ଆଜି ବି ଆମେ ପରାଧୀନ

ଭୋଟ
ଭୋଟ
May 26, 2024
ଅଟ୍ଟାଳିକା-ମାଳ
May 27, 2024

ଆଜି ବି ଆମେ ପରାଧୀନ
*******
ଡ଼: ବିୟତ ପ୍ରଜ୍ଞl ଆଚାର୍ଯ୍ୟ
———————
ଆଜି ବି ଆମେ ପରାଧୀନ
ଦୁଇ ପଟ ରୋଟି ଆଗରେ
ପାଞ୍ଚ ଟଙ୍କିଆ ଭାତ ଡାଲମା ପାଖରେ
ଟଙ୍କିକିଆ ଚାଉଳ ଆଗରେ |୧|
ଆଜି ବି ଆମେ ପରାଧୀନ
‘ଗେରୁଆ’ ଓ ‘ଶାଗୁଆ’ ଆଗରେ
‘ଲାଇମ ରୋଡ଼’ ‘ପିଚ ମୋଡ଼’ ଓ ‘ଜାବଙ୍ଗ’ ଆଗରେ
ସବୁ ଥାଇ ‘ନାହିଁ ନାହିଁ ‘ ର ଆରତ ଚିତ୍କାର ପାଖରେ |୨|
ଆଜି ବି ଆମେ ପରାଧୀନ
ଇଟା କାନ୍ଥର ଯୋଡ଼େଇ ଆଗରେ
‘ମନ୍ଦିର’ ‘ମସଜିଦ’ ‘ଗୀର୍ଜା’ ଆଗରେ
ମାଟି ମା’ ଛାତିରେ ପୋତା କଣ୍ଟା ତାରବାଡ ରେ |୩|
ଆଜି ବି ଆମେ ପରାଧୀନ
ଦୁଇ ଇଞ୍ଚ ମାଂସ ଆଗରେ
ପାଂଚ ମିନିଟର ଜାନ୍ତବ କ୍ଷୁଧା ଆଗରେ
‘ନିଜ-ପର’ ବିସ୍ମୃତ ଭାବନା ଆଗରେ |૪|
‘ପଥ’କୁ ‘ପନ୍ଥା’ ଭାବି ଆଜି ଲକ୍ଷ୍ୟରୁ ଦୂରରେ
‘ପନ୍ଥୀ’କୁ ‘ସାଥୀ’ ଭାବି ମୃଗତୃଷ୍ଣା ର କବଳରେ |୫|
ସ୍ୱାଧୀନତାର ଆହ୍ୱାନକୁ ଶୁଣ ଏଥର ଧ୍ୟାନେ
ହୃଦରେ, ଭ୍ରୁମଧ୍ୟେ , କର୍ଣ୍ଣର କନ୍ଦରେ |৬|
ଆତ୍ମ-ପ୍ରତ୍ୟୟର ଝରେ ନିର୍ଘୋଷ ନିନାଦ
ଅଭୟ, ସଂଶୁଦ୍ଧି, ଜ୍ଞାନ, ସତ୍ୟ ଖେଳାରେ | ୭|
ଏଠି ସବୁ ପୂର୍ଣ୍ଣ ; ଶାନ୍ତି, ସନ୍ତୁଷ୍ଟି, ମୁକ୍ତି ର ଆଧାର
ପରାଧୀନତା- ଶୃଙ୍ଖଳ ତେଜି
ସ୍ୱାଧୀନତା-ରଜ ବୋଳରେ |୮|
ପ୍ରତି ବର୍ଷ ଦୁଇ ଥର ତିରଙ୍ଗାକୁ ବାକ୍ସ ଭିତରୁ ବାହାର କରି ମୁଣ୍ଡ ଉପରକୁ କରି ଗର୍ବର ସହ “ଜନ ଗଣ ମନ ” ଗାଇ, ସେଉ ବୁନ୍ଦି ଖାଇ ବଡ ଖୁସି ହୋଇ ଘରକୁ ଫେରୁ l
ଆମେ ଆମ ଦେଶକୁ ସ୍ୱାଧୀନ କଲେ । ଆମେ ସ୍ୱାଧୀନ ଦେଶର ନାଗରିକ – ଠିକ ଅଛି । ତେବେ ଆମେ ସତରେ କେତେ ସ୍ୱାଧୀନ ?
ଆମେ ଅନ୍ତର୍ମନ କେତେ ସ୍ୱାଧୀନ ?
ଆମେ ସମସ୍ତେ ପରାଧୀନ ବର୍ତ୍ତମାନ ଦୁଇଟି ବିଭାବରେ – ଭୟ ଓ ଲୋଭ । ତେବେ ମୁଁ କହିବି – ବୋଧହୁଏ ‘ଭୟ’ ହିଁ ସମସ୍ତ ସମସ୍ୟାର ଜଡ଼ ।
ଯିଏ ‘ ନିର୍ଭୟ ‘ – ସେ ତାର ପ୍ରତ୍ୟେକ କର୍ମ ପ୍ରତି ସଚେତନ । ‘ ନିର୍ଲୋଭ ‘ ହେଲେ ହିଁ ସେ ‘ ନିର୍ଭୟ ‘ ରହିପାରିବ । ‘ସତ୍ୟ ‘ କହିଲେ ହିଁ ସେ ‘ ନିର୍ଭୟ ‘ ରହିପାରିବ । ଆଉ ଯେତେବେଳେ ସର୍ବୋଚ୍ଚ ସତ୍ତା ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ରହିବା , ସେତେବେଳେ ନିର୍ଭୟ ରୁ ଅଭୟକୁ ଅଗ୍ରସର ହେବା l
ଏ ‘ ସ୍ୱାଧୀନତା ‘ ଏମିତି ଏକ ସ୍ୱାଧୀନତା – ଯାହାକି ଆମ ସମସ୍ତଙ୍କୁ ହାସଲ କରିବାକୁ ପଡିବ – ନିତ୍ୟ ନିରନ୍ତର ଚେଷ୍ଟାରତ ରହି । ବୋଧହୁଏ ଏତିକକୁ ଆଧ୍ୟାତ୍ମିକ ସାଧନା କୁହାଯାଏ ।

#odia #odiapoem #spirituality #drvpacharya #freedom #RootCauseAnalysis

Leave a Reply

Your email address will not be published. Required fields are marked *