ଉପବାସର ମେନୁ (୧)

ବ୍ୟାଣ୍ଡ, ବାଜା, ବାରାତ (୨)
ବ୍ୟାଣ୍ଡ, ବାଜା, ବାରାତ (୨)
March 5, 2024
National cherish an antique day
April 16, 2024

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି , କୀମସ
************
୧୧ଟା ବେଳର ଚା’ ଖଟି ଚାଲିଛି | ନିତ୍ୟ ପ୍ରତିଦିନ ଏ ସମୟରେ ଅଧ ଘଣ୍ଟାଏ ଏକାଠି ହୋଇ ଦୀନବନ୍ଧୁ, ଅଶୋକ, ଆକାଶ ଓ ଅପେକ୍ଷାକୃତ ବୟସ୍କ ନରେଶ ବାବୁ ଏକାଠି ହୋଇ ଖଟି ଗପ କରି ନିଜ ମନକୁ ହାଲକା କରନ୍ତି | ଜଣେ ସେଥିରେ ମୂକ ଭାଗୀଦାର ଥାଏ ହରିଆ | ଚା’ ପରସା ତା’ କାମ | ସେ ଚା’ କପ ଅଣା ନିଆ ଭିତରେ ନିଜ ପାନଖିଆ ଦାନ୍ତ ନେଷେଡ଼େଇ ଟିକିଏ ହସି ଦିଏ ତ କେତେବେଳେ ନୂଆ ଖବର ପାଇ କୋଟରଗତ ଆଖି ବଡ ବଡ କରି ସବୁ ଶୁଣେ | ସେ ଖଟିର ଭାଗୀଦାର ନୁହେଁ , କିନ୍ତୁ ଅନ୍ୟତ୍ର ଏ ଖଟି ଜ୍ଞାନ ପହଞ୍ଚେଇବାରେ ସେ ନାୟକ |
ଆଜି କଥା ପଡ଼ି଼ଥାଏ ଭୁବନେଶ୍ୱର ବିରିୟାନୀ କଥା | ନରେଶ ବାବୁ ଖାଲି ବିରିୟାନୀ କେଉଁଠି ଭଲ ମିଳୁଛି କହୁ ନ ଥାନ୍ତି , କେଉଁ ବିରିୟାନୀ କେମିତି ରନ୍ଧା ଯାଏ ତା’ ବି ବଖାଣୁଥାନ୍ତି | ବିରିୟାନୀ ରୁ ଚିକେନ, ଚିଙ୍ଗୁଡ଼ି , ତା ପରେ ପହଁଞ୍ଚିଗଲେ ରସଗୋଲା ପାଖରେ |
ଏତିକି ବେଳେ ହଠାତ କଥାକୁ ରୋକି ଅଶୋକବାବୁ ପଚାରିଲେ, “ନରେଶ ସାର, ଆପଣ ଆଜି ଉପବାସ କରିଛନ୍ତି କି ?
ନରେଶ ବାବୁ ଆଖି ତରାଟି ପଚାରିଲେ – “ଆରେ ! ଆପଣ ଅନ୍ତର୍ଯ୍ୟାମୀ ନା କଣ ? ମୋ ସ୍ତ୍ରୀ କଣ ଗୋଟେ ପୂଜା କରୁଛି ଯେ ମୋତେ ବି ଉପାସ ରଖାଉଛି | ହେଲେ ଆପଣ କେମିତି ଜାଣିଲେ ?”
ଅଶୋକବାବୁ ହୋ ହୋ ହୋଇ ହସିଲେ ଆଉ କହିଲେ ” ଆପଣ ଆଜି ଖଟିକୁ ଖାଦ୍ୟପେୟ ଚର୍ଚ୍ଚାରେ ସରଗରମ କରି ରଖିଛନ୍ତି |
ଓପାସରେ ଖାଇ ନାହାନ୍ତି ସିନା ହେଲେ ମନ ଯାଇ ସେଇ ଖାଇବା ଉପରେ ହିଁ ନିବଦ୍ଧ ହୋଇଯାଇଛି | ଦେଶ ରାଜନୀତି, ଯୁବାବର୍ଗଙ୍କ ଅସଭ୍ୟତା ଇତ୍ୟାଦି ଚର୍ଚ୍ଚା ଛାଡ଼ି ଖାଲି ବିରିୟାନୀ , ଚିକେନ .., ରସୋଗଲା ପାଖେ ବୁଲୁଛନ୍ତି |
” ଆରେ ହରିଆ | ଆଜି ଚା ଆଣେନି … ସମସ୍ତଙ୍କ ପାଇଁ ଆଜି ଫଳରସ ଆଣେ | ଆମେ ବି ଆଜି ମିଶିକି ଓପାସ କରିବା |
ନରେଶ ବାବୁ ସଲ୍ଲଜ ହସ ହସି ମୁଣ୍ଡ ନୁଆଁଇଲେ ହରିଆ ଦାନ୍ତ ନେଷେଡ଼େଇ ନୂଆ ଜ୍ଞାନ ପାଇ ଦୋକାନକୁ ମୁଁହାଇଲା |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“ଗେହ୍ଲି! ମୋ ପାଇଁ ଓପାସ କରିଛୁ ?”
” ହେଃ ! ମୋ କାମ ନ ଥିଲା … ତୋ ପାଇଁ ଓପାସ ! ”
” ସତ କହୁଛୁ ? ଆଉ ମନ୍ଦିରରେ ଲାଇନ ଲଗେଇ କାହିଁକି ଠିଆ ହୋଇଥିଲୁ ?”
“ଯାଃ ! ମୁଁ କିଛି ଓପାସ ଫୋପାସ କରିନି | ତୁ ମାଙ୍କଡ ଫୋନ ରଖେ | ଆଉ ସନ୍ଧ୍ୟା ବେଳେ ଆମ ଘର ଆଖପାଖେ ବୁଲିବୁନି .. ହେଲା |”
ମହାଦୀପ ଉଠୁ ଉଠୁ ସଂଧ୍ୟା ଛାତକୁ ଧାଇଁଲା | ସୁଧାଂଶୁ ଆଗରୁ ଜଗିଥିଲା | ମିଛିମିଛିକା ମାରି ମାରି ସଂଧ୍ୟା ତାକୁ ପଛକୁ ଠେଲି ନେଇଗଲା | ସୁଧାଂଶୁ ହସୁଥାଏ କହୁଥାଏ – ” ଆହା ଲୋ , ମୋ ପାଇଁକି ଓପାସ କରିକି ତୋ ମୁହଁଟା କେମିତି ଶୁଖି ଯାଇଛି ଲୋ | ଷ୍ଟେଟସରେ ଖାଲି ପଣା, ସରବତ, ଫଳରସ, ଭୋଗ ଥାଳୀ , ଭେଜିଟେରିଆନ ରେଷ୍ଟୁରାଣ୍ଟର ଠିକଣା ଭର୍ତ୍ତି — ହାଃ, ହାଃ, ହାଃ |”
ସଂଧ୍ୟାର ହାତଦୁଇଟା ଧରିନେଇ ପାଖକୁ ଭିଡ଼ିନେଇ କହିଲା – ” ନେ, ଏ ଲସିରେ ଓପାସ ଭାଙ୍ଗେ — ରାବିଡି ଡବଲ ପକେଇଛି |” ସଂଧ୍ୟା ଲଜ୍ଜା ଓ ଅପମାନରେ ଲାଲହୋଇ ହାତରୁ ଲସି ଗ୍ଳାସ୍ ଟା ଛଡେଇ ନେଇ ଓଠରେ ଲଗେଇଲା |”
“ଆରେ ଆରେ ! ମୋତେ ବି ଦେ | ମୁଁ ତୋ ପାଇଁ ଓପାସ କରିନି କି ?” ଛଡେଇ ନେଇ ଗ୍ଳାସ୍ ଟା ସୁଧାଂଶୁ ଓଠରେ ଲଗେଇଲା |
ସନ୍ଧ୍ୟା କହିଲା, “ସେଇଟା ଅଇଁଠା l ”
ସୁଧାଂଶୁ ଆଖିରେ ଆଖି ମିଶେଇ କହିଲା — “ଦରକାର ପା |”
ସଂଧ୍ୟା ଲାଜରେ ଆଖିପତା ନୋଇଁଲା ଆଉ କହିଲା -“ଧେତ “…. |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“ମା’, ଆଗକୁ ଶ୍ରାବଣ ସୋମବାରଟା ଆସୁଛି |” ବୋହୂମା କହିଲେ ଶାଶୂଙ୍କୁ |
ରମଣୀ ଘର ପୋଛୁ ପୋଛୁ ଟିକିଏ କାନେଇଲା |
ଶାଶୁ ମେନ କାର୍ପଟଦାର | କହିଲେ – ” ଏଥରକ ଦ୍ଵିତୀୟ ପାଳିଟା ଖାଲି ଓପାସ କରିବା | ବେଶୀ କିଛି ନାହିଁ – ବାସ, ଖେଚୁଡ଼ିଟେ ଘିଅ ଫୁଟା, ଘାଣ୍ଟ, ଶାଗମୁଗ , ମଣ୍ଡା , କାକରା , କ୍ଷୀରି … ସେତିକି |”
“ବୋଉ, ବାପା କଣ ବିନା ଡାଲିର ଖାଇବେ? ଅଳ୍ପ ଡାଲି ବି କରିଦେବି | ଆଉ ଭଜା ଠାଏ ତ ଦରକାର |”
” ହଁ ବା ସେତିକି କରିକି ଚଳେଇଦେବା ଆଉ …|” ଶାଶୁ ଆତ୍ମ ସନ୍ତୋଷରେ ଭରି ଉଠି କହିଲେ |
ରମଣୀ ଭାବିଲା – “ଓଃ ! ଆଚ୍ଛା ! ତେବେ ଓପାସ ମାନେ ଏମିତି ସ୍ପେଶାଲ ଖାନା … ବାଃ ! ମୋର ମଜା

Leave a Reply

Your email address will not be published. Required fields are marked *