ବାସ୍ନା ର ସ୍ମୃତି (୩)
June 19, 2022
ବାସ୍ନାର ସ୍ମୃତି (୫)
June 19, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ସମୟ, ଦୂରତା, ସମ୍ପର୍କର ଆବେଗସବୁ ଆପେକ୍ଷିକ I ଘଟଣା ପ୍ରବାହକୁ ନେଇ, ସ୍ଥାନ କାଳ ପାତ୍ର କୁ ନେଇ ସମାନ ସମୟ କେତେବେଳେ ଆଖି ପିଛୁଳାକେ ପଳାଏ କେତେବେଳେ ଅସରନ୍ତି ମନେ ହୁଏ   ସେଇ ସେତକ ଦୂରତା ଯାହାକୁ ଆମେ ଆମ ଛୋଟ ସହରରେ ଧଇଁ ସଇଁ ହୋଇ ଅତିକ୍ରମ କରୁଥିଲୁ, ସେତକ ଦୂରତା ଏବେ ମୋ କାର୍ଯ୍ୟକ୍ଷେତ୍ର ଗମନାଗମନ ପଥର ଏକଦଶମାଂଶ I କେତେ ସବୁ ସମ୍ପର୍କ ଯାହାକୁ ନେଇ ଆମେ ଭାବୁଥିଲୁ ଯେ, ସମ୍ପର୍କ ସବୁ ଦୂରେଇ  ଗଲେ , ଭାଙ୍ଗିଗଲେ ଆମେ କେମିତି ବଞ୍ଚିବା ! ପଛକୁ ଭାବି ଚାହିଁଲେ ହସ ଲାଗେ ଭାବପ୍ରବଣତାରେ I

ହଁ , ସେଇ ଦୂରତା କଥା କହୁଥିଲି I ମୋଟ କିଲୋମିଟର ବ୍ୟାସର ଆମ ସହର, ବୁର୍ଲାଗୋଟିଏ ମନ୍ଦିର ଥାଏ ଚାରି କିଲୋମିଟର ଦୂରରେ I ତେଣୁ ଦୂର ଲାଗେ I ବର୍ଷକୁ ଥରେ  ନତୁବା ଦୁଇ ଥର ସେଥିକୁ ଯାଇ ହୁଏ I ଦୁଇ ତିନି ବର୍ଷରେ ଥରେ ଜଗନ୍ନାଥ ମନ୍ଦିର ଅବା ଲିଙ୍ଗରାଜ ମନ୍ଦିର I ବଡ ମନ୍ଦିରମାନଙ୍କରେ ପ୍ରବଳ ଭିଡ, ପଣ୍ଡାମାନଙ୍କର ଦୌରାତ୍ମ୍ୟ , ପୁଲିସର କଟକଣା ଭିତରେ କେମିତି ଯେ  ମୁଣ୍ଡିଆଟେ ମାରିଦେଇ ଚାଲିଆସୁ ଜାଣି ପାରୁନା I ସେଥିରେ ପୁଣି ନିଜ ବେକର ସୁନାହାର , ମନି ପର୍ସକୁ ଧନସଂଖାଳି କରି ଜାବୁଡି ଧରିବାକୁ ହୁଏ I ନାରୀ ହୋଇଥିବାରୁ ନିଜ ଶରୀର ରକ୍ଷା ଭାର ମଧ୍ୟ ତଦୁପରି ଲଦି ହୋଇଯାଏ I କହିବା ବାହୁଲ୍ୟ, ତୀର୍ଥସ୍ଥଳରେ ପାଦ ପକେଇ ଆସିଥିବାର ଆତ୍ମସନ୍ତୁଷ୍ଟି ଟିକକ ମାତ୍ର ଥାଏ I

ଯେତେବେଳେ ଘର ପାଖରେ ମନ୍ଦିରଟିଏ ତୋଳIହେଲା, ସେତେବେଳେ ଯାଇ ମନ୍ଦିରର ପ୍ରକୃତ ମହତ୍ତ୍ୱ ଅନୁଭବି ହେଲା ପୂଜା ସାମଗ୍ରୀ ବଢ଼େଇ ଦେଇ ମନ୍ଦିରର ଥଣ୍ଡା ଚଟ୍ଟାଣରେ ଧ୍ୟାନ କରିବାକୁ ବସିଯାଏ I ଆହାଃ ! କେତେ ଶ୍ରଦ୍ଧାଳୁଙ୍କ ପଦରଜ ପଡିଛି ଏଠି !

 ଏମିତି ଦିନେ ଧ୍ୟାନ କଲା ବେଳକୁ ନାକରେ ବାଜିଲା ଏକ ପରିଚିତ ଧୁପକାଠିର ବାସ୍ନାସେଇ ବାସ୍ନାରେ ଓଠ ଦୁଇ ମୋର ଏକ ସ୍ମିତହାସ୍ୟକୁ ବିସ୍ଫାରିତ ହୋଇଗଲା I

କଥାଟା ଏମିତି….ଆମ ଛୋଟିଆ ସହରରେ ବଡ କଷ୍ଟରେ କଳା  ବିକାଶ କେନ୍ଦ୍ରଟିଏ ଗଢି ଉଠିଥାଏ I

ମୁଁ ଠିକ ସମୟରେ ସବୁ ରବିବାରରେ ଓଡିଶୀ ନୃତ୍ୟଶିକ୍ଷା ପାଇଁ ସାଇକଲ ମା ରି ହାଜର ହୋଇଯାଏ I କିନ୍ତୁ ଆମ ଆଗରୁ ପତି ସାର ହଲ୍କୁ ସଫା କରେଇ, ଦରି ପକେଇ ଜଗନ୍ନାଥଙ୍କ ପ୍ରତିମା ଆଗରେ 4ଟି ଧୂପକାଠି ଲଗେଇ ଦେଇଥିବେ …..ଠିକ ଏଇ ବାସ୍ନାର I ଅଦ୍ଭୁତ ସେ ସମୟାନୁବର୍ତ୍ତିତା , ତ୍ୟାଗ, ବିଶ୍ଵସନୀୟତା

ତେବେ ଯେହେତୁ ଆମ ଗୁର୍ବୀ ସମ୍ବଲପୁରରୁ ଆସନ୍ତି ବେଳେବେଳେ ଆମକୁ ଅପେକ୍ଷା କରି କରି ଫେରି ଆସିବାକୁ ହୁଏ l ବଡ ପିଲାମାନେ ଛୋଟ  ପିଲାଙ୍କୁ ନୃତ୍ୟIଭ୍ୟାସ କରାନ୍ତି ପରେ ନିଜର ମଧ୍ୟ ଅଭ୍ୟାସ କରି ଘରକୁ ଫେରନ୍ତି I ବେଳେବେଳେ ସେଇ ଜଗନ୍ନାଥ ପ୍ରତିମା ପାଖେ ମେଳି ହୋଇ ଗପସପ ବି ଆରମ୍ଭ କରିଦେଉ l

 ଏଇ ଯେ ଗପସପ କଥା କହିଲି, ସେଥିରେ ମୁଁ  ନୀରବ  ଶ୍ରୋତା ମାତ୍ର I ନିଜ ଲଜ୍ଜାଶୀଳ ସ୍ୱଭାବ ଯୋଗୁଁ ବେଶୀ ସାଙ୍ଗ ସାଥୀ ଥାନ୍ତି I ସେଇ ଗୋଟିଏ ଯୋଡିଏ ସାଙ୍ଗଙ୍କୁ କିନ୍ତୁ ପ୍ରାଣ ଭାରି ଭଲ ପାଏ I ସେଇ ଯେ ସମ୍ପର୍କ କଥା କହୁଥିଲିସେତେବେଳେ ଭାବୁଥିଲି, ସମସ୍ତ ସାଙ୍ଗମାନେ ମୋର ହୋଇ ସବୁଦିନେ ପାଖରେ ଥାଆନ୍ତୁ I ଏମାନଙ୍କ ବ୍ୟତିରକେ ଜୀବନ କଣ ଯେ ?

 ଯଦିଓ ମୁଁ ନୃତ୍ୟପ୍ରବୀଣା ଥିଲି ଶିଖିବା ମାମଲାରେ ପେଟ୍ରୋଲଧର୍ମୀ ଛାତ୍ରୀ ଥିଲି, ନୃତ୍ୟ କଲା ବେଳକୁ ମୁଁ ଅତି ମନସ୍କ ହୋଇ ରହୁଥିଲି ….ତେଣୁ ନୃତ୍ୟ ନିର୍ଭୁଲ କିନ୍ତୁ ମୁହଁ ଉପରେ ଗୋଟିଏ ହେଲେ ଭାବ ଉକୁଟେ ନାହିଁ I ଆଉ ଅଭାବବୋଧକୁ ମୁଁ କୌଣସି ପ୍ରକାରେ ସୁଧାରି ମଧ୍ୟ ପାରୁ ଥିଲି I ମୋତେ ଅନୁଭବ ହୁଏ, ମୁଁ  ସବୁ ପ୍ରକାର ମୁଖଭଙ୍ଗୀ ଠିକ ଠିକ ଫୁଟାଇ ପାରୁଛି ପରା !

ଏମିତି ଗପସପ ବେଳେ ଜଣେ  ନାନୀ କିଛି ମଜା କଥା କହିଲେ I ଆମେ ସମସ୍ତେ ହସିଲୁ , ହେଲେ ମୋ ମୁହଁ ଉପରେ ସେ ହସ ଦିଶୁ ଥିଲା I

ନାନୀ କହିଲେ -“ହଇରେ, ତୋତେ କଣ ହସ ମାଡୁନି କି ?”

ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି -“ହସୁଛି ପରା !”

ନାନୀ କହିଲେ -” ବୁଝିଲୁ, ନା ତୋ ହସ, ନା ତୋ କାନ୍ଦ କିଛି ଜଣ।  ପଡିବ I ଦେଖି ଜୋର ପାଟିରେ ହସିଲୁ I”

ମୁଁ ଧୀରେ ସ୍ମିତହାସ୍ୟଟିଏ ଖେଳେଇ ଦେଲି I

ନାନୀ କହିଲେ,”ମାତ୍ର ଏତିକି ? ଆଉ ଜୋର ହସେ

ଏମିତି କରି କରି ମୁଁ ଠୋ ଠୋ ହୋଇ ହସିବାଯାଏଁ କଥା ଗଲା I ହାସ୍ୟରୋଳରେ ହଲ କମ୍ପିଲାସେ ଦିନ ମୁଁ ଖୁବ ହସିଲି I ସଜୋରେ ହସିଲି I ସତେ ଯେମିତି କେଉଁ ଜଉମୁଦ ଦିଆ କମରା ଭିତରକୁ ହାବୁକାଏ ଥଣ୍ଡା ପବନ ଧସେଇ ପଶି ଆସିଥିଲା I ସେଇ ହସରୁ ଚେନାଏ ଓଠଧାରେ ଘରକୁ ଫେରିବା ଯାଏଁ ଲାଗି ରହିଥିଲା I

ସେତେବେଳେ ଆମ ଶିକ୍ଷା ଦୀକ୍ଷା ଥିଲା ଏହିପରିମଣ୍ଟେସରୀ ସ୍କୁଲ ଶିକ୍ଷା ପରି I ବଡ ପିଲାଙ୍କଠୁଁ ଛୋଟ ପିଲାମାନେ ବିନା ଦ୍ବିଧାରେ, ଖୁବ କମ ପରିଶ୍ରମରେ ଅନେକ କିଛି ଶିଖି ଯାଉଥିଲେ I ପାଟି ଗଣିତ, ଗୀତ ,ସାହିତ୍ୟ , ଖେଳ , ଚିତ୍ରକଳା, ସଂସ୍କୃତି , କିଛିଟା ବଦମାସୀ , ଦୁନିୟାଦାରୀକେତେ କଣ ଜ୍ଞାନ ଏମିତି ବାଣ୍ଟି ହୋଇ ଯାଉଥିଲା I କେହି ପାଠପଢା ଚାପରେ ଆତ୍ମହତ୍ୟା କରୁ ଥିଲେ I ବାପା ମାସାଇକୋଲୋଜିଷ୍ଟଙ୍କ ପରାମର୍ଶ ଲୋଡୁ ଥିଲେ କଥା କଥାକେ I

ସେଇ ସ୍ମିତହାସ୍ୟରେଖାର ଝଲକ ନେଇ ଆଉ ଥରେ ଠାକୁରଙ୍କ  ପାଖେ ଜୋଡହସ୍ତ ହୋଇ ଘରମୁହାଁ ହେଲି l


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *