ବିଶ୍ୱ କଳା ଚଷମା ଦିବସ

ସୁପ୍ତ-ସାଥୀ
June 18, 2023
ଜାତୀୟ ଡାକ୍ତର ଦିବସ ୨ο୨୩
July 5, 2023

#worldsunglassesday 😎#drvpacharya #mrsindia
——————–
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
——————–
ଆଜିକାଲି ସବୁଦିନେ କିଛି ନା କିଛି ଦିବସ I ବଡ ମଜାଦାର ଦିବସ ଗୁଡିଏ ବି ଦୃଷ୍ଟିକୁ ଆସେ l ଏଇ “ବିଶ୍ୱ କଳା ଚଷମା ଦିବସ” କଥା ପଢି ବଡ ହସିଥିଲି, କିନ୍ତୁ ଏହାର ଗୁରୁତ୍ୱ ବିଷୟରେ ପଢି ଚମତ୍କୃତ ମଧ୍ୟ ହେଲି l କେହି କହି ପାରନ୍ତି, ନାମୀ ଦାମୀ କଳା ଚଷମା ଵିକେଇବାର ଏହା ଏକ ବାହାନା l କିନ୍ତୁ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମି ଆମ ଦୃଷ୍ଟି ଶକ୍ତିକୁ ନଷ୍ଟ କରିଥାଏ ଓ ଆଖିକୁ କଷ୍ଟ ମଧ୍ୟ ଦେଇଥାଏ l

ପିଲାଦିନୁଁ ମାୟୋପିଆ ଅର୍ଥାତ ସମୀପଦୃଷ୍ଟି ଯୋଗୁଁ ଖରାକୁ ବାହାରିଲା ମାତ୍ରେ ମୋର ପ୍ରାୟତଃ ମୁଣ୍ଡ ବିନ୍ଧା ହୁଏ ଓ ପାଠପଢା ନଷ୍ଟ ହୁଏ l ସମୀପଦୃଷ୍ଟି ଯୋଗୁଁ ପ୍ରକାଶ ଅସହନୀୟତା (photophobia) ଲାଗି ଏପରି ହୁଏ ବୋଲି ମେଡିକାଲ ପାଠରେ ପଢି ଜାଣିଲି l ପ୍ରଥମ କରି ରେ -ବ୍ୟାନର ଏକ କଳା ଚଷମା ପିନ୍ଧିଲା ପରେ ଜଣା ପଡିଲା ଆଃ! କେତେ ଆରାମଦାୟକ!

ହେଲେ ଚଷମାର ପାୱାରର ଆଧିକ୍ୟ …କେମିତି ପିନ୍ଧିବି ? ହୁଏତ ସେଥିପାଇଁ ମୋତେ କଣ୍ଟାକ୍ଟ ଲେନ୍ସ ଲଗେଇବାକୁ ପଡିବ କିମ୍ବା ଲେଜର ସର୍ଜରୀ କରେଇବାକୁ ପଡିବ l

ଏ ଦୁଇଟା ଭିତରୁ କେଉଁଟା ବି ପସନ୍ଦ ନ ଥିଲା l ତେବେ Mrs India ପ୍ରତିଯୋଗିତାରେ ଉଭୟକୁ ଆଦରିବାକୁ ପଡିଲା …. କଣ୍ଟାକ୍ଟ ଲେନ୍ସ ଓ କଳା ଚଷମା I ଯେବେ ସମୟ ଅଭାବରୁ ଲେନ୍ସ ନ ଲଗେଇ ଖାଲି ସେମିତି କଳା ଚଷମାଟା ପିନ୍ଧିଲି, ଅନୁଭବ ହେଲା କାମ ଚଳେଇଲା ଭଳି ଦିଶୁଛି ତ ….ମନକୁ ଆସିଲା -“ହଃ! ଆଉ କେତେ ଦେଖିବି ଦୁନିଆକୁ ? କି ଦରକାର ସବୁ ଦେଖିବା …କିମ୍ବା ନିଜର ସବୁ “ଭାବ”କୁ ଦୁନିଆକୁ ଦେଖେଇବା …ଥାଉ କିଛି ଅଦେଖା…କିଛି ଅକୁହା କଥା କଳା ଚଷମା ଉହାଡରେ ….

Leave a Reply

Your email address will not be published. Required fields are marked *