Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367
ବାସ୍ନାର ସ୍ମୃତି (ଶେଷଭାଗ) (7)
June 19, 2022
ପରୀକ୍ଷା

ଏଥର ଆସିବା ଘ୍ରାଣଶକ୍ତିର ବିଜ୍ଞାନକୁ | ଚୁମ୍ବକରେ କହିଲେ, ଯେ କୌଣସି ଗନ୍ଧଯୁକ୍ତ ପଦାର୍ଥର ଏକ ଉଦବାୟୀ (volatile) ଅଂଶ ବାୟୁରେ ଆମ ନାକ ପାଖକୁ ଆସିଲେ ଆମେ ତାହାକୁ ଏକ ସୁଗନ୍ଧ ବା ଦୁର୍ଗନ୍ଧ ବୋଲି ଜାଣୁ |ସେ ଉଦବାୟୀ କଣିକାସବୁ (particle) ଆମ ନାକପୁଡା ଭିତରେ ଥିବା କୋଷିକାରେ (epithelial lining) ଯାଇ ଧରା ଦିଅନ୍ତି ଓ ଗନ୍ଧବାହୀ  ଦ୍ୱାରା (odorant receptors) ସଂଜ୍ଞାବାହୀ ସ୍ନାୟୁ ମାଧ୍ୟମରେ ଏ ଖବର ଯାଇ ପହଞ୍ଚେ ମସ୍ତିଷ୍କର ଘ୍ରାଣକେନ୍ଦ୍ରରେ (olfactory lobe) ରେ ଅର୍ଥାତ ଯେଉଁ ଜାଗାରେ ଘ୍ରାଣଶକ୍ତି ଜଣାପଡିବ |  

ତେବେ ସେଠି ପାଖରେ ଥାଏ ଆମର hypothalamus ଅନୁଚେତକ ଓ LImbic system  (ଲିମ୍ବିକ ସିଷ୍ଟମ) | ତେଣୁ ଘ୍ରାଣଶକ୍ତିର ସ୍ମୃତି ଶକ୍ତି ଓ ଅନ୍ତରଙ୍ଗ ଭାବନା ସମୂହ ଖୁବ ଜଡିତ ହୋଇ ରହିଥାଏ | ତେଣୁ ଏକ ପ୍ରକାର ନିର୍ଦ୍ଦିଷ୍ଟ ଗନ୍ଧ ଆମକୁ ନେଇ ଛାଡିଆସେ ସ୍ମୃତିର ଗଳିରେ |

ମୁଁ ଏ କଥା ଗୁଚ୍ଛ ଲେଖୁ ଲେଖୁ ଅଭ୍ୟାସବଶତଃ ଗବେଷଣା ଆଡକୁ ଆଗେଇ ଗଲି |

୧୯୧୩ ମସିହାରେ ଲେଖକ ମାର୍ସେଲ୍  ପ୍ରାଉଷ୍ଟ (Marcel Proust, 1913) ଏ ବିଷୟରେ ପ୍ରଥମେ ଉଲ୍ଲେଖ କରିଥିଲେ | ପଛନ୍ତେ ବୈଜ୍ଞାନିକମାନେ ବିଭିନ୍ନ ସୁଗନ୍ଧରୁ କେମିତି ସୁଖଦ ସ୍ମୃତି ଆଡକୁ ଆମେ ଚାଲିଯାଉ ସେ ବିଷୟରେ ଅନେକ ସନ୍ଦର୍ଭ ଲେଖିଲେ | 

୨୦୧୨ ର ଅନ୍ୟ ଏକ ଗବେଷଣା ସମ୍ବଳିତ ଆଲେଖ୍ୟ କିଛି ସୁଗନ୍ଧ/ ଦୁର୍ଗନ୍ଧ ଆମ ଅତୀତର କୌଣସି ଏକ ଦୁଃଖଦ ଘଟଣାକୁ ମନେ

ପକାଏ କି ନାହିଁ ତାହା ବିଚାରକୁ ନେଇଛନ୍ତି ଓ ସେମାନେ ଧାରଣା ଦେଲେ ଯେ ଗନ୍ଧ ଯୋଗୁ ଆମର ସ୍ମୃତିଶକ୍ତି ଚାଳନ ଶ୍ରବଣଦ୍ୱାରା ସ୍ମୃତି ଚାରଣ ଠାରୁ ଅଧିକ ହେଲେ ଆଖିରେ ଦେଖିଥିବା ଘଟଣା ଆମର ସ୍ମୃତି ଶକ୍ତିକୁ ସର୍ବାଧିକ ଚାଳିତ କରିଥାଏ | 

ଏପରି ହୁଏ କାହିଁକି ? ଆମର ମସ୍ତିଷ୍କର ଘ୍ରାଣକେନ୍ଦ୍ର (Olfactory center), ଆମର ଭାବନା (emotion) କେନ୍ଦ୍ର ଏମିଗଡ଼ାଲା (amygdala) ଓ ସ୍ମୃତିକେନ୍ଦ୍ର (memory center) ହିପ୍ପୋକାମ୍ପସ (hippocampus) ର ବହୁତ ନିକଟରେ ଅବସ୍ଥିତ | ତଦ୍ଦ୍ୱାରା କୌଣସି ଗନ୍ଧ ଯାହା ଆମର ଅତି ଗହନ ସହ ଜଡିତ, ସେ ଗନ୍ଧ ଆମ ନାକରେ ବାଜିବା ମାତ୍ରେ ସେହି ନିର୍ଦ୍ଦିଷ୍ଟ ସ୍ମୃତିକୁ ଉପରକୁ ଉଛୁଳାଇ ଆଣିଥାଏ | ଯଦି ତାହା ବେଦନାସିକ୍ତ ସ୍ମୃତି ହୋଇଥାଏ , ତେବେ ଆହୁରି ଉତ୍କଟ ଭାବେ ସ୍ମୃତିକୁ ଉପରକୁ ନେଇ ଆସେ | ଯେପରିକି ରକ୍ତର ଗନ୍ଧ କୌଣସି ଯୁଦ୍ଧ ଅଥବା ସଡକ ଦୁର୍ଘଟଣାର ସ୍ମୃତିକୁ ଉପରକୁ ନେଇଆସେ | 

ତେବେ ଗନ୍ଧଯୁକ୍ତ ହୋଇ ମୁଁ ଯେ ବିଭିନ୍ନ ସ୍ମୃତିପଥକୁ ଅନାୟାସରେ ଚାଲି ଯାଉଥିଲି , ତାହା ଅମୂଳକ ନଥିଲା | ଏ ଭିତରେ ଆପଣ ମାନେ ମଧ୍ୟ ନିଜ ନିଜ ସୁଖଦ ଅବା ଦୁଃଖଦ ସ୍ମୃତିର ଗଳିରେ ପହଞ୍ଚି ଜିବେଣି |  

|| ଶୁଭମସ୍ତୁ ||

ଏନ୍ତୁଡ଼ିଶାଳରୁ ଯୂଈ ଜଳିବା ଯାଏ କେଜାଣେ କେତେ ଯେ ପରୀକ୍ଷା ଦେବାକୁ ପଡ଼େ …ସଫଳତା ଅସଫଳତା ର ଭିନ୍ନ ଭିନ୍ନ ପରିଭାଷା ନେଇ ଜୀବନଦୀପରୁ କେବେ ତେଲ ସରି ଯାଇଥାଏ, ଜଣା ପଡ଼େ ନାହିଁ …ହେଲେ ପରୀକ୍ଷା ସରେ ନାହିଁ …ଏପରିକି ଆପଣା ମୃତ୍ୟୁ ପରେ ବି ….

Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *