ଏମିତି ଥିବି

ଜଡ ଲେଖନୀ
April 16, 2022
ଚିରାନନ୍ଦ ସଂଧାନେ
April 16, 2022

ଏମିତି ଥିବି  ତୁମ ଜୀବନେ

ସବୁଦିନେ ଏମିତି ଥିବି l

xxxxxxxxxxxxxxxxxxxxx

ଆଖି ନଚେଇ ସେ ପୁଚ୍ଛI କରେ

ଏମିତି ମାନେ କେମିତି ???

xxxxxxxxxxxxxxxxxxxxx

ଏମିତି ମାନେ ସେମିତି –

ଯେମିତି  ଗଣିତରେ ଜ୍ୟାମିତି ,

ଦୀପଶିଖାରେ ଜ୍ୟୋତି;

ଫୁଲରେ ବାସ୍ନା ଯେମିତି ,

ଗୋଧୂଳିର ଅବିର ଯେମିତି ।

ମନର ନିଭୃତ କୋଣର ସ୍ମୃତି,

ଉଲୁସାଇ ଦିଏ ଯାହା ଛାତି ।

ସୁଖରେ ଯେବେ ନାଚୁଥିବ

ପଛଆଡ଼ୁ ହାତ ଥାପିବି ,

ଦୁଃଖରେ ଭିଜିଥିବଯଦି ଆଖି

 ଚିବୁକ ତୁମ ଟେକି ଧରିବି l

ଶୀତରାତିର ଶେଯର ଉଷ୍ମତା ଭିତରେ

ନିଦରେ ଆସି ସ୍ବପ୍ନ ବିଞ୍ଚିବି ;

ଜୀବନ ଜଞ୍ଜାଳେ ଝୁଂଟି ପଡୁଥିବ ଯେବେ,

ହାତକୁ ଧୀରେ ତୋଳି ଧରିବି l

ଲେଖନୀ ମୂନରେ ଶବ୍ଦ ସବୁ

ଯେବେ ଜମାଟ ବାନ୍ଧିବ,

ଚେତନା ହୋଇ ମୁଁ ଲେଖନୀ ମୂନରେ

ଗଳ୍ପ, କବିତା ସର୍ଜିବି l

ମୁଁ ଏଇମିତି ଥିବି ,

ତୁମ ଶ୍ଵାସରେ, ଚିତ୍ତରେ

ମନର ନିଭୃତତମ କୋଣରେ,

କେତେବେଳେ ସୁପ୍ତ ତ

କେତେବେଳେ ଧୀରେ ଉଙ୍କି ମାରୁଥିବି;

ମୁଁ ଏମିତି ତୁମର ହୋଇ ରହିଥିବି ll

Leave a Reply

Your email address will not be published. Required fields are marked *