Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367
ଈଶ୍ୱର କେଉଁଠି?
June 19, 2022
ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଉପଲକ୍ଷେ କିଛି ଗପ୍ଲେଟ

ଡଃ ବିୟତପ୍ରଜ୍ଞା  ଆଚାର୍ଯ୍ୟ

ପ୍ରତି ବର୍ଷ ଦୁଇ ଥର ତିରଙ୍ଗାକୁ ବାକ୍ସ ଭିତରୁ ବାହାର କରି ମୁଣ୍ଡ ଉପରକୁ କରି ଗର୍ବର ସହ “ଜନ ଗଣ ମନ ” ଗାଇ, ସେଉ ବୁନ୍ଦି ଖାଇ ବଡ ଖୁସି ହୋଇ  ଘରକୁ ଫେରୁ l

ଆମେ ଆମ ଦେଶକୁ ସ୍ୱାଧୀନ କଲେ । ଆମେ ସ୍ୱାଧୀନ ଦେଶର ନାଗରିକ – ଠିକ ଅଛି । ତେବେ ଆମେ ସତରେ କେତେ ସ୍ୱାଧୀନ ?

ଆମେ ଅନ୍ତର୍ମନ କେତେ ସ୍ୱାଧୀନ ?

ଆମେ ସମସ୍ତେ ପରାଧୀନ ବର୍ତ୍ତମାନ ଦୁଇଟି ବିଭାବରେ – ଭୟ ଓ ଲୋଭ । ତେବେ ମୁଁ କହିବି – ବୋଧହୁଏ ‘ଭୟ‘ ହିଁ ସମସ୍ତ ସମସ୍ୟାର ଜଡ଼ । 

ଧରିନିଅନ୍ତୁ ଆମ ସମାଜର ସବୁଠୁ ବଡ ସମସ୍ୟା ‘ଦୁର୍ନୀତି‘ ବିଷୟ – ଆମେ ବହୁତ ଚିତ୍କାର କରୁ ‘ଦୁର୍ନୀତି ହେଲା ‘ ‘ ଦୁର୍ନୀତି ହେଲା ‘ । ହେଲେ ମଉକା ମିଳିବାମାତ୍ରେ ଆମେ  କଲେ କ’ଣ? ପୁଣି ସେଇ ଦୁର୍ନୀତି !

 ଆଛା, ଏଥର ଦେଖିବା ଦୁର୍ନୀତି ହୁଏ କଣ ପାଇଁ ? ଆମ ସମସ୍ତଙ୍କ ଦରକାର – ‘ ଆବଶ୍ୟକତାଠାରୁ ଅଧିକ ‘ – ଏଠି ଲୋଭ କାମ କଲା । କିନ୍ତୁ ‘ ଲୋଭ ‘ ପଛରେ ରହିଛି ‘ ଭୟ ‘ । କାଳେ କାଲି ଆଉ ରୋଜଗାରକ୍ଷମ ରହିବିନି , କାଳେ ମୋ ପୁତ୍ର , ପୌତ୍ରମାନେ ଭଲ ପାଠ ପଢ଼ିବେନି କିମ୍ବା ଭଲ ରୋଜଗାର କରିବେନି। ହୁଏତ ସରକାର ନିଜ ନୀତି ବଦଳାଇଦେବେ – ଏମିତି ଭୟରେ ହିଁ ଆମେ ଅର୍ଥ ଗଚ୍ଛିତ କରିଚାଲୁ । ଏମିତିକି ନିଜ ଭାଗ ଖାଇ , ଭାଇର ଭାଗ ଖାଇ , ଦେଶବାସୀଙ୍କ ଭାଗ ବି ଖାଇ ବସୁ ।

“କ’ଣ ହେଲା? ଆପଣ ଦୁର୍ନୀତି କରନ୍ତିନି ! ଆପଣ ଭାରି ସାତ୍ତ୍ଵିକ, ବହୁତ ପୂଜାପାଠ କରନ୍ତି ! କାହା ପଇସାକୁ ଅନାନ୍ତିନି ? ନିଜ ପଇସାରେ ଯେତେ ଯାହା ସମ୍ଭବ ଖର୍ଚ୍ଚବାର୍ଚ୍ଚ କରନ୍ତି ?”

ଆଛା !  ତାହେଲେ ନିଜର ଆଠରୁ ଅଠର ଠାକୁରଙ୍କ ପାଇଁ ଜରୀଭର୍ତ୍ତି ଫୁଲ କାହିଁକି ନେଇଯାନ୍ତି ସକାଳୁ ସକାଳୁ ? କେବେ ବି ଗଣି ଗଣି ୧୮ – ୨୦ ଫୁଲ ନିଅନ୍ତି କି ? ଗଛରେ ଫୁଲ ଅଛି ତ କାହିଁକି ନ ନେବି ? ଭୁଲିଯାନ୍ତି ଯେ ,  ଆପଣଙ୍କ  ଆଖପାଖର ପଡୋଶୀ ଭଉଣୀ –  ଭାଇମାନେ ମଧ୍ୟ ଫୁଲ ଟିକିଏ ଚାହାନ୍ତି , ତାଙ୍କ ଠାକୁର ପୂଜାପାଇଁ । 

ଆପଣ ନିଜ ଧନରେ ନିଜ ସକ୍ଷମ ଭିତରେ ଖର୍ଚ୍ଚ କରନ୍ତି ପରା ! ସେଥିପାଇଁ ମୋଟା ବିଜୁଳି ବିଲ ଭରିବାର କ୍ଷମତା ଥିବାରୁ ଦିନରାତି ୨୪ ଘଣ୍ଟା ଆପଣଙ୍କର ଏ . ସି . ଚାଲେ । ଭୁଲିଯାନ୍ତି କମରାର ଲାଇଟ, ଫ୍ୟାନ ବନ୍ଦ କରିବାକୁ ,  ଯେତେବେଳେ ଉଠିଆସନ୍ତି କାମରେ । ଆପଣ ବିଲ ତ ଭରିଦେଲେ , ବିଜୁଳି ଶକ୍ତି ଉତ୍ପାଦନ କରି ଦେଖାନ୍ତୁ ତ ?

ଖାଦ୍ୟଥାଳିରେ  ଦଶ ପ୍ରକାର ବ୍ୟଞ୍ଜନ ନ ହେଲେ ପାଟିକୁ ରୁଚେନି l ଯେତିକି ଇଚ୍ଛା ହୁଏ ଖାଆନ୍ତି , ବାକି ଯାଏ ଅଳିଆ ଗଦାକୁ I ଧରଣୀ ମା‘ ର ବୁକୁ ଚିରି କୃଷକ ଦାନା ଯୋଗାଏ, କେହି ଆପଣଙ୍କୁ ଆଣି ଦାନା ଗୋଡ ତଳେ ଜୁଟାଏ , ପୁଣି ନିଜ କଷ୍ଟୋପାର୍ଜିତ ଅର୍ଥରେ ସେ ସବୁ ଆପଣ କିଣନ୍ତି , ଜଣେ ଆପଣଙ୍କ ପାଇଁ ଗଲଦ–ଘର୍ମ ହୋଇ ରାନ୍ଧି ପରଶେ ….ହେଲେ କି ମୂଲ୍ୟ ଦେଲେ ଆପଣ ?

ଏତଦ୍ଦ୍ୱାରା ଆପଣ ନିଜ ଖର୍ଚ୍ଚ ବଢ଼େଇଲେ ଆଉ ତା ସହ ଭବିଷ୍ୟତ ପାଇଁ ଭୟ ମଧ୍ୟ I ସରକାର ଏ କୃତ୍ରିମ ଅଭାବକୁ ଏଡେ଼ଇବାକୁ ଯାଇ ନାନାଦି ଗବେଷଣା , ସାର , କୀଟନାଶକ ଦ୍ରବ୍ୟ ଆଦିର ବ୍ୟବହାର ବଢ଼େଇ ଦିଅନ୍ତି I ସେଠୁ ଆରମ୍ଭ ହୁଏ ରୋଗର ଭୟ l ପୁଣି ଲୋଭ ଆଉ ଭୟ l ଆରମ୍ଭ ହେଲା ଆପଣଙ୍କ ଲୋଭରୁ ଆଉ ସରିଲା ଆପଣଙ୍କ ଭୟରେ I ନିଜର ଦୁଇ ଇଞ୍ଚର ମାଂସପେଶୀ ଯାହାକୁ ଆମେ “ଜିଭ” କହୁ, ତା ହାତରେ ଆପଣ ନିଜ ସ୍ଵାଧୀନତାଟିକୁ ସମର୍ପି ଦେଲେ l

ଆମେ ପରାଧୀନ ଆମ ‘କାମନା ‘ ଆଗରେ ।  କାମନା ପୂର୍ତ୍ତି କରିବାକୁ ଯାଇ ଆମେ ଉର୍ଦ୍ଧଶ୍ୱାସ ହୋଇ ‘ଲୋଭ ‘ କବଳରେ ପଡୁଛେ । ସେଇଠୁ ‘ଲୋଭ ‘ – ‘ଭୟ ‘ ସାଥୀ ହୋଇ ଆମକୁ କଲବଲ କରୁଛନ୍ତି । 

ଆସନ୍ତୁ ‘ ନିର୍ଲୋଭ ‘ ହେବା , ‘ ନିର୍ଭୟ ‘ ହେବା । ଗୀତାରେ ଶ୍ଳୋକରେ ସେଥିପାଇଁ ବୋଧେହୁଏ ଦୈବୀଗୁଣ ମଧ୍ୟରେ ସର୍ବପ୍ରଥମେ  ‘ ଅଭୟ’ ବିଭାବ  ହିଁ ଆସେ – “ଅଭୟମ ସତ୍ତ୍ଵ  ସଂଶୁଦ୍ଧିଃ  ….. “ 

 ଯିଏ ‘ ନିର୍ଭୟ ‘ – ସେ ତାର ପ୍ରତ୍ୟେକ  କର୍ମ ପ୍ରତି ସଚେତନ ।  ‘ ନିର୍ଲୋଭ ‘  ହେଲେ ହିଁ ସେ ‘ ନିର୍ଭୟ ‘ ରହିପାରିବ । ‘ସତ୍ୟ ‘ କହିଲେ ହିଁ ସେ ‘ ନିର୍ଭୟ ‘ ରହିପାରିବ । 

ଏ ‘ ସ୍ୱାଧୀନତା ‘ ଏମିତି ଏକ ସ୍ୱାଧୀନତା – ଯାହାକି ଆମ ସମସ୍ତଙ୍କୁ ହାସଲ କରିବାକୁ ପଡିବ – ନିତ୍ୟ ନିରନ୍ତର ଚେଷ୍ଟାରତ ରହି ।  ବୋଧହୁଏ ଏତିକକୁ ଆଧ୍ୟାତ୍ମିକ ସାଧନା କୁହାଯାଏ । 

ଭଗବାନ ସମସ୍ତଙ୍କୁ ସଦ୍–ବୁଦ୍ଧି ଦିଅନ୍ତୁ , ସମସ୍ତଙ୍କୁ ସ୍ୱାଧୀନ କରନ୍ତୁ । ଦେଖିବେ , ଭାରତମାତା  କସ୍ମିନକାଳେ ଆଉ ପରାଧୀନ ରହିବାର ସମ୍ଭାବନା ରହିବନାହିଁ – ପୁନଶ୍ଚ ଭାରତ ମା’ ଆମର  ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ ଦିଗବାରେଣୀ ଭାବେ କାମ କରିବ। 

ସ୍ୱାଧୀନତାର ସନ୍ଧାନରେ  …….

Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *