ ମୁଖ୍ୟ ସେବାରେ ରହନ୍ତୁ
୨. ପ୍ରଶାସନଙ୍କ ଦ୍ୱାରା ସ୍ଥିର ହୋଇଥିବା ସେବାୟତ ହିଁ ରଥ ଉପରେ ସେବାରେ ରହନ୍ତୁ
୩. ୧O ଦିନ ଆଗରୁ ଥରେ ମକ-ଡ୍ରିଲ ପରି ସମାନ ଓଜନର ବସ୍ତୁକୁ ନେଇ ସେବାୟତ ମାନେ ନିଜକୁ ଆଗୁଆ ପ୍ରସ୍ତୁତ କରନ୍ତୁ l
୪. ବୟସ୍କ ସେବାୟତମାନେ ନିଜ ଅଭିଜ୍ଞତାକୁ ତଳ ପିଢ଼ିକୁ ସମୟ ଥାଉ ଥାଉ ହସ୍ତାନ୍ତର କରନ୍ତୁ I ପ୍ରଭୁଙ୍କ ସେବା ମୁଖ୍ୟ ହେଉ, ନିଜ ଅହଂକାରକୁ ପ୍ରାଧାନ୍ୟ ନ ଦିଅନ୍ତୁ I
୫. ଆମେ ଯେଉଁମାନେ ଭିଡ ନ ବଢ଼େଇ ଘରୁ ଦୂରଦର୍ଶନରେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଛୁ, ରଥ ଉପରେ ଟିକିଏ ଭଲ ଭାବେ ଦର୍ଶନ ମଧ୍ୟ କରି ପାରୁନାହୁଁ I କୋଭିଡ ସମୟରେ ଯେମିତି କଟକଣା ଭିତରେ ରଥ ଟଣା ହୋଇଥିଲା, ସେଇ ଭଳି ପ୍ରତି ବର୍ଷ କରାଯାଉ I
ଆଗରୁ ଯାହା ଚାଲୁଥିଲା, ସେ ସବୁ ଆଜି ଚାଲିବ ବୋଲି କିଛି ମାନେ ନାହିଁ I ଏ ଭିତରେ ଜନସଂଖ୍ୟା ବଢିଛି, ଯାତ୍ରୀ ସଂଖ୍ୟା ବଢିଛି ଓ ରଥଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବଢିଛି I ସର୍ବତୋଭାବେ, ଏ ସମସ୍ୟା ସବୁର ସମାଧାନ ଟେକ୍ନୋଲୋଜିର ବ୍ୟବହାର କରି କରାଯାଉ I ପ୍ରଭୁଙ୍କ ନୀତି ଓ ଶ୍ରଦ୍ଧାଳୁଙ୍କ ଆଗମନର ସମତୁଲତା ରକ୍ଷା କରି ଦର୍ଶନକୁ ଅଧିକ ସୁଗମ ଓ ଶୃଙ୍ଖଳିତ କରାଯାଉ I
PC: Internet
#RathYatra2024 #administration #LordBalabhadra #drvpacharya


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *