ତୁମ ଅପେକ୍ଷାରେ
April 16, 2022
ଜଡ ଲେଖନୀ
April 16, 2022

ପ୍ରଭୁ ! ମୋ ସାଥେ ଅଛ
ସନ୍ଦେହ ନାହିଁ  ଏଥି
ହେଲେହେଁ ଅବୁଝା ମନ ଏ
ଲଢି ବସେ , ଭାବି ବସେ
ଦେଖା ନାହିଁ କାହିଁ
ବିଶ୍ବାସିବି କେମିତି ??
ଯେସନେ ଶିଶୁ ଉଂକି ମାରେ ମାଁ ମୁହଁକୁ
ଆସେ ଖେଳରୁ ଧାଇଁ
ଯେସନେ ପ୍ରେମିକା ମୁହଁ ଫୁଲାଏ
ସରାଗ ପରଖିବା ପାଇଁ
ତେସନେ ଅବୁଝା ଏ ମନ
ମନ୍ଦିରେ ମନ୍ଦିରେ ଉଂକି ମାରେ
ତମକୁ ଥରେ ଦେଖିବା ପାଇଁ ।

ହତଭାଗିନୀ ମୁଁ କାହିଁ ଜାଣେ ଅବା
ପ୍ରଭୁ ମୋ ନିଃଶ୍ବାସେ ଥାଇ
ସେ ହିଁ ପ୍ରାଣ,  ଅପାନ, ବ୍ୟାନ
ତାଂକରି ପାଇଁ ହି ରକ୍ତ ବହମାନ

ସେ ମୋ ଆଂଗୁଳିର ଚଳନ
ଚକ୍ଷୁର ଦର୍ଶନ , କର୍ଣର  ଶ୍ରବଣ ।

ନ ଚିହ୍ନିଲି ପ୍ରଭୁ ତୁମକୁ
ଏତେ ରୂପେ ଦର୍ଶନ ଦେଲ
ମାୟାର ପଟି ବାନ୍ଧି
ଏମନ୍ତ ରୂପେ ବିପଥେ ନେଲ;
ଯେସନେ ସଂସାର ପଂକୁ
ପଂକଜ ଉଂକି ମାରଇ
ତେସନେ ଯେଖ୍ୟଣି ଉର୍ଧ୍ବକୁ
ପାରିଲି ଚାହିଁ
ମାୟାରଜକୁ ତେଜି
ଅମୃତ ବରଷଇ
ଗୁରୁଗମ୍ଭୀର ନାଦେ
ହୃଦ ମୋ କମ୍ପଇ ।
‘ଗୁରୁ’ ବୋଲନ୍ତି ‘ତତ୍ତ୍ବମସି’
‘ହଂସ’ କହେ ‘ସୋଽହଂ’
ମନ୍ଦିର , ମସଜିଦ୍, ତୀର୍ଥ
ଆଉ କାହିଁ ପାଇଁ
ତୀର୍ଥ ମୁଁ , ମନ୍ଦିର ମୁଁ
ହଁ  ମୁଁ ହିଁ ବ୍ରହ୍ମ — ‘ଅହଂ ବ୍ରହ୍ମାସ୍ମି‘

ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *