ଖୁବ ସୁନ୍ଦର ଦିଶୁଛି

ମୁକ୍ତିର ଆନନ୍ଦ
April 16, 2022
ଖରାପ ହିଁ ଖବର
April 16, 2022

ଆକାଶ ଟା ଆଜି କାନ୍ଦୁଛି

ବୁକୁ ଫଟାଇ କାନ୍ଦୁଛି

ଭାରି ଅବୁଝା ଏକା

କା’ କଥା ଶୁଣୁନି

ଧରଣୀ ମା’ ର ବୁକୁ ଭିଜାଇ ଦେଉଛି |

 

ତା’ ସୁନେଲି ପେଣ୍ଡୁ ଟା ଛଡାଇ ନେଇ

କିଏ କଳାମେଘ ଚାଦର ଘୋଡାଇ ଦେଇଛି

ଭାରି ଅବୁଝା ଏକା

କାନ୍ଦି କାନ୍ଦି ଧରଣୀ ମା’ କୁ

ଓଦା ଜୁଡୁବୁଡୁ କରି ଦେଇଛି |

 

ଜମା ବୁଝୁନି ଆକାଶଟା

ବେଳକୁ ବେଳ କାନ୍ଦ ତାର ବଢୁଛି ;

ମା ‘ ତା’ କାନିକୁ ମଝିରେ ମଝିରେ

ପବନରେ ଝାଡ଼ି ଶୁଖାଉଛି  |

 

ଏତେବେଳେ କିଏ ବଢ଼ାଇଦେଲା

ସୁନା ପେଣ୍ଡୁ ଟିକୁ ଆକାଶ ହାତକୁ,

ମୁହଁ ଟା ତାର ଉଜ୍ଜ୍ୱଳି ଉଠୁଛି

ଖୁବ ସୁନ୍ଦର ଦିଶୁଛି |

 

ଏଥର ଆକାଶଟା ହସୁଛି,

ତା’ ସହ ଧରଣୀ ମା ‘ ବି

ଆଜି ସବୁ ଖୁବ ସୁନ୍ଦର ଦିଶୁଛି |

ଲୋକେ କୁହନ୍ତି କବିମାନେ କୁଆଡେ ଭାରି ଭାବୁକ , ବର୍ଷାକୁ  ଭଲ ପା’ନ୍ତି …ହେଲେ ମୁଁ ତ ବର୍ଷା ପରର ଖରାର ପ୍ରେମରେ, ଶୀତରେ ଜଳୁଥିବା ଧୁନୀ ଧୂନରେ…ଝରକା ଖୋଲି ଦିନବେଳା ଆକାଶ ର ନୀଳିମାରେ ହଜିବାକୁ ଭଲ ପାଉଥିବା ମଣିଷଟିଏ, ସେଇମିତି ହଜି ହଜି ସ୍ୱପ୍ନରେ ଭାସିଯିବା ଭାବୁକଟିଏ , ମେଘମାଳାକୁ ପ୍ରେମର ବାର୍ତ୍ତାବହ ନ ଭାବି ସେଥିରୁ ଜିରାଫ, ହରିଣ, ଡାଇନୋସର ଛବି ଖୋଜୁଥିବା ଶିଶୁଟିଏ ….

Leave a Reply

Your email address will not be published. Required fields are marked *