The make over
The Make-over
September 7, 2022
Thanking Engineers
Thanking Engineers
September 16, 2022

୬-ରାଜଧାନୀର ଗଛ, ଖୁଣ୍ଟ, କାନ୍ଥରେ ବ୍ୟାନର ଓ ପୋଷ୍ଟର ଲଗାଇଲେ କଠୋର କାର୍ଯ୍ୟାନୁଷ୍ଠାନ : ନିର୍ଦ୍ଦେଶନାମା ଜାରି କଲା BMC ।
**********************
ଆଜି ଖବରରେ ଏହା ଦେଖି ଖୁବ ଭଲ ଲାଗିଲା l କିଛି ଦିନ ପୂର୍ବରୁ ହିଁ ଆମ ଘର ପାଖ ଦେଇ ଯାଉଥିବା ବେଳେ ଗଛରେ କଣ୍ଟା ପିଟି ଲୋକେ ନିଜ ନିଜ ବିଜ୍ଞାପନ ଲଗେଇଥିବାର ଦେଖି ଭାବୁଥିଲି, “ଏ ଗଛ ନା ତୁମେ ଲଗେଇଥିଲ, ନା ଏହାର ଯତ୍ନ ନେଇଥିଲ I କିନ୍ତୁ ବେଶ ଅଧିକାରରେ ମନଇଚ୍ଛା ବିଜ୍ଞାପନ, ରାଜନୈତିକ ପ୍ରଚାର କରି ପାରୁଛ ତ ?”
ଯଦି ସରକାର ବିଜ୍ଞାପନ ତଥା ଦୋକାନ ଆଦିର ଅକ୍ଷର ଆକାର ଓ ପ୍ରକାର ମଧ୍ୟ ସ୍ଥିର କରନ୍ତେ, ତେବେ ରାସ୍ତାଘାଟ ସବୁ ସୁନ୍ଦର ଓ ବ୍ୟବସ୍ଥିତ ଲାଗନ୍ତା l ଏହା ପଶ୍ଚିମ ଦେଶମାନଙ୍କରେ ଅନେକ ଆଗରୁ ଚାଲିଛି I ଦୁନିଆର ସବୁଠୁ ବଡ ବଡ ମଲରେ ମଧ୍ୟ ନିର୍ଦ୍ଧାରିତ font size ହିଁ ବ୍ୟବହୃତ ହୁଏ lଏତଦ୍ଦ୍ୱାରା ପରିବେଶରେ ସୌନ୍ଦର୍ଯ୍ୟ ଓ ଶୃଙ୍ଖଳା ପରିଲକ୍ଷିତ ହୁଏ l
ଆପଣ ପ୍ରଶ୍ନ କରି ପାରନ୍ତି ,”କେହି ମାନିବେ କି ?”
ନିହାତି ମାନିବେ ଆଜ୍ଞା l ଟ୍ରାଫିକ ନିୟମ ଅନୁଯାୟୀ ମୋ numberplate ର font ଠିକ ନ ଥିଲା ବୋଲି ମୁଁ ନିଜେ ଫାଇନ ଭରିଛି l କେବଳ ନିୟମ ଲାଗୁ କରିବା ଯଥେଷ୍ଟ ନୁହେଁ I ସେ ବିଷୟରେ ଜନତାଙ୍କୁ ଅବଗତ କରାଇବା ଓ ଦରକାର ସ୍ଥଳେ ଫାଇନ ଲଗେଇଲେ ଆମେ ନିଶ୍ଚୟ ସୁଧୁରିବା l
ହଁ, ଆଉ ଗୋଟିଏ କଥା, ପ୍ରଥମେ ଓଡ଼ିଆ ଓ ପରେ ଇଂରାଜୀ କିମ୍ବା ହିନ୍ଦୀରେ ନାମ ଲେଖା ଯିବ l ଏ ନିୟମ ବହୁତ ଆଗରୁ ବନି, କେଉଁ କୋଣକୁ ଠେଲି ହୋଇ ଯାଇଛି ବୋଧହୁଏ I
=ଶୁଭମସ୍ତୁ =
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ବି.ଦ୍ର. -ଚିତ୍ରରେ ଆମେରିକାର ଏକ ଅନ୍ୟତମ ବୃହତ ମଲର ଉଦାହରଣ ଦେଇଛି I

Leave a Reply

Your email address will not be published. Required fields are marked *